ଟାଟା ପାୱାର ପକ୍ଷରୁ “ବଚ୍ଚା ପାର୍ଟି’ କାର୍ଯ୍ୟକ୍ରମ

"Bachha Party" program by Tata Power

0 76

ବାଲେଶ୍ୱର, : ଟାଟା ପାୱାର ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଶିଶୁ ଦିବସ ଅବସରରେ “ବଚ୍ଚା ପାର୍ଟି’ କାର୍ଯ୍ୟକ୍ରମ ହର୍ଷଉଲ୍ଲାସର ସହ ଅନୁଷ୍ଠିତ ହୋଇଛି । ବାଲେଶ୍ୱର ସମେତ ବାରିପଦା, ଭଦ୍ରକ, କେନ୍ଦୁଝର ଓ ଯାଜପୁର ବୈଦୁତିକ ମଣ୍ଡଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ କୁନି କୁନି ପିଲାମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ପିଲାମାନଙ୍କ ମଧ୍ୟରେ ସଙ୍ଗୀତ, ନୃତ୍ୟ, ଅଭିନୟ ଓ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ପିଲାମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବାବେଳେ ଏହି ଅବସରରେ ସେମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ବାଲେଶ୍ୱରସ୍ଥିତ ଉକ୍ରଳବାଣୀ କଳାକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଟିପିଏନଓଡିଏଲ ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀବଲ୍ଲଭ ସିଂ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ପାଇଁ ଏହି ପ୍ରୟାସ କରାଯାଇଥିବା ସେ ଦର୍ଶାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଷ୍ଟିଫେନ ହେମ୍ବ୍ରରମ, ମଣିଭୂଷଣ ପ୍ରସାଦ, ବିରଞ୍ଚି ନାରାୟଣ ସାହୁଙ୍କ ସମେତ ଟିପିଏନଓଡିଏଲର ଅଧିକାରୀମାନେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.