ମୁଖ୍ୟମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

0 68

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ମୁମ୍ୱାଇର ଜଣେ ମଡେଲ ଏହି ଅଭିଯୋଗ ଆଣିଛନ୍ତି । ବିଭିନ୍ନ ମିଡିଆରେ ଏହି ଖବର ପ୍ରକାଶ ପାଇବା ପରେ ଜାତୀୟ ମହିଳା କମିଶନ ମାମଲାକୁ ଗୁରୁତର ସହ ନେଇଛନ୍ତି । ପୀଡ଼ିତା ଜଣଙ୍କ ମୁମ୍ବାଇର ଜଣେ ମଡେଲ୍ । ମହିଳା କମିଶନ କହିଛନ୍ତି ହେମନ୍ତଙ୍କ ବିରୋଧରେ କେବଳ ଦୁଷ୍କର୍ମ ନୁହେଁ ଧମକ ଦେବାର ଅଭିଯୋଗ ମଧ୍ୟ ରହିଛି । ୨୦୧୩ରେ ହେମନ୍ତ ମୁଖ୍ୟମନ୍ତ୍ରୀ ନଥିବା ବେଳେ ଏହି ଅଭିଯୋଗ ଆଣିଥିଲେ ମଡେଲ ଜଣଙ୍କ । ଏବେ ମାମଲାର ଷ୍ଟାଟସ ରିପୋର୍ଟ କଣ ରହିଛି ଜାଣିବା ପାଇଁ ମହାରାଷ୍ଟ୍ର ଡିଜିପିଙ୍କୁ ଜବାବ ମାଗିଛନ୍ତି ଜାତୀୟ ମହିଳା କମିଶନ । ମଡେଲ ହେମନ୍ତ ସୋରେନଙ୍କ ସହ ସୁରେଶ ନାଗରେ ନାମକ ବ୍ୟକ୍ତିଙ୍କ ନାମ ମଧ୍ୟ ଅଭିଯୋଗ ରହିଛି । ସୂଚନାଯୋଗ୍ୟ ଚଳିତ ବର୍ଷ ଜୁଲାଇରେ ଗୋଡାର ସାଂସଦ ନିଶିକାନ୍ତ ଦୁବେ ପ୍ରଥମେ ଏହି ଘଟଣାକୁ ସାମ୍ନାକୁ ଆଣିଥିଲେ । ଦୁଷ୍କର୍ମ ପରେ ମଡେଲ ଜଣଙ୍କୁ ଅପହରଣ କରାଯାଇଥିବା ସେ ଅଭିଯୋଗ କରିଥିଲେ । ପରେ ମାମଲାଟି ଆପୋଷ ସମାଧାନ ହୋଇଥିଲା । ଜଣେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏଭଳି ଅଭିଯୋଗ ଆସିଛି । ତେଣୁ ମହାରାଷ୍ଟ୍ର ଡିଜିପି ମାମଲାକୁ ପୁଣିଥରେ ଖୋଲି ନ୍ୟାୟ ଦେବା ଦରକାର ବୋଲି ଏହି ବିଜେପି ସାଂସଦ ଟ୍ୱିଟ୍ କରି ସରକାରକୁ କହିଥିଲେ ।

Leave A Reply

Your email address will not be published.