ଡିପ୍‌ଫେକ୍‌ ରୋକିବାକୁ ଅଣ୍ଟା ଭିଡ଼ିଲା କେନ୍ଦ୍ର

The Center has stepped up efforts to prevent deepfakes

0 98

ନୂଆଦିଲ୍ଲୀ,୨୩ା୧୧: ଅଭିନେତା ହୁଅନ୍ତୁ କି ନେତା, ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଜନତା ଏବେ ସମସ୍ତଙ୍କୁ ଘାରିଛି ଡିପ୍‌ଫେକ୍‌ର ଡର । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ପ୍ରଯୁକ୍ତି ବ୍ୟବହାର କରି ନକଲି ଭିଡ଼ିଓ ପ୍ରସ୍ତୁତ କରାଯିବାକୁ ନେଇ ବଢ଼ିଛି ସମସ୍ତଙ୍କ ଚିନ୍ତା ଏଭଳି ଅନୈତିକ ଏବଂ ବେଆଇନ କାର୍ଯ୍ୟ ଉପରେ ରୋକ୍‌ ଲଗାଇବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର ।ଏଥିପାଇଁ କେନ୍ଦ୍ର ସରକାର ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଡିପ୍‌ଫେକ୍‌ ଭିଡ଼ିଓ ପ୍ରସ୍ତୁତ କରୁଥିବା ଓ ଏହାର ପ୍ରସାରଣ କରୁଥିବା ପ୍ଲାଟଫର୍ମ ପାଇଁ ହେବ ଦଣ୍ଡବିଧାନ ବ୍ୟବସ୍ଥା । ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡ଼ିଆ କମ୍ପାନୀ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ୍ସପର୍ଟଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଡିପ୍‌ଫେକ୍‌କୁ ରୋକିବା ଲାଗି ଏଥିରେ ଚାରିସୂତ୍ରୀ କାର୍ଯ୍ୟପନ୍ଥା ଉପରେ ଫୋକସ୍‌ କରାଯାଇଛି । ବଢ଼ୁଥିବା ଡିପଫେକ୍‌ ଭିଡିଓ ଏବଂ ଅଡିଓ ମାମଲାକୁ ନେଇ ସରକାର ସତର୍କ ହୋଇଛନ୍ତି । ମାମଲା ଗମ୍ଭୀରତାକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ବୈଷ୍ଣବ ସୋସିଆଲ ମିଡିଆର ଅନେକ କମ୍ପାନୀଙ୍କ ସହ ବୈଠକ କରିଥିଲେ । ଆଉ ଏଥିରୁ ବର୍ତ୍ତିବା ପାଇଁ ଉପାୟ ଉପରେ ଥିବା କିଛି ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଡିପ୍‌ଫେକ୍‌ କେବଳ ସମାଜ ପାଇଁ ନୁହେଁ ବରଂ ଲୋକତନ୍ତ୍ର ପାଇଁ ମଧ୍ୟ ଏକ ବିପଦ । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ସୋସିଆଲ କମ୍ପାନୀଙ୍କ ସହ ମିଶି •ରି ମୁଖ୍ୟ ପ୍ରସଙ୍ଗ ଉପରେ କାମ କରିବାକୁ ସହମତି ପ୍ରକାଶ କରିଛନ୍ତି । ଗଣମାଧ୍ୟମ ସମ୍ମିଳନୀରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ସୋସିଆଲ ମିଡିଆ କମ୍ପାନୀ ଏହା ସ୍ୱୀକାର କରିଛନ୍ତି ଡିପ୍‌ଫେକ୍‌ ଏକ ବଡ଼ ସାମଜିକ ବିପଦ । ଏଥରୁ ବର୍ତ୍ତିବା ପାଇଁ ଯେଉଁ ପ୍ରସଙ୍ଗ ଉପରେ ସରକାର ଏବଂ କମ୍ପାନୀ କାମ କରିବେ, ସେଗୁଡ଼ିକ ହେଲା । ପ୍ରଥମରେ, ଡିପ୍‌ଫେକ୍‌ର ଯାଞ୍ଚ କିପରି ହେବ? ଦ୍ୱିତୀୟ, ଏହାକୁ ଭାଇରାଲ ହେବାରୁ କିପରି ରୋକାଯାଇ ପାରିବ? ତୃତୀୟ, କେହି ୟୁଜର କିପରି ଏହାକୁ ରିପୋର୍ଟ କରିପାରିବେ ଏବଂ ଏହା ଉପରେ ତୁରନ୍ତି କାର୍ଯ୍ୟାନୁଷ୍ଠାନ ହୋଇପାରିବ? ଚତୁର୍ଥ, ଏଥିରୁ ଥିବା ବିପଦ ଏବଂ ସଚେତନା ବଢ଼ାଇବା ପାଇଁ ସମସ୍ତେ ମିଶି କିଭଳ କାମ କରିପାରିବେ? ଗଣମାଧ୍ୟମରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏଭଳି ଭିଡିଓର ଯାଞ୍ଚ ପାଇଁ କିଛି ପ୍ଲାଟଫର୍ମ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଆମକୁ ଏହାଠାରୁ ଅଧିକ ଆବଶ୍ୟକତା ରହିଛି । ସେ କହିଛନ୍ତି ଭିଡିଓ ବିରୋଧରେ ଖୁବ୍‌ଶୀଘ୍ର ଆଇନ ତିଆରି କରାଯିବ ଏବଂ ବୈଷୟିକ ପଦକ୍ଷେପ ଉଠାଯିବ । ଏହି ପ୍ରସଙ୍ଗରେ ଆଗାମୀ ବୈଠକରେ ଡିସେମ୍ବର ପ୍ରଥମ ସପ୍ତାହରେ ହେବ ଏବଂ କ’ଣ ପଦକ୍ଷେପ ଉପରେ ସମୀକ୍ଷା କରାଯିବ । ଏହା ସହ ସେ କହିଛନ୍ତି ଯେ ଯେଉଁମାନେ ଡିପ୍‌ଫେକ୍‌ ଭିଡିଓ ଭାଇରାଲ କରିବେ ସେମାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । କିନ୍ତୁ ତାହା ଡିପ୍‌ଫେକ୍‌ ଦ୍ୱାରା କରାଯାଇଥିବା ପରେ ସ୍ପଷ୍ଟ ହୋଇଥିଲା । ପରେ ଅଭିନେତ୍ରୀ କାଜୋଲ ଓ କଟ୍ରିନା କୈଫ ମଧ୍ୟ “ଡିପ୍‌ଫେକ୍‌’ର ଶିକାର ହୋଇଥିଲେ । ସୋସିଆଲ ମିଡିଆରେ ଏଭଳି ମିଛ ଭିଡିଓର ପ୍ରସାରଣ ପରେ ଚିନ୍ତାବ୍ୟକ୍ତ କରିଥିଲେ ଅମିତାଭ ବଚ୍ଚନ । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଦବେଗ ପ୍ରକାଶ କରି ନିଜେ ଏହାର ଶିକାର ହୋଇଥିବା କହିଥିଲେ । ମୋଦି ତାଙ୍କର ଗରବା ନୃତ୍ୟର ଏକ ନକଲି ଭିଡିଓ କିପରି ତିଆରି ହୋଇଥିଲା ତାହା ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.