ଭାରତକୁ ସୁଚିତ୍ରାଙ୍କ ସ୍ୱର୍ଣ୍ଣ; ଜୟନ୍ତୀଙ୍କୁ କାଂସ୍ୟ

Suchita's gold to India; Bronze to Jayanthi

0 78

ଭୁବନେଶ୍ୱର, : ଥାଇଲାଣ୍ଡର ନାଖୋନ ରାଚାସିମାରେ ଚାଲିଥିବା ବିଶ୍ୱ ଆବିଲିଟିସ୍ପୋର୍ଟ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ଓଡ଼ିଆ ଝିଅ ସୁଚିତ୍ରା ପରିଡ଼ା । ମଙ୍ଗଳବାର ମହିଳା ଜାଭଲିନ୍‌ ଏଫ୍‌ ୫୩/୫୪/୫୬ ଫାଇନାଲ୍‌ରେ ସେ ୧୬.୮୮ ମିଟର ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଦ୍ୱିତୀୟ ସ୍ଥାନରେ ତାଙ୍କ ସାଥୀ ଭାରତୀୟ ଖେଳାଳି କୀର୍ତ୍ତକା ଜୟଚନ୍ଦ୍ରନ (୯.୨୯ ମିଟର)ରାଜୋ ସିଷ୍ଟମ୍‌ରେ ରୌପ୍ୟ ଜିତିଥିଲେ । ଫଳରେ ଭାରତ ଏହି ଇଭେଣ୍ଟ୍‌ରେ ୧-୨ ସଫଳତା ପାଇଛି । ଥାଇଲାଣ୍ଡର ପୁଆଙ୍ଗପେଟ ଚାଇଥୋଙ୍ଗ୍ରାଟ (୧୪.୯୯ ମିଟର) ରାଜୋ ସିଷ୍ଟମ୍‌ରେ କାଂସ୍ୟ ପଦକ ହାସଲ କରିଥିଲେ । ଏହି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରୁଥିବା ଆଉ ଜଣେ ଓଡ଼ିଆ ଝିଅ ଜୟନ୍ତୀ ବେହେରା କାଂସ୍ୟ ପଦକ ଜିତିଛନ୍ତି । ସେ ୧୦୦ ମିଟର ଦୌଡ଼କୁ ସେ ୧୩.୧୮ ସେକେଣ୍ଡରେ ଶେଷ କରି ତୃତୀୟ ସ୍ଥାନରେ ରହିଥିଲେ । ଫଳରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଓ କାଂସ୍ୟ ସହ ୨ ପଦକ ମିଳିଛି । ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୩ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ପାରା ଦୌଡ଼କୁଦରେ ୨, ପାରା ବ୍ୟାଡ୍‌ମିଣ୍ଟନରେ ୪ ଓ ହ୍ୱିଲଚେୟାର ଅସିଚାଳନାରେ ୭  ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଭାରତ ୧ ସ୍ୱର୍ଣ୍ଣ, ୩ ରୌପ୍ୟ, ୧ କାଂସ୍ୟ ପଦକ ସହିତ ପଦକ ତାଲିକାରେ ୪ର୍ଥ ସ୍ଥାନରେ ରହିଛି ।

Leave A Reply

Your email address will not be published.