୫ ଦିନ ଧରି ଟନେଲ ଭିତରେ ୪୦ ଜୀବନ ବିଦେଶୀ ସଂସ୍ଥାର ଲୋଡ଼ାଗଲା ସହାୟତା

For 5 days, 40 lives in the tunnel sought the help of foreign organizations

0 85

ନୂଆଦିଲ୍ଲୀ,୧୬ା୧୧: ୫ଦିନ ଧରି ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫଶିଛନ୍ତି ୪୦ ଶ୍ରମିକ । ଏବେ ସୁଦ୍ଧା ଉଦ୍ଧାରକାରୀ ଦଳକୁ ସଫଳତା ମିଳିପାରିନି । ୧୦୦ ଘଣ୍ଟା ବିତିଲାଣି । ଉତ୍ତରକାଶୀ ସୁଡଙ୍ଗରେ ଏବେ ବି ଫସିଛନ୍ତି ୪୦ ଜଣ ଶ୍ରମିକ । ୫ ଦିନ ହେଲାଣି ହେଲେ ଏଯାଏଁ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରୁନି । ଭାରୀଯାନ ଡ୍ରିଲିଙ୍ଗ ମେସିନ୍‌ ସହ ଯବାନମାନେ ପହଞ୍ଚି ମିଶନରେ ଲାଗିଛନ୍ତି । ଯବାନମାନେ ମାଲବାହୀ ବିମାନ ହରକୁଲସ୍‌ ଯୋଗେ ଭାରୀ ଡ୍ରିଲିଙ୍ଗ ମେସିନ୍‌ ସହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ୫୦ ମିଟର ପର୍ଯ୍ୟନ୍ତ ସୁଡଙ୍ଗ ଧସିଥିବା କୁହାଯାଉଛି । ଧସିଥିବା ମାଟି ଯୋଗୁ ବାଟ ବନ୍ଦ ହୋଇଯାଇଛି । କେବଳ ଯବାନ ନୁହେଁ ଏନଡିଆରଏଫ୍‌, ଏସଡିଆରଏଫ୍‌, ବିଆରଓ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ମଧ୍ୟ ଉଦ୍ଧାର କାମରେ ସହଯୋଗ କରୁଛନ୍ତି । ୨୦୦ରୁ ଅଧିକ ଲୋକଙ୍କ ଟିମ୍‌ କରି ଉଦ୍ଧାର କାମରେ ଲାଗିଛନ୍ତି । ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭିକେ ସିଂ । ଟର୍ଣ୍ଣେଲରେ ଦୁର୍ଘଟଣା ପରେ ଆଶଙ୍କା ଘେରରେ ସ୍ଥାନୀୟ ବାସିନ୍ଦା । ଟର୍ଣ୍ଣେଲ ନିର୍ମାଣ ସ୍ଥାନରେ ପୂର୍ବରୁ ଏକ ମନ୍ଦିର ଥିଲା । ଏହାକୁ ଭଙ୍ଗାଯିବା ପରେ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି । ସେପଟେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ବିଳମ୍ବକୁ ନେଇ ସର୍ମ୍ପକୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଉଦ୍ଧାର ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ଉତ୍ତରାଖଣ୍ଡ ସରକାର ।

Leave A Reply

Your email address will not be published.