ସୀମା ଟପିଲା ଶିବସେନା କର୍ମୀଙ୍କ ଔଦ୍ଧତ୍ୟ

0 78

ମୁମ୍ବାଇ ୮ ।୨ : ମହାରାଷ୍ଟ୍ରର ସୋଲାପୁରରେ ଜଣେ ବିଜେପି ନେତାଙ୍କୁ କଳା ବୋଳି ଶାଢ଼ି ପିନ୍ଧାଇଛନ୍ତି ଶିବସେନା କର୍ମୀ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଥିବାରୁ ବିଜେପି ନେତାଙ୍କୁ ଏପରି ଭାବେ ଦଣ୍ଡ ମିଳିଛି । ତାଙ୍କୁ ସର୍ବସମ୍ମୁଖରେ ଏଭଳି ଲଜ୍ଜିତ କରିବା ଲାଗି ଶିବସେନାର କର୍ମୀମାନେ ଉଦ୍ୟମ କରିଛନ୍ତି । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣା ଘଟିଛି ସୋଲାପୁରର ପନ୍ଧରପୁର ଅଞ୍ଚଳରେ । ସୂଚନା ଅନୁସାରେ, ବିଜେପି ନେତା ଶିରିଶ କାଟେକର ମହାରାଷ୍ଟ୍ର ସରକାରଙ୍କ ବିଦ୍ୟୁତ ନୀତିକୁ ମାନିନଥିଲେ । ଏଥିରେ ତ୍ରୁଟି ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଥିଲେ । ଯେଉଁଥିପାଇଁ ଶିବସେନା କର୍ମୀମାନେ ଶିରିଶଙ୍କୁ ସର୍ବସମ୍ମୁଖରେ କାଳି ପକାଇବା ସହିତ ତାଙ୍କୁ ଜୋତା ଓ ଶାଢ଼ି ପିନ୍ଧାଇବାକୁ ଚେଷ୍ଟା କରିଥିଲେ । ତେବେ ପୋଲିସ ଶିରିଶଙ୍କୁ ଉଦ୍ଧାର କରିଥିଲା । ପୂର୍ବରୁ ମଧ୍ୟ ବିଡରେ ଜଣେ ବିଜେପି କର୍ମୀଙ୍କ ଉପରେ ମହିଳା ଶିବସେନା କର୍ମୀ କାଳୀ ପକାଇବା ଘଟଣାର ଭିଜୁଆଲ ଭାଇରାଲ ହୋଇଥିଲା । ଘଟଣାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।

Leave A Reply

Your email address will not be published.