ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳ

Indian team on South Africa tour

0 79

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ସଂପନ୍ନ ପରେ ଡିସେମ୍ବର ୧୦ରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍‌ ଖେଳିବ । ଗୋଟିଏ ମାସର ଲମ୍ବା ସିରିଜ୍‌ ପାଇଁ ଭାରତୀୟ କ୍ରିକେଟ୍‌ ଦଳ ବୁଧବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଭାରତର ଯୁବ ବ୍ୟାଟର ତିଳକ ବର୍ମା ଓ ରିଙ୍କୁ ସିଂ ସାଥୀ ଖେଳାଳିଙ୍କ ସହ ସାମାଜିକ ଗଣମାଧ୍ୟମରେ ବିମାନ ଭିତରର ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଭାରତୀୟ ଖେଳାଳି ଏକାଠି ବସିଥିବା ଦେଖିବାକୁ ମିଳିଛି । ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଅଷ୍ଟ୍ରେଲିଆକୁ ୪- ୧ରେ ହରାଇବା ପରେ ଟିମ୍‌ ଇଣ୍ଡିଆର ଦ୍ୱିତୀୟ ପାହ୍ୟା ଦଳ ବେଙ୍ଗାଲୁରୁରୁ ଆଜି ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଡିସେମ୍ବର ୧୦ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ୍‌ ଖେଳିବ । ଯାତ୍ରା ସମୟରେ ରିଙ୍କୁ ସିଂ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଅର୍ଶଦୀପ ସିଂ ଓ କୁଲଦୀପ ଯାଦବଙ୍କୁ ଦେଖିବାକୁ ମିଳିଛି । ତିଳକ ବର୍ମା ମଧ୍ୟ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଫିଲ୍ଡିଂ କୋଚ୍‌ ଟି ଦିଲୀପ ଓ ମହମ୍ମଦ ସିରାଜ ନଜର ଆସିଛନ୍ତି । ଭାରତ ଏହି ଗସ୍ତରେ ତିନୋଟି ଟି-୨୦, ତିନୋଟି ଦିନିକିଅ । ଓ ଦୁଇଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବ । ଏହି ଟେଷ୍ଟ ମ୍ୟାଚ୍‌ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଅନ୍ତର୍ଗତରେ ଖେଳାଯିବ । ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ଡିସେମ୍ବର ୨୬ରୁ ସେଞ୍ଚୁରିୟନରେ ଖେଳାଯିବ । ଏହି ଟେଷ୍ଟ ସିରିଜ୍‌ ଘରୋଇ ଦଳ ଦକ୍ଷିଣ ଆଫ୍ରିକା ପାଇଁ ଡବ୍ଲ୍ୟୁଟିସିର ପ୍ରଥମ ସିରିଜ୍‌ ହେବ ।

Leave A Reply

Your email address will not be published.