ବିଜେପିରେ ସାମିଲ୍ ହେଲେ ହାଇକୋର୍ଟର ପୂର୍ବତନ ବିଚାରପତି

0 77

ଥିରୁଅନନ୍ତପୁରମ, ୧ ।୩: କେରଳ ହାଇକୋର୍ଟର ପୂର୍ବତନ ବିଚାରପତି ପିଏନ୍ ରବିନ୍ଦ୍ରନ. ବି ଚିତାମ୍ୱେରଶ ରବିବାର ବିଜେପିରେ ସାମିଲ୍ ହୋଇଛନ୍ତି । ରବିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି ଏହି ପୂର୍ବତନ ବିଚାରପତି । କୋଚ୍ଚି ସ୍ଥିତ ତ୍ରିପୁନିଥୁରାରେ ରାଜ୍ୟ ବିଜେପି ଅଧ୍ୟକ୍ଷ ସୁରେନ୍ଦ୍ରନଙ୍କ ବିଜୟ ଯାତ୍ରା ବେଳେ ସୀତାରମଣ ରବିନ୍ଦ୍ରନଙ୍କୁ ବିଜେପିକୁ ସ୍ୱାଗତ କରିଛନ୍ତି । ପୂର୍ବତନ ବିଚାରପତି ଚିତାମ୍ୱେରଶ ଦିଲ୍ଲୀରେ ଥିବାରୁ କେରଳରେ ବ୍ୟକ୍ତିଗତ ଭାବରେ ଏହି ସଭାରେ ସାମିଲ୍ ହୋଇପାରିନଥିଲେ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲଭ୍ ଜିହାଦ ଆଇନକୁ ମଧ୍ୟ ସମର୍ଥନ କରିଥିଲେ ଏହି ପୂର୍ବତନ ଦୁଇ ବିଚାରପତି । ତେବେ ପ୍ରତିକ୍ରିୟାରେ ଚିତାମ୍ୱେରଶ କହିଥିଲେ ମୁଁ ବିଜେପି ସହିତ ଥିଲି । ଏବେ ସମସ୍ତ ପ୍ରକ୍ରିୟା ସହିତ ବିଜେପିରେ ସାମିଲ୍ ହୋଇଛି । ହେଲେ ଦିଲ୍ଲୀରେ ଥିବାରୁ କୋଚ୍ଚିରେ ଆୟୋଜିତ ସଭାରେ ଯୋଗ ଦେଇପାରିଲି ନାହିଁ । ପାଠ ପଢ଼ୁଥିବା ବେଳେ ସେ ଏଭିବିପି ସହିତ ଯୋଡ଼ି ହୋଇଥିଲେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ କେରଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ରାଜ୍ୟରେ ବିଜେପି ନିଜକୁ ସଶକ୍ତ କରିବା ପାଇଁ ଅଣ୍ଟା ଭିଡିଛି । ନିକଟରେ “ମେଟ୍ରୋ ମ୍ୟାନ୍’ ଭାବରେ ପରିଚିତ ଶ୍ରୀଧରନ ଫେବୃଆରୀ ୨୫ରେ କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି ।

Leave A Reply

Your email address will not be published.