ଚୀନ୍‌ରେ ପୁଣି ବ୍ୟାପିଲା ଅଜଣା ରୋଗ

An unknown disease has spread again in China

0 68

ବେଜିଂ: ଚାଇନାରେ ପୁଣି ଏକ ଅଜଣା ରୋଗ ବ୍ୟାପିଛି । ସ୍ୱାଇନ ଫ୍ଲୁ ଭଳି ରୋଗ ଅଧିକାଂଶ ପିଲାଙ୍କ ମଧ୍ୟରେ ବ୍ୟାପୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏହି ରହସ୍ୟମୟ ରୋଗ ବିଷୟରେ ଅଧିକ ସୂଚନା ପାଇଁ ବେଜିଂକୁ କହିଛି । ଖବର ଅନୁଯାୟୀ, ଚାଇନାର ଡାକ୍ତରଖାନାଗୁଡ଼ିକରେ ଏହି ଅଜଣା ରୋଗରେ ପୀଡିତ ରୋଗୀ ଭର୍ତ୍ତି ହୋଇଛନ୍ତି । ଏହି ରୋଗ ଦ୍ୱାରା ପିଲାମାନେ ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରୋଗ ପାଇଁ କୋଭିଡ-୨୦ ପ୍ରତିବନ୍ଧକର ଢିଲାକୁ ଡବ୍ଲୁଏଚ୍‌ଓ ଦାୟୀ କରିଛି । ଡବ୍ଲୁଏଚ୍‌ଓ ଅସୁସ୍ଥ ପିଲାମାନଙ୍କଠାରେ ସ୍ୱାଇନ ଫ୍ଲୁ, ସାର୍ରସକୋଭି-୨, ମାଇକୋପ୍ଲାଜମା ନିମୋନିଅ । ସମ୍ବନ୍ଧରେ ଅତିରିକ୍ତ ସୂଚନା ଲୋଡିଛି । ଚାଇନାରେ ପିଲାମାନେ ଅସୁସ୍ଥ ହୋଇ ପଡିଥିବା ଘଟଣା ଗୁଡ଼ିକ କୋଭିଡ ପରି ଲକ୍ଷଣ ଗୁଡିକର ପୁନରାବୃତ୍ତି ପରି ମନେହୁଏ ।

Leave A Reply

Your email address will not be published.