ଆଖଁ ମାରେ’ ଗୀତରେ ସୁସ୍ମିତାଙ୍କ ଡ୍ୟାନ୍ସ ଧମାଲ

0 85

ସୁସ୍ମିତା ସେନ୍ ଖୁବ୍ଶୀଘ୍ର ନିଜର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ଖୁବ୍ ଉତ୍ସାହିତ ଅଛନ୍ତି । ହଟ୍ଷ୍ଟାରର ଅରିଜିନାଲ୍ ସିରିଜ୍ ‘ଆର୍ଯ୍ୟା’ରେ ସୁସ୍ମିତା ନଜର ଆସିବେ । ଏହାକୁ ନେଇ ସେ ବହୁବାର ସୋସିଆଲ୍ ମିଡିଆରେ ପୋଷ୍ଟ ବି ଜାରି ରଖିଛନ୍ତି । ନିକଟରେ ସୁସ୍ମିତା ‘ଆର୍ଯ୍ୟା’ ସେଟ୍ରେ ଏକ ବିଟିଏସ୍ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସୁସ୍ମିତା ସେନ୍ ନିଜ କ୍ରୁ ସଦସ୍ୟଙ୍କ ସହ ଡ୍ୟାନ୍ସ କରୁଥିବା ଦେଖାଯାଉଛି । ରଣବୀର ସିଂ ଓ ସାରା ଅଲ୍ଲୀ ଖାନ୍ଙ୍କ ଚଳଚ୍ଚିତ୍ର ‘ସିମ୍ବା’ର ହିଟ୍ ଗୀତ ‘ଆଖଁ ମାରେ’ର ଗୀତରେ ଏହି ଭିଡିଓକୁ ସୁଟ୍ କରାଯାଇଛି । ଲକ୍ଡାଉନ୍ ପୂର୍ବରୁ ଏହି ଶୋ’ର ସୁଟିଂ ରାଜସ୍ଥାନରେ ହୋଇଥିଲା ଓ ଠୋରେ ଲାଗିଥିବା ସେଟ୍ରେ ଏହି ଭିଡିଓ ସୁଟ୍ କରାଯାଇଛି । ଭିଡିଓ ସେୟାର କରି ସୁସ୍ମିତା ସେନ୍ ଲେଖିଛନ୍ତି କି ସନ୍ଦୀପ ମୋଦିଙ୍କ ସହ ଆପଣଙ୍କ ପରିଚୟ କରୁଛି । ସେ ଜଣେ ଖୁବ୍ ଭଲ ନିର୍ଦ୍ଦେଶକ ଅଟନ୍ତି ଯିଏକି ପୂରା ଦିନ ଆମକୁ ସୁଟିଂ ସେଟ୍ରେ ନଚାଇଥାନ୍ତି ଓ ପ୍ୟାକ୍ଅପ୍ ପରେ ଆମେ ତାଙ୍କୁ ନଚାଇଥାଉ । ଭାଇ ଖୁବ୍ କମାଲର ଡ୍ୟାନ୍ସ କରିଥାନ୍ତି ବୋଲି ସୁସ୍ମିତା କହିଛନ୍ତି ।

Leave A Reply

Your email address will not be published.