ବିଜେପି ସଭାକୁ ଲୋକ ପଠାଇ ଗଣ୍ଡଗୋଳ କରାଇବି : ମମତା

0 70

କୋଲକାତା, ୧୯ ।୧: ବିଜେପି ଓ ସିପିଏମ ତାଙ୍କ ସଭାକୁ ଲୋକ ପଠାଇ ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି । ଏଣୁ ସେ ବିଜେପି ଓ ସିପିଏମର ଜନସଭାକୁ ଲୋକପଠାଇ ଗଣ୍ଡଗୋଳ କରାଇବେ ବୋଲି କହିଛନ୍ତି ବୋଲି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୁଲିଆଠାରେ ଅନୁଷ୍ଠିତ ଏକ ଜନସଭାରେ ମମତା କହିଛନ୍ତି ଯେ ଗତ କିଛି ଦିନ ହେଲା ସେ ଦେଖୁଛନ୍ତି ତାଙ୍କ ସଭାକୁ ଭଣ୍ଡୁର କରିବାକୁ ବିଜେପି ଲୋକପଠାଉଛି । ଏହି ଲୋକମାନେ ତାଙ୍କ ସଭାରେ ଗଣ୍ଡଗୋଳ କରୁଛନ୍ତି । ଏଣୁ ସେ ଏଥର ତାଙ୍କ ଲୋକ ବିଜେପି, ସିପିଏମ ସଭାକୁ ପଠାଇବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଦଳ ମାଓବାଦୀଙ୍କଠାରୁ ବି ବିପଜ୍ଜନକ । ଅନ୍ୟପକ୍ଷରେ, ତାଙ୍କ ଦଳ ଛାଡ଼ି ବିଜେପିରେ ମିଶୁଥିବା ଲୋକମାନଙ୍କୁ ସେ କହିଛନ୍ତି ଯେ ସେମାନେ ବିଜେପିରେ ମିଶନ୍ତୁ । ମାତ୍ର ସେ ଏହି ଗୈରିକ ଦଳ ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ଜଣେ ପ୍ରତିଦିନ ନିଜର ପୋଷାକ ବଦଳାଇପାରେ, ମାତ୍ର ନିଜର ଆଦର୍ଶ ନୁହେଁ । ସୂଚନାଯୋଗ୍ୟ ଯେ ପଶ୍ଚିବଙ୍ଗରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ନନ୍ଦିଗ୍ରାମରୁ ଲଢିବାକୁ ଗତକାଲି ମମତା ଘୋଷଣା କରିଥିଲେ ।

Leave A Reply

Your email address will not be published.