ଠକାମିର ୩ ଦିନରେ ସୂଚନା ନଦେଲେ ଆଉ ପାଇବେନି ଟଙ୍କା: ଆରବିଆଇ

No more money if fraud is not reported within 3 days: RBI

0 86

ନୂଆଦିଲ୍ଲୀ: ବହୁଥର ସାଇବର ଫ୍ରଡଙ୍କ କାରନାମା ପାଇଁ ଅନେକ ଗ୍ରାହକ ଠକାମିର ଶିକାର ହୁଅନ୍ତି । ଅନେକ ଲୋକଙ୍କର ଏସବିଆଇ ଆକାଉଣ୍ଟ ରହିଛି । ଯାହାକୁ ନେଇ ବ୍ୟାଙ୍କ ତରଫରୁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଏ । ଏଥିପାଇଁ ବ୍ୟାଙ୍କ ତରଫରୁ ସତର୍କ ସୂଚନା ଦିଆଯାଏ ଯାହାକୁ ଜାଣିବା ଆପଣ ନିହାତି ଜରୁରୀ । ଏନେଇ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ତା’ର ୫୦ କୋଟି ଗ୍ରାହକଙ୍କ ପାଇଁ ଚେତାବନୀ ଜାରି କରିଛି । ଅନେକ ସମୟରେ ଗ୍ରାହକଙ୍କୁ ଆକାଉଣ୍ଟ ବନ୍ଦ ହୋଇଯିବା ନେଇ ମେସେଜ୍‌ ଆସିଥାଏ । ତେବେ ଏସବିଆଇ ତରଫରୁ ଏପରି କୌଣସି ମେସେଜ୍‌ ପଠାଯାଇନଥାଏ । ଏହା ହେଉଛି ଫେକ ମେସେଜ୍‌, ତେଣୁ ସମସ୍ତ ଗ୍ରାହକ ଏନେଇ ସାବଧାନ ରହିବା ଆବଶ୍ୟକ । ଗ୍ରାହକମାନେ ଏନେଇ କୌଣସି ରିପ୍ଲାଏ ଦେବା ଅନୁଚିତ । ଠକମାନେ ଗ୍ରାହକଙ୍କ ନିକଟକୁ ଏପରି ମେସେଜ୍‌ ପଠାଇ ଅର୍ଥ ହଡ଼ପ କରିନେଇଥାନ୍ତି । ଏଥିରେ ଲେଖା ଯାଇଥାଏ, “ପ୍ରିୟ ଏସବିଆଇ ଗ୍ରାହକ । ଆପଣଙ୍କର ଆକାଉଣ୍ଟ ଆଜି ବ୍ଲକ କରି ଦିଆଯିବ । ଦୟାକରି ନିଜର ପ୍ୟାନ କାର୍ଡ ନମ୍ବରକୁ ଅପଡେଟ କରିବା ପାଇଁ ଲିଙ୍କ ଉପରେ କ୍ଲିକ କରନ୍ତୁ । ଏପରି ମେସେଜ ଆସିଲେ ଆପଣ ମାନେ ଡରି ଯାନ୍ତୁନାହିଁ report.phishing@sbi.co.in ରେ ରିପୋର୍ଟ କରନ୍ତୁ । ଏଥିପାଇଁ ସାଇବର କ୍ରାଇମ ହେଲପଲାଇନ ନମ୍ବର ୧୯୩୦କୁ ମଧ୍ୟ ଆପଣମାନେ କଲ୍‌ କରିପାରିବେ । https://cybercrime.gov.in ଠକାମିର ଶିକାର ହେବା ପରେ ସଙ୍ଗେସଙ୍ଗେ ବ୍ୟାଙ୍କକୁ ଏହି ସୂଚନା ଦେଇ ଆପଣମାନେ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ପାଇପାରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ ପକ୍ଷରୁ କୁହାଯାଇଛି । ସାଇବର ଫ୍ରଡ୍‌ ପାଇଁ ବ୍ୟାଙ୍କ ଇନସ୍ୟୁରାନ୍ସ ପଲିସୀ ନେଇଥାଏ । ତେଣୁ କାର୍ଯ୍ୟାନୁଷ୍ଠାନ ପରେ ବ୍ୟାଙ୍କ ବୀମା କମ୍ପାନୀଠାରୁ ଅର୍ଥ ଆଣି ଆପଣଙ୍କର କ୍ଷତି ଭରଣା କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଠକାମିର ସୂଚନା ଆପଣଙ୍କୁ ୩ ଦିନ ଭିତରେ ଦେବାକୁ ପଡ଼ିବ । ଏପରି ହେଲେ ଆପଣଙ୍କ ଅର୍ଥ ୧୦ ଦିନ ଭିତରେ ଫେରି ଆସିପାରିବ । ୪-୭ ଦିନ ଭିତରେ ରିପୋର୍ଟ କଲେ ଗ୍ରାହକଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିଥାଏ ।

Leave A Reply

Your email address will not be published.