ବିଜେପିରେ ମିଶିବେ ମେଟ୍ରୋ ମ୍ୟାନ୍ ଇ ଶ୍ରୀଧରନ

0 64

ନୂଆଦିଲ୍ଲୀ, ୧୮ ।୨: ଭାରତର ମେଟ୍ରୋ ମ୍ୟାନ୍ ଭାବେ ପରିଚୟ ସୃଷ୍ଟି କରିଥିବା ଇ ଶ୍ରୀଧରନ୍ ତାଙ୍କର ରାଜନୀତିକ ଇନିଂସ୍ ଆରମ୍ଭ କରିବେ । ଏଥିପାଇଁ ସେ ବିଜେପିରେ ମିଶିବେ । ଆଗକୁ କେରଳ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ସେ ବିଜେପି ଟିକେଟରୁ ଏଠାରୁ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ରବିବାରୁ ଠାରୁ କେରଳରେ ବିଜେପିର ବିଜୟ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହି ସମୟରେ ୮୮ ବର୍ଷୀୟ ଶ୍ରୀଧରନ ବିଧିବଦ୍ଧ ଭାବେ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପି ୭୫ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେବନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲା । ଏଥିପାଇଁ ୨୦୧୯ ଲୋକସଭାରେ ଦଳ ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଟିକେଟ ଦେଇ ନଥିଲା । ମାଲ୍ଲାପୁରମରୁ ଶ୍ରୀଧରନ କହିଛନ୍ତି, ମୁଁ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇସାରିଛି । କେବଳ ଅଫିସିଆଲ ଫର୍ମାଲିଟିଜ୍ ବାକି ରହିଛି । ଅବସର ପରେ ମୁଁ ଦୀର୍ଘ ୧୦ ବର୍ଷ ହେଲାଣି କେରଳରେ ରହୁଛି । ମୁଁ ଏକାଧିକ ସରକାରଙ୍କୁ ଦେଖିଛି । ହେଲେ ସେମାନେ କେହି ବି ଲୋକଙ୍କ ପାଇଁ କାମ କରୁନାହାନ୍ତି । ମୁଁ ବିଜେପିରେ ସାମିଲ ହୋଇ ମୋ ଅଭିଜ୍ଞତାକୁ ନଜରରେ ରଖି ଲୋକଙ୍କ ପାଇଁ କାମ କରିବି । ଏବେ ରାଜନୀତି ଦଳଗୁଡ଼ିକ ନିଜର ସ୍ୱାର୍ଥ ପାଇଁ ଭାରତର ଛବିକୁ ଖରାପ କରି ବିଶ୍ୱ ଆଗରେ ଦେଖାଉଛନ୍ତି । ବିରୋଧୀ ଦଳ ଭାବେ ବିରୋଧ କରିବା ପାଇଁ ସେମାନେ ଏପରି କରୁଛନ୍ତି । କଂଗ୍ରେସ ଭଳି ଦଳ ଦେଶର ଛବିକୁ ଖରାପ କରୁଛନ୍ତି ବୋଲି ସେ କହିଛନ୍ତି । ନିର୍ବାଚନ ଲଢ଼ିବା ପାଇଁ ମଧ୍ୟ ସେ ଆଗ୍ରହ ଦେଖାଇଛନ୍ତି । ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ଦଳ ନେବ ବୋଲି ସେ କହିଛନ୍ତି । ବର୍ତ୍ତମାନ ୧୪୦ ବିଧାନସଭା ଆସନ ବିଶିଷ୍ଟ କେରଳରେ ବିଜେପିର ମାତ୍ର ଜଣେ ବିଧାୟକ ଅଛନ୍ତି । ୨୦୧୧ରେ ଦିଲ୍ଲୀ ମେଟ୍ରୋର ମୁଖ୍ୟ ପଦରୁ ଶ୍ରୀଧରନ ଅବସର ଗ୍ରହଣ କରିଥିଲେ । ଶ୍ରୀଧନର ଜୟପୁର, କୋଚି ଓ ଲକ୍ଷେ୍ନøରେ ହୋଇଥିବା ମେଟ୍ରୋଲ ପ୍ରକଳ୍ପ କାମ ମଧ୍ୟ କରିଥିଲେ ।

Leave A Reply

Your email address will not be published.