ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଲେ ପାଇଲଟ

0 77

ଇନ୍ଦୋର: ମଧ୍ୟପ୍ରଦେଶରେ ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ର·ର ଜୋର୍ସୋର୍ରେ ଚାଲିଛି । ଏହାରି ଭିତରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଚିନ ପାଇଲଟ ପ୍ରଚାର କରୁଛନ୍ତି । ପାଇଲଟ୍ ମଧ୍ୟପ୍ରଦେଶର ଗ୍ୱାଲିଅରକୁ ପ୍ର·ର ପାଇଁ ଆସି ତାଙ୍କର ପୂର୍ବତନ ସହଯୋଗୀ ତଥା ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି ଯାହାକୁ ନେଇ ରାଜନୀତିକ ଚର୍ଚ୍ଚା ଜୋରଦାର ହୋଇଛି । ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନି । ସିନ୍ଧିଆ ମାର୍ଚ୍ଚରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ସିନ୍ଧିଆଙ୍କ ସହିତ ୨୨ କଂଗ୍ରେସ ବିଧାୟକ ମଧ୍ୟ ଦଳ ଛାଡ଼ିଥିଲେ । ପରେ କଂଗ୍ରେସର କମଲ ନାଥ ସରକାର ଭାଙ୍ଗି ଯାଇଥିଲା । ଏବେ ରାଜ୍ୟରେ ୨୮ଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି । ରାଜସ୍ଥାନର କଂଗ୍ରେସ ନେତା ସଚିନ ପାଇଲଟଙ୍କର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ବିବାଦ ମଝିରେ ସାମ୍ନାକୁ ଆସିଥିଲା । ସେତେବେଳେ ପାଇଲଟ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ସିନ୍ଧିଆ ମଧ୍ୟ ତାଙ୍କ ସହିତ କଥା ହେବାର ଦେଖିବାକୁ ମିଳିଥିଲା । ତେବେ ପରବର୍ତ୍ତୀ ସମୟରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଏବଂ ତାଙ୍କ ଉଭଣୀ ପ୍ରିୟଙ୍କା ଗାନ୍ଧୀ ହସ୍ତକ୍ଷେପ କରିବା ପରେ ମାମଲା ଶାନ୍ତ ପଡ଼ିଥିଲା । ପାଇଲଟ ପୁଣିଥରେ କଂଗ୍ରେସରେ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.