ଦଳର ନେତୃତ୍ୱ ପରିବର୍ତ୍ତନ ନେଇ ମୁହଁ ଖୋଲିଲେ ସଞ୍ଜୟ ଝା

0 69

ନୂଆଦିଲ୍ଲୀ : କଂଗ୍ରେସ ସଞ୍ଜୟ ଝା ପୁଣିଥରେ ଦଳ ହାଇକମାଣ୍ଡଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ପ୍ରାୟ ୧୦୦ କଂଗ୍ରେସ ନେତା (ସାଂସଦଙ୍କ ସମେତ) ରାଜ୍ୟମାନଙ୍କର ସ୍ଥିତିକୁ ନେଇ ବ୍ୟଥିତ ଅଛନ୍ତି । ଏହି ନେତାମାନେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି କଂଗ୍ରେସ କାର୍ଯ୍ୟ କମିଟିରେ ରାଜନୈତିକ ନେତୃତ୍ୱ ପରିବର୍ତ୍ତନ ଏବଂ ସ୍ୱଚ୍ଛ ନିର୍ବାଚନ ଦାବି କରିଛନ୍ତି । ଏହାପୂର୍ବରୁ କଂଗ୍ରେସ ନେତା ଶଶି ଥରୁର ନେତୃତ୍ୱ ପରିବର୍ତ୍ତନ ପାଇଁ ପୂର୍ଣ୍ଣକାଳୀନ କଂଗ୍ରେସ ସଭାପତି ପଦ ପାଇଁ ସ୍ୱର ଉତ୍ତୋଳନ କରିଥିଲେ । ନେତୃତ୍ୱ ଅଗ୍ରଗତି ବିଷୟରେ କଂଗ୍ରେସ ସ୍ପଷ୍ଟ କରିବା ଉଚିତ ଏବଂ ଯଦି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ତେବେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହେବା ଉଚିତ ବୋଲି ଥରୁର କହିଛନ୍ତି । କଂଗ୍ରେସ ନେତା ଶଶି ଥରୁର କହିଥିଲେ ଯେ ଗତବର୍ଷ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବରେ ସୋନିଆ ଗାନ୍ଧୀଙ୍କ ନିଯୁକ୍ତିକୁ ମୁଁ ସ୍ୱାଗତ କରିଛି, କିନ୍ତୁ ମୋର ବିଶ୍ୱାସ ଯେ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଭାର ବହନ କରିବା ଅନୁଚିତ୍ । ଯଦି ରାହୁଲ ଗାନ୍ଧୀ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବାକୁ ·ହୁଁଛନ୍ତି, ତେବେ ସେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିପାରିବେ, କାରଣ ତାଙ୍କର କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ ରହିଛି । ସଂସଦର ସଦସ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଏହି କ୍ଷେତ୍ରରେ ‘ଶକ୍ତି ଏବଂ ସାମର୍ଥ୍ୟ’ ରହିଛି ଯେ ସେ ପୁନର୍ବାର ଦଳର ନେତୃତ୍ୱ ନେଇପାରିବେ । ତେବେ ଯଦି ରାହୁଲ ପୁନର୍ବାର ଅଧ୍ୟକ୍ଷ ହେବାକୁ ·ହୁଁନାହାଁନ୍ତି, ତେବେ କଂଗ୍ରେସ ନୂତନ ଅଧ୍ୟକ୍ଷ ବାଛିବା ଉଚିତ ।

Leave A Reply

Your email address will not be published.