ପ୍ରାର୍ଥୀ ଘୋଷଣା କଲା ଏଆଇଏଡିଏମକେ

0 65

ଚେନ୍ନାଇ, ୫ ।୩: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆଜି ଶାସକ ଏଆଇଏଡିଏମକେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତାଲିକା ଅନୁସାରେ ମୁଖ୍ୟମନ୍ତ୍ରୀ ଇ‡ାପାଡି କେ ପଲାନୀସ୍ୱାମୀ ଇ‡ାପାଡି ନିର୍ବାଚନ ମଣ୍ଡଳୀରୁ ହିଁ ଲଢ଼ିବେ । ସେହିପରି ଦଳର ସଂଯୋଜକ ତଥା ଉପ ମୁଖ୍ୟମନ୍ତ୍ରୀ ପତ୍ତିରସେଲଭମ ବୋଦିନାଇକକନୁର ଆସରୁ ପ୍ରାର୍ଥୀ ହେବେ । ପ୍ରଥମ ପର୍ଯ୍ୟାୟରେ କେବଳ ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଡି ଜୟକୁମାର ରୋୟାପୁରାମ, ଆଇନ ମନ୍ତ୍ରୀ ସି ଭେ ଶନମୁଗାମ ଭିଲ୍ଲୁପୁରାମ, ବିଧାୟକ ଏସ୍ପି ଶନମୁଗାନାଥନ ଶ୍ରୀବାଇଗୁଣ୍ଡାମ ଓ ବିଧାୟକ ଏସ୍ ଥେନମୋଝି ନୀଲାକୋଟ୍ଟାଇ ଆସନରୁ ଲଢ଼ିବେ । ଏପ୍ରିଲ ୬ରେ ତାମିଲନାଡୁର ୨୩୪ଟି ଯାକ ବିଧାନସଭା ଆସନ ପାଇଁ ଭୋଟିଂ ହେବ । ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.