‘ଅଣଗାନ୍ଧି ପରିବାରରୁ କେହି ଅଧ୍ୟକ୍ଷ ହେଲେ ତାଙ୍କ ସହ କାମ କରିବାରେ ଅସୁବିଧା ନାହିଁ’

0 62

ନୂଆଦିଲ୍ଲୀ : କଂଗ୍ରେସରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପଦବୀକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହି ସମୟରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ପୁସ୍ତକକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ସେ ନିକଟ ଭବିଷ୍ୟତରେ ଦଳର ଆଭିମୁଖ୍ୟ ଗ୍ରହଣ କରିବେ ନାହିଁ ଏବଂ ରାହୁଲ ଗାନ୍ଧୀ ତାଙ୍କର ନେତା । ସେ ଦଳର ନେତୃତ୍ୱ ନେବେ କି ବୋଲି ପ୍ରିୟଙ୍କାଙ୍କୁ ପଚରାଯାଇଥିଲା । ତେବେ ଅଧ୍ୟକ୍ଷ ପଦବୀ ପାଇଁ ସେ ସିଧା ସିଧା ମନା କରିଦେଇଥିଲେ । ସେ ଉତ୍ତରପ୍ରଦେଶରେ ଦଳକୁ ମଜବୁତ କରିବା ଉପରେ ଧ୍ୟାନ ଦେବେ । ପ୍ରିୟଙ୍କା କହିଛନ୍ତି ଯେ ଯଦି କେହି ଅଣ-ଗାନ୍ଧୀ ପରିବାରର କଂଗ୍ରେସ ସଭାପତି ହୁଅନ୍ତି, ତା’ହେଲେ ତାଙ୍କ ସହ କାମ କରିବାରେ ସେମାନଙ୍କର କୌଣସି ଅସୁବିଧା ହେବନାହିଁ । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଏବଂ ଗାନ୍ଧୀ ପରିବାର ବ୍ୟତୀତ ଅନ୍ୟ କାହାକୁ ନିଯୁକ୍ତ କରିବାର ପରାମର୍ଶକୁ ତାଙ୍କ ପରିବାର ସମ୍ମାନ କରନ୍ତି । ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଏହି ଚର୍ଚ୍ଚା ଅଧିକ ଜୋର୍ ଧରିଥିଲା ବୋଲି ପ୍ରିୟଙ୍କା କହିଛନ୍ତି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିକଟ ଭବିଷ୍ୟତରେ ଦଳର ଦାୟିତ୍ୱ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଦଳକୁ ମଜବୁତ କରିବା ଉପରେ ସେ ଧ୍ୟାନ ଦେବେ । ସେ କହିଛନ୍ତି କି ଉତ୍ତରପ୍ରଦେଶ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ଶହ ଶହ ଲୋକ ଅଛନ୍ତି ଯେଉଁମାନେ ବିଜେପି ବିରୋଧରେ ଲଢ଼଼ିବାକୁ ସକ୍ଷମ ଅଟନ୍ତି । ଭବିଷ୍ୟତରେ କ’ଣ ହେବ ମୁଁ ଜାଣେ ନାହିଁ । କିନ୍ତୁ ଅନେକ ଲୋକ ଦଳର ନେତୃତ୍ୱ ନେବାକୁ ସକ୍ଷମ ଅଟନ୍ତି । ରବର୍ଟ ଭଦ୍ରାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ବିଜେପିର ପ୍ର·ରକୁ କିପରି ସାମ୍ନା କରାଯିବ ତାହା ତାଙ୍କ ପରିବାର ଜାଣନ୍ତି । ସେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ଯେତେବେଳେ ଅଭିଯୋଗ ଆସେ, ମୁଁ ମୋ ପୁଅକୁ ସମସ୍ତ କାରବାର ଦେଖାଇଲି । କ’ଣ ଅଭିଯୋଗ ହୋଇଛି ଏବଂ ସତ୍ୟ କ’ଣ ତାହା ସେମାନଙ୍କୁ ବୁଝାଇଛି । ଘଟଣାର ସତ୍ୟତାକୁ ନେଇ ମଧ୍ୟ ସେ ତାଙ୍କ ଝିଅକୁ ସବୁକିଛି କହିଥିବା ପ୍ରିୟଙ୍କା କହିଛନ୍ତି ।

Leave A Reply

Your email address will not be published.