କାଶ୍ମୀରରେ କଳା ବରଫ ପଡିଲେ ବିଜେପିରେ ସାମିଲ ହେବି: ଗୁଲାମ

0 70

ନୂଆଦିଲ୍ଲୀ, ୧୨ ।୨: ଯେଉଁଦିନ କାଶ୍ମୀରରେ କଳା ବରଫ ପଡିବ, ସେହିଦିନ ମୁଁ ବିଜେପିରେ ସାମିଲ ହେବି । କେବଳ ବିଜେପି କାହିଁକି, ସେହି ଦିନ ମୁଁ ଅନ୍ୟ ଦଳରେ ମଧ୍ୟ ସାମିଲ ହୋଇଯିବି । ରାଜ୍ୟସଭାରୁ ଅବସର ନେବା ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଅଜାଦ କିଛି ଏଭଳି କିହିଛନ୍ତି । ରାଜ୍ୟସଭାରୁ ଅବସର ନେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ତେବେ ତାଙ୍କୁ ଅବସର ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇପଡିଥିଲେ । ପ୍ରଧାନମନ୍ତ୍ରୀ, ଗୁଲାମ ନବୀ ଆଜାଦଙ୍କୁ ତାଙ୍କର ଭଲ ବନ୍ଧୁ ବୋଲି କହି ପ୍ରଶଂସା କରିଥିଲେ । ଏହାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ଲାଗି ରହିଛି । ଆଜାଦ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହୁଏତ ମୋଦି ତାଙ୍କୁ କିଛି ଗୁରୁ ଦାୟିତ୍ୱ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ହେଉଛି । ତେବେ ନିକଟରେ ଗୁଲାମ ନବୀ ଆଜାଦ ନିଜେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି । ଏକ ସାକ୍ଷାତକାରରେ ବିଜେପିରେ ଯୋଗଦେବା ସମ୍ପର୍କରେ ସେ କହିଛନ୍ତି ଯେ, କାଶ୍ମୀରରେ କଳା ବରଫ ପଡିଲେ ମୁଁ ବିଜେପିରେ ଯୋଗଦେବି । ବିଜେପି କାହିଁକି, ସେଦିନ ମୁଁ ଅନ୍ୟ କୌଣସି ଦଳରେ ମଧ୍ୟ ଯୋଗଦେବି । ଯେଉଁମାନେ ଏହି ଗୁଜବ ପ୍ରଚାର କରିଛନ୍ତି, ସେମାନେ ମୋତେ ଜାଣନ୍ତି ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ଧମକ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଆଜାଦ କହିଛନ୍ତି, ୯୦ ଦଶକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେ ପରସ୍ପରକୁ ଜାଣିଛନ୍ତି । ଯେତେବେଳେ ଦୁହେଁ ସାଧାରଣ ସଚିବ ଥିଲେ, ବିଭିନ୍ନ ଟିଭି ବିତର୍କରେ ଆସୁଥିଲେ । ବିତର୍କରେ ମଧ୍ୟ ଲଢ଼େଇ କରୁଥିଲୁ, କିନ୍ତୁ ପରେ ଦୀର୍ଘ ସମୟ ଧରି ପରସ୍ପର ସହ କଥା ହେଉଥିଲୁ ବୋଲି ଆଜାଦ କହିଛନ୍ତି ।

Leave A Reply

Your email address will not be published.