ହ୍ୟାପି ବାର୍ଥ ଡେ’ ‘ମେରି ଜାନ୍’

0 79

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ସୋମବାର ନିଜ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କର ଏହି ଜନ୍ମଦିନକୁ ଆଉ ଟିକିଏ ଖାସ୍ ଅନ୍ଦାଜରେ ପାଳନ କରିଥିବା ଜଣାଯାଇଛି । ଏକ ଭିଡିଓ ସେୟାର କରି ଶିଳ୍ପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଜୀବନରେ ଶିଳ୍ପାଙ୍କ ଭୂମିକା କେତେ ଗୁରୁତ୍ୱ ରଖିଛି ତାହା ସେ ଦର୍ଶାଇଛନ୍ତି । ରାଜ କୁନ୍ଦ୍ରା ଏହି ଭିଡିଓରେ ଲେଖିଛନ୍ତି କି ବାସ୍, ତୁମର ହସ ହସ ମୁହଁ ଦେଖି ମୋର ଦିନ କଟିଥାଏ । ତୁମେ କେବଳ ମୋ ପିଲାମାନଙ୍କ ମା’ ନୁହଁ ବରଂ ମୋ ଜୀବନ ଓ ମୋ ହୃଦୟର ରାଣୀ ହୋଇ ରହିଛ ଓ ରହିଥିବ । ହ୍ୟାପି ବାର୍ଥ ଡେ’ ‘ମେରି ଜାନ୍’ ବୋଲି ରାଜ ସୋସିଆଲ୍ ମିଡିଆରେ ଦର୍ଶାଇଛନ୍ତି । ରାଜ୍ଙ୍କ ଏହି ରୋମାଣ୍ଟିକ୍ ନୋଟ୍ ଶିଳ୍ପାଙ୍କ ପାଇଁ ଖୁବ୍ ଖାସ୍ । ଦୁଇଜଣ ଇଣ୍ଡଷ୍ଟ୍ରିରେ ପାୱାର କପଲ୍ସ ମଧ୍ୟରୁ ଅନ୍ୟତମ ବୋଲି ବେଶ୍ ଜଣାଶୁଣା । ଶିଳ୍ପାଙ୍କ ଜନ୍ମଦିନରେ ତାଙ୍କ ଭଉଣୀ ସମିତା ସେଟ୍ଟି ବି ଏକ ଭିଡିଓ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.