ଲୋକାର୍ପଣ ଅପେକ୍ଷାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚାଲିଛି ବିଭିନ୍ନ ପୂଜାବିଧି : ଆଜିଠୁ ଯଜ୍ଞ

0 31

ପୁରୀ, ଉତ୍ସବମୁଖର ଶଙ୍ଖକ୍ଷେତ୍ର । ଲୋକାର୍ପଣ ଅପେକ୍ଷାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ନିର୍ଦ୍ଧାରିତ ସମୟରେ ସବୁକାମ ସରିଛି । ଏବେ ୧୭ ତାରିଖକୁ ଅପେକ୍ଷା । ଏହି ଦିନ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥି ।ଇଁ ଗତ ୧୨ ତାରିଖରୁ ସନ୍ଧ୍ୟାରୁ ଆରମ୍ଭ ହୋଇଛି ଯଜ୍ଞ ପ୍ରକ୍ରିୟା । ୧୩ ତାରିଖରେ ଯଜ୍ଞ ପାଇଁ ଅଙ୍କୁର ପୂଜନ କରାଯାଇଥିବା ବେଳେ ଆଜି ଅଙ୍କୁର ପୂଜନ,
ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ ଓ ତୋରଣ ସ୍ଥାପନ କରାଯାଇଛି । ଆସନ୍ତା କାଲି ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆ·ର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ ହେବ । ଏଥିସହ ଶ୍ରୀମନ୍ଦିର
ଚାରି ଦ୍ୱାରରେ ବେଦ ପାରାୟଣ ହେବ । ଯଜ୍ଞ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାଠ କରାଯିବ । ବେଦ ପାଠରେ କମ୍ପିବ ଶ୍ରୀକ୍ଷେତ୍ର । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ଲାଗିଛି । ତାହାକୁ ଆଖି ଆଗରେ ରଖି ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଲାଗି ୧୬ ତାରିଖ ପର୍ଯ୍ୟନ୍ତ ୪୪ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ଟି କେ ନାଇନ ଟିମଙ୍କୁ ମୁତୟନ କରାଯାଇଛି । ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳକୁ ଆପଣାଇଛି ପୋଲିସ ପ୍ରଶାସନ । ୧୩୫ଟି ସିସିଟିଭି ସାଙ୍ଗକୁ ସର୍ଭେଲାନ୍ସ ଟିମ୍, ବୋମା ନିଷ୍କ୍ରିୟକାରୀ ଟିମ୍ ଓ ଫେସ୍ ରିଡିଙ୍ଗ ଟିମ୍ ନିୟୋଜିତ ହୋଇଛନ୍ତି । ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯଜ୍ଞ ସ୍ଥଳର ସୁରକ୍ଷା ଓ ଟ୍ରାଫିକ ସୁପରିଚାଳନା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ୧୭ ତାରିଖ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଅଧିକ କୋଡିଏ ପ୍ଲାଟୁନ ଫୋର୍ସଙ୍କୁ ନିୟୋଜିତ
କରାଯିବ ବୋଲି ଜଣାଯାଇଛି । ସନ୍ଧ୍ୟା  ହେଲେ ରଙ୍ଗୀନ ଆଲୋକମାଳାରେ ଏବେ ଝଲସୁଛି ଜଗନ୍ନାଥ ଧାମ୍ । ପୁରୀ ସହରର ପ୍ରମୁଖ ରାସ୍ତା ସହିତ ସାହି ଭିତରେ ଥିବା ବିଭିନ୍ନ କାନ୍ଥରେ ଅଙ୍କା ଯାଉଛି ଆକର୍ଷଣୀୟ ପାରମ୍ପରିକ ଚିତ୍ରକଳା । ପାରମ୍ପରିକ ଆଦିବାସୀ ସଂସ୍କୃତି, ଓଡ଼ିଶୀ, ପାରମ୍ପରିକ ବାଦ୍ୟ, ବିଭିନ୍ନ ଆକର୍ଷଣୀୟ ଫୁଲ, ପଶୁକ୍ଷୀଙ୍କ ଆକର୍ଷଣୀୟ ଚିତ୍ର ଦେଖିବାକୁ ମିଳୁଛି ପୁରୀ ସହରର ପ୍ରମୁଖ ରାସ୍ତା ଏବଂ ସାହି ଭିତର କାନ୍ଥ ମାନଙ୍କରେ । ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଥିବା ବ୍ରିଟିଶ ଅମଳର ପୁରାତନ ପାଣି ଟାଙ୍କିରେ କାଞ୍ଚି ଅଭିଯାନର କାହାଣୀ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶୀତ ହୋଇଛି । ସହରର ପ୍ରବେଶ ପଥ ଐତିହ୍ୟ ଅଠରନଳା, ଭିଆଇପି ରୋଡ଼, ସମୁଦ୍ର କୂଳ ସମେତ ସହରର ବିଭିନ୍ନ ରାସ୍ତା ଏବେ ଏଲ୍ଇଡି ଲାଇଟର ଆଲୋକରେ ଝଲସୁଛି । ମହାପ୍ରଭୁଙ୍କ ଏହି ଭବ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉକ୍ରଙଋା । ସେହିରି ଆଠ ସାହି ଆଖଡା ପକ୍ଷରୁ ସାଂସ୍କୃତିକ ଓ ସମରକଳା ପ୍ରଦର୍ଶନ କରଯାଉଛି । ନାଗା, ଦୂର୍ଗା, କାଳୀ, ଗଣେଶ ମେଢ଼ ସହ ଘୋଡାନାଚ, ଓଡିଶୀ, ଘଣ୍ଟ, ସଂକୀର୍ତ୍ତନରେ କମ୍ପୁଛି ବଡଦାଣ୍ଡ । ଆସନ୍ତାକାଲି ଯଜ୍ଞ ପାଇଁ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦିକ୍ଷଣ ପଥରେ ନାମ ସଙ୍କୀର୍ତ୍ତନ, ବୈଷ୍ଣବ ଅଗ୍ନି ସଂସ୍କାର, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରଦିକ୍ଷଣ ହେବ ଆଦି ସମ୍ପାଦିତ ହେବ । ୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶୀଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତି ଓ ପୁଷ୍ପାଞ୍ଜଳି ଆଦି ହୃଦୟ ହେବ । ୧୭ ତାରିଖ ସକାଳ ସାଢେ ୭ଟାରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ପରେ ଅପରାହ୍ନ ୧ଟା ୧୫ରୁ ସାଢେ ଗୋଟାଏ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଫଳକ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ।

 

Leave A Reply

Your email address will not be published.