ମମତାଙ୍କ ସରକାରରୁ ଇସ୍ତଫା ଦେଲେ ଲକ୍ଷ୍ମୀରତନ ଶୁକ୍ଳା

0 85

କୋଲକାତା, ୫ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଟିଏମସିକୁ ପୁଣିଥରେ ଝଟକା ଲାଗିଛି । କ୍ୟାବିନେଟ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଭଳି ମମତାଙ୍କ ସରକାରରୁ ଇସ୍ତଫା ଦେଇଛନ୍ତି ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା । ସେ ମମତାଙ୍କ ସରକାରରେ କ୍ରୀଡ଼ା ରାଜ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଆଜି ହଠାତ୍ ଶ୍ରୀ ଶୁକ୍ଳା କ୍ରୀଡ଼ାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ହାୱଡାର ଟିଏମସି ଜିଲ୍ଲା ସଭାପତି ପଦକୁ ମଧ୍ୟ ବାଏବାଏ କହିଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ପଠାଇ ଦେଇଛନ୍ତି । ତେବେ ସେ କାହିଁକି ଇସ୍ତଫା ଦେଲେ, ସେକଥା ଜଣାପଡ଼ିନାହିଁ । କୁହାଯାଉଛି ଯେ କ୍ରିକେଟ ଛାଡ଼ି ରାଜନୀତି ଆରମ୍ଭ କରିଥିବା ଶୁକ୍ଳା ଟିଏମସିରେ ଉପରେ ସନ୍ତୁଷ୍ଟ ନଥିଲେ । ଏଥିସହ ସେ ଆଉ ଏବେ ରାଜନୀତି କରିବାକୁ ଚାହୁଁଛନ୍ତି । ଏହି କାରଣରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ହେଁ ଟିଏମସି ବିଧାୟକ ଭାବେ କାର୍ଯ୍ୟକାଳ ଶେଷ ହେବା ଯାଏ ରହିବେ ବୋଲି ଜଣାପଡ଼ିଛି । ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ସେ ଟିଏମସିରେ ସାମିଲ ହୋଇଥିଲେ । ତାଙ୍କୁ ଟିଏମସି ହାୱଡା ଉତ୍ତର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲେ । ଏହି ଆସନରେ ସେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ପାଠକଙ୍କୁ ପରାସ୍ତ କରିଥିଲେ । ଏହାପରେ ତାଙ୍କୁ ମମତାଙ୍କ ସରକାରରେ ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା ।

Leave A Reply

Your email address will not be published.