ନୱାଜଙ୍କୁ ମୋଦୀଙ୍କ ଚିଠି ନେଇ ପାକିସ୍ତାନୀ ମିଡିଆରେ ଝଡ

0 75

ନୂଆଦିଲ୍ଲୀ, ୧୮ ।୧୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ପତ୍ର ଲେଖି ତାଙ୍କ ମାଆଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି । ଏନେଇ ପାକିସ୍ତାନୀ ମିଡିଆରେ ଖବର ପ୍ରକାଶ ପାଇଛି । ଡନ୍ ନ୍ୟୁଜ୍ ଅନୁସାରେ, ଗତ ସପ୍ତାହରେ ଭାରତୀୟ ଦୂତାବାସ ତରଫରୁ ଏହି ପତ୍ର ପିଏମଏଲ-ଏନର ଉପାଧ୍ୟକ୍ଷ ଓ ନୱାଜଙ୍କ ଝିଅ ମାରିୟମ ନୱାଜଙ୍କୁ ପତ୍ର ପ୍ରଦାନ କରିଛି । ଏହାସହ ପିତା ନୱାଜଙ୍କୁ ଏନେଇ ଜଣାଇବାକୁ ମଧ୍ୟ କୁହାଯାଉଛି । ନୱାଜ ଗତବର୍ଷରୁ ଲଣ୍ଡନରେ ରହୁଛନ୍ତି । ନୱାଜ ସରିଫ ଓ ଶେହୱାଜ ଶରିଫଙ୍କ ମାଆ ବେଗମ ସାମୀମ୍ ନଭେମ୍ବର ୨୨ରେ ବ୍ରିଟେନରେ ପ୍ରାଣତ୍ୟାଗ କରିଥିଲେ । ତାଙ୍କ ପାର୍ଥୀବ ଶରୀର ପାକିସ୍ତାନ ଅଣାଯାଇଥିଲା । ଲାହୋରରେ ହିଁ ତାଙ୍କୁ କବର ଦିଆଯାଇଥିଲା । ପାକ୍ ମିଡିଆ ଦେଖାଇଥିବା ଚିଠିରେ ନଭେମ୍ବର ୨୭ ଉଲ୍ଲେଖ ରହିଛି । ଏଥିରେ ମୋଦୀ ନୱାଜଙ୍କ ମାଆଙ୍କ ଦେହାନ୍ତରେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଚିଠିରେ ମୋଦି ଲେଖିଛନ୍ତି ଯେ, ବେଗମ ସାମୀମଙ୍କ ଦେହାନ୍ତ ଖବର ତାଙ୍କୁ ମର୍ମାହତ କରିଛି । ଏହି ଦୁଃଖଦ ସମୟରେ ପରିବାର ପ୍ରତି ସମବେଦନା ରହିଛି । ଏହାସହ ଏହି ଅପୂରଣୀୟ କ୍ଷତି ସମୟରେ ଭଗବାନ ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ମୋଦି ଲେଖିଛନ୍ତି । ଡିସେମ୍ବର୧୧ରେ ଭାରତୀୟ ରାଜଦୂତ ଗୌରବ ଆଲୁୱାଲିଆ ମାରିୟମ ନୱାଜଙ୍କ ନାମରେ ଚିଠି ଲେଖିବା ସହ ତାଙ୍କର ଲାହୋର ଠିକଣାରେ ଏହାକୁ ପଠାଇଥିଲେ । ଏହାସହ ପିଏମ ମୋଦୀଙ୍କ ସନ୍ଦେଶ ନୱାଜଙ୍କ ନିକଟରେ ପହଁଚାଇବାକୁ ମଧ୍ୟ କହିଥିଲେ ।

Leave A Reply

Your email address will not be published.