ଆସିଲା ୫ ରାଜ୍ୟର ବୁଥ୍‌ ବାହୁୂଡା ମତ

There was a majority vote of 5 states

0 71

ତେଲେଙ୍ଗାନା: ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ଭୋଟ ଗ୍ରହଣ ଶେଷ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ୬୩.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଇତି ମଧ୍ୟରେ ଏହି ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ ବାହୁଡ଼ା ମତ ବା ଏଗଜିଟ୍‌ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଏସବୁ ରିପୋର୍ଟ ଅନୁସାରେ ରାଜ୍ୟରେ କଂଗ୍ରେସ୍‌ ଓ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମଧ୍ୟ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିପାରେ । ତେବେ କଂଗ୍ରେସ ଟିକିଏ ଆଗୁଆ ଥିବା ସଂକେତ ମିଳୁଛି । ରାଜ୍ୟରେ ମୋଟ ୧୧୯ଟି ଆସନରେ ଭୋଟ ଗ୍ରହଣ ହୋଇଥିବା ବେଳେ ବହୁମତ ପାଇଁ ୬୦ଟି ଆସନ ଆବଶ୍ୟକ । ଟୁଡେସ୍‌ •ଣକ୍ୟର ପୂର୍ବାନୁମାନ ଅନୁସାରେ ରାଜ୍ୟରେ କଂଗ୍ରେସ ୭୧ଟି ଆସନ ଜିତିବାକୁ ଥିବାବେଳେ ବିଆରଏସ ୩୩ଟି ଆସନ ଜିତିବ । ବିଜେପି ୭ଟି ଆସନ ଜିତିବ । ରିପବ୍ଲିକ ଟିଭିମାଟ୍ରିଜ୍‌ ଅନୁସାରେ କଂଗ୍ରେସ ୫୮ରୁ ୬୮ଟି ଆସନ ଜିତିବ ଓ ବିଆରଏସ ୪୬-୫୬ଟି ଆସନ ଓ ବିଜେପି ୪ରୁ ୯ଟି ଆସନ ଜିତିବ । ସେହିପରି ଇଣ୍ଡିଆ ଟିଭି-ସିଏନଏକ୍ସର ଆକଳନ ଅନୁସାରେ କଂଗ୍ରେସ ୬୩ରୁ ୭୯ଟି ଆସନ ଜିତିବ ଓ ବିଆରଏସ ୩୧-୪୭ଟି ଆସନ ଓ ବିଜେପି ୨ରୁ ୪ଟି ଆସନ ଜିତିବ । ଜନକି ବାତ ରିପୋର୍ଟ ଅନୁସାରେ କଂଗ୍ରେସ ୪୮ରୁ ୬୪ଟି ଆସନ ଜିତିବ ଓ ବିଆରଏସ ୪୦-୫୫ଟି ଆସନ ଓ ବିଜେପି ୭ରୁ ୧୩ଟି ଆସନ ଜିତିବ । ମଧ୍ୟପ୍ରଦେଶ: ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ମତଦାନର ଏକଜିଟ୍‌ ପୋଲ ଫଳାଫଳ ଗୁରୁବାର ସନ୍ଧ୍ୟାରେ ପ୍ରକାଶ ପାଇଛି । ଗୁରୁବାର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଓ ମାର୍କେଟ୍‌ ରିସର୍ଚ୍ଚ ଏଜେନ୍ସି ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ୍‌ ବା ବୁଥ ବାହୁଡ଼ା ମତ ପ୍ରକାଶ ପାଇଛି । କେଉଁ ରାଜ୍ୟରେ କେଉଁ ଦଳ କ୍ଷମତାକୁ ଆସିବ, ପୂର୍ବରୁ କ୍ଷମତାରେ ଥିବା ଦଳ ପୁଣି ରାଜ୍ୟ ସମ୍ଭାଳିବେ ନା ନୂଆ ଦଳ ରାଜ୍ୟର ଦାୟିତ୍ୱ ହାତକୁ ନେବେ ତାହାର ଏକ ସମ୍ଭାବ୍ୟ ଦୃଶ୍ୟପଟ୍ଟ ସାମ୍ନାକୁ ଆସିଛି । ଫଳାଫଳରୁ ମଧ୍ୟପ୍ରଦେଶରେ ଶାସନ ଗାଦି ଅକ୍ତିଆର ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ସଂକେତ ମିଳିଛି । ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୬ ଥିବା ବେଳେ ରିପବ୍ଲିକ ଟିଭି ବିଜେପିକୁ ବହୁମତ ମିଳିବ ବୋଲି ଆକଳନ କରିଥିବା ବେଳେ ନ୍ୟୁଜ୍‌ ୨୪ ମଧ୍ୟ ବିଜେପି ସପକ୍ଷରେ ବିଜୟ ଯିବ ବୋଲି ଅନୁମାନ ଲଗାଇଛି । ତେବେ ଟିଭି ୯, ଜନକି ବାତ ଓ ଦୈନିକ ଭାସ୍କର ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲରେ ଉଭୟ ବିଜେପି ଓ କଂଗ୍ରେସ ବହୁମତର ଦାବିଦାର ବୋଲି ଦର୍ଶାଯାଇଛି । ନଭେମ୍ବର ୧୭ରେ ମଧ୍ୟପ୍ରଦେଶ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ୭୭.୧୫ ପ୍ରତିଶତ ମତଦାନ ହୋଇଥିଲା, ଯାହା କି ୨୦୧୮ତୁଳନାରେ ପ୍ରାୟ ୧.୫ ପ୍ରତିଶତ ଅଧିକ ରହିଥିଲା । ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧୀନ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ବିରୋଧୀ ଭାରତୀୟ ଜାତୀୟ କଂଗ୍ରେସ (ଆଇଏନସି) ମଧ୍ୟରେ ତୀବ୍ର ପ୍ରତିଦ୍ୱ-ିତା ଦେଖିବାକୁ ମିଳିଥିଲା । ଡିସେମ୍ବର ୩ ତାରିଖ, ରବିବାର ଦିନ ବିଧିବଦ୍ଧ ଭାବେ ଭୋଟ ଗଣତି କରାଯାଇ ଆନୁଷ୍ଠାନିକ ଭାବେ ଫଳାଫଳ ପ୍ରକାଶ ପାଇବ । ଛତିଶଗଡ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ଶେଷ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଥିବା ବେଳେ ଫଳାଫଳ ଡିସେମ୍ବର ୩ରେ ପ୍ରକାଶ ପାଇବ । ତେବେ ଗୁରୁବାର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଓ ମାର୍କେଟ୍‌ ରିସର୍ଚ୍ଚ ଏଜେନ୍ସି ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ୍‌ ବା ବୁଥ ବାହୁଡ଼ା ମତ ପ୍ରକାଶ ପାଇଛି । କେଉଁ ରାଜ୍ୟରେ କେଉଁ ଦଳ କ୍ଷମତାକୁ ଆସିବ, ପୂର୍ବରୁ କ୍ଷମତାରେ ଥିବା ଦଳ ପୁଣି ରାଜ୍ୟ ସମ୍ଭାଳିବେ ନା ନୂଆ ଦଳ ରାଜ୍ୟର ଦାୟିତ୍ୱ ହାତକୁ ନେବେ ତାହାର ଏକ ସମ୍ଭାବ୍ୟ ଦୃଶ୍ୟପଟ୍ଟ ସାମ୍ନାକୁ ଆସିଛି । ଯଦିଓ ଅନେକ ସମୟରେ ବୁଥ୍‌ ବାହୁଡା ମତ ଅନୁସାରେ ପ୍ରକୃତ ଫଳାଫଳ ମେଳ ଖାଏ ନାହିଁ, କିନ୍ତୁ ଏହାକୁ ଚୂଡ଼ାନ୍ତ ଫଳାଫଳର ଏକ ସାଙ୍କେତିକ ଚିତ୍ର ବୋଲି ବିବେଚନା କରାଯାଏ । ଆମ ପଡେ଼ାଶୀ ରାଜ୍ୟ ଛତିଶଗଡ଼ର ଏକଜିଟ୍‌ ପୋଲ୍‌ ଫଳାଫଳ ସାମ୍ନାକୁ ଆସିଛି । ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ମ୍ୟାଜିକ ନମ୍ବର ରହିଛି ୪୬ । ଅର୍ଥାତ ୪୬ଟି ଆସନ ଜିତିଥିବା ଦଳ ସରକାର ଗଢିବା ଲାଗି ଯୋଗ୍ୟ ହେବ । ଛତିଶଗଡ଼ରେ ପୁଣିଥରେ କଂଗ୍ରେସ କ୍ଷମତାକୁ ଆସିବ ନା ନାହିଁ, ତାହା ଉପରେ ସମସ୍ତର ନଜର ଅଟକିଥିବା ବେଳେ ଏକଜିଟ୍‌ ପୋଲ୍‌ କ’ଣ କହୁଛି ଆସନ୍ତୁ ଜାଣିବା । ଜାତୀୟ ଗଣମାଧ୍ୟମ “ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ’ ଦ୍ୱାରା କରାଯାଇଥିବା ଏକଜିଟ୍‌ ପୋଲରୁ ଜଣାପଡିଛି ଯେ, ଛତିଶଗଡ଼ରେ ହୋଇଥିବା ନିର୍ବାଚନରେ କଂଗ୍ରେସ ୪୦-୫୦ଟି ଆସନ ଜିତିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବିଜେପି ୩୬-୪୬ଟି ଆସନ ଜିତିବା ସହ ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି (ଜିଜିପି) ସମେତ ଅନ୍ୟ ଦଳ ପ୍ରାୟ ଗୋଟାଏରୁ ପାଞ୍ଚଟି ଆସନ ଜିତିପାରନ୍ତି ବୋଲି ଏକଜିଟ୍‌ ପୋଲରୁ ଜଣାପଡ଼ିଛି । ସେହିଭଳି “ଏବିପି ନିଉଜ୍‌-ସି ଭୋଟର’ ଦ୍ୱାରା କରାଯାଇଥିବା ଏକଜିଟ୍‌ ପୋଲ ଅନୁଯାୟୀ, ଛତିଶଗଡ଼ରେ ବିଜେପି ୩୬- ୪୮ଟି ଆସନ ସହ କଂଗ୍ରେସ ୪୧-୫୩ଟି ଆସନ ଜିତିବାର

Leave A Reply

Your email address will not be published.