କେବେ ପଡ଼ିଆକୁ ଫେରିବେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ?

When will the star all-rounder return to the field?

0 49

ନୂଆଦିଲ୍ଲୀ: ଗତ କିଛି ଦିନ ତଳେ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି । ମୁମ୍ବାଇ ଫ୍ରାଞ୍ଚାଇଜି ହାର୍ଦ୍ଦିକଙ୍କୁ ଗୁଜରାଟ୍‌ ଟାଇଟନ୍ସ ସହ ଟ୍ରେଡ କରିଛି । ମାତ୍ର ବଡ଼ ପ୍ରଶ୍ନ କଣ ହାର୍ଦ୍ଦିକ ପାଣ୍ଡ୍ୟ ଆଇପିଏଲ୍‌ ସୁଦ୍ଧା ଫିଟ୍‌ ହୋଇଯିବେ? ଏହାକୁ ନେଇ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୁନଃ ଥଇଥାନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଅର୍ଥାତ ସେ ଶୀଘ୍ର ମଇଦାନକୁ ଫେରି ପାରନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଏ ସଂପର୍କରେ ଏକ ଭିଡ଼ିଓ ମଧ୍ୟ ପୋଷ୍ଟ କରିଛନ୍ତି । ଉଲ୍ଲେଖନୀୟ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ । ଫଳରେ ସେ ବିଶ୍ୱକପର ଅବଶିଷ୍ଟ ମ୍ୟାଚ୍‌ ଖେଳି ପାରି ନ ଥିଲେ । ମାତ୍ର ଏବେ ଯେଉଁ ଫଟୋ ସାମ୍ନାକୁ ଆସିଛି ତାହା ଭାରତୀୟ କ୍ରିକେଟ୍‌ ପ୍ରେମୀ ଓ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଶ୍ୱସ୍ତିକର ଖବର । ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ଟ୍ରେନିଂର ଭିଡିଓ ସେୟାର କରିଛନ୍ତି । ଏଥିରେ ଲେଖିଛନ୍ତି- ୱାର୍କ ଅନ ପ୍ରୋଗ୍ରେସ । ଏହି ଭିଡିଓ ଦେଖିବା ପରେ ପ୍ରଶଂସକଙ୍କ କହିବା କଥା ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍‌ ଶୀଘ୍ର ମଇଦାନକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି । ତେବେ କେବେ ସୁଦ୍ଧା ହାର୍ଦ୍ଦିକ ପଡ଼ିଆକୁ ଫେରିବେ ଏହା ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇ ନାହିଁ । ମାତ୍ର ଏହା ଆଶା କରାଯାଉଛି ଯେ, ଦଳର ଏହି ଷ୍ଟାର ଅଲରାଉଣ୍ଡର ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳାରେ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି । ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଜାନୁଆରୀରେ ଖେଳାଯିବ । ଏହି ସିରିଜତେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ଖେଳାଳି ଖେଳିବାର ସମ୍ଭାବନା ବହୁତ କମ ରହିଛି । ମାତ୍ର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳୁ ଫେରିବା ସୁନିଶ୍ଚିତ ବୋଲି ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.