ଶ୍ରଦ୍ଧା ହେବେ ‘ନାଗିନ୍’

0 57

ନୂଆଦିଲ୍ଲୀ : ଛୋଟ ଓ ବଡ଼ ପରଦାରେ ନାଗିନ୍ର କାହାଣୀ କିଛି ଭିନ୍ନ ଧରଣର ରୋମାଞ୍ଚ ଆଣିଥାଏ । ୭୦ ଦଶକରୁ ନେଇ ଏ ପର୍ଯ୍ୟନ୍ତ ନାଗିନ୍ର ପୌରାଣିକ କାହାଣୀ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ବେଳେ ଏବେବି ଭିନ୍ନ ଭିନ୍ନ ଚରିତ୍ରକୁ ନେଇ ନୂଆ ନୂଆ ଅନ୍ଦାଜରେ ହିନ୍ଦୀ ସିନେମାରେ ନାଗିନ୍ କାହାଣୀ ଆସିଥାଏ । ପୂର୍ବରୁ ଶ୍ରୀଦେବୀ, ରୀନା ରୟଙ୍କ ଭଳି ଚର୍ଚ୍ଚିତ ଅଭିନେତ୍ରୀ ନାଗିନ୍ ବେଶ ଧାରଣ କରି ଦର୍ଶକଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଛନ୍ତି । ଏବେ ସେହି ରୋଲ୍କୁ ଜୀବନ୍ତ ରୂପ ଦେବେ ଅଭିନେତ୍ରୀ ଶ୍ରଦ୍ଧା କପୁର ଯିଏକି ପ୍ରଥମଥର ପାଇଁ ବଡ଼ ପରଦାରେ ନାଗିନ୍ ରୂପ ଧାରଣ କରିବେ । ଶ୍ରଦ୍ଧା ଟ୍ୱିଟ୍ ଜରିଆରେ ଏହି ଖବରକୁ ପୁଷ୍ଟି କରିଛନ୍ତି । ସେ ଏହି ଟ୍ୱିଟ୍ରେ ଲେଖିଛନ୍ତି କି ସ୍କ୍ରିନ୍ରେ ନାଗିନ୍ ଚରିତ୍ରରେ ମୋ ପାଇଁ ଖୁବ୍ ଖୁସିର ବିଷୟ । ମୁଁ ଶ୍ରୀଦେବୀ ମ୍ୟାମ୍ଙ୍କ ନାଗିନ୍ ଓ ନିଗାହ ଦେଖି ବଡ଼ ହୋଇଛି ଓ ସର୍ବଦା ଏଭଳି ଭୂମିକାରେ ଅଭିନୟ କରିବାକୁ ଇଚ୍ଛା ରଖିଥାଏ ଯାହାକି ଭାରତୀୟ ଲୋକ ପରମ୍ପରା ସହ ଓତଃପ୍ରୋତଃ ଭାବେ ଜଡ଼ିତ । ସୂଚନାଥାଉକି ଏହି ଫିଲ୍ମରେ ନିଖିଳ ଦ୍ୱିବେଦୀ ପ୍ରଯୋଜକ ଅଛନ୍ତି । ଅନ୍ୟପକ୍ଷରେ ବିଶାଳ ଫୁରିଆ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ।

Leave A Reply

Your email address will not be published.