ଟିକେଟ୍ ମିଳିବା ସତ୍ତେ୍ୱ ଟିଏମସି ଛାଡିଲେ ସରଳା ମୁର୍ମୁ

0 72

କୋଲକାତା, ୮ ।୩ : ରାଜନୀତି କିଏ କାହାର ନିଜର ନୁହନ୍ତି । ରାଜନୀତିରେ ଭାଇ ବି ଭଗାରୀ ହୋଇଯାଏ । ରାଜନୀତିରେ କେବେ କଣ ହେବ କେହି ଜାଣିନାହାନ୍ତି । ଏହାର ଏକ ତାଜା ଉଦାହରଣ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି । ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଝଟକା ଲାଗିଛି । ସରଳା ମୁର୍ମୁ ଟିଏମସି ଛାଡି ଦେଇଛନ୍ତି । ମମତା ତାଙ୍କୁ ହବିବପୁର ନିର୍ବାଚନ କ୍ଷେତ୍ରରୁ ଟିକେଟ ବି ଦେଇଥିଲେ । ତା ସତ୍ତେ୍୍ୱ ସେ ଟିଏମସି ଛାଡି ଦେଇଛନ୍ତି । ସରଳା ମୁର୍ମୁ ହବିବପୁର ନିର୍ବାଚନ କ୍ଷେତ୍ରରୁ ଟିକେଟ୍ ପାଇଥିଲେ । କିନ୍ତୁ ତା ସତ୍ତେ୍ୱ ବି ଟିଏମସି ଛାଡି ଦେଇଛନ୍ତି । ଟିଏମସି ବୟାନ ଜାରି କହିଛି ଯେ ହବିବପୁର ବିଧାନସଭା ଆସନରୁ ନିଜ ପ୍ରାର୍ଥୀ ବଦଳାଉଛନ୍ତି । କାରଣ ସରଳା ମୁର୍ମୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ଟିକେଟ୍ ମିଳିବା ପରେ ଦଳ ଛାଡିବା ଟିଏମସିର ଏହା ପ୍ରଥମ ମାମଲା । ହବିବପୁର ଆସନରୁ ଟିଏମସି ପ୍ରଦୀପ ବସକିଙ୍କୁ ପ୍ରାର୍ଥୀ କରିଛି । ମାଲଦା ଜିଲ୍ଲାରେ ଏପ୍ରିଲ ୨୬ ଓ ୨୯ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ମାଲଦା ଜିଲ୍ଲାରେ ୧୨ ବିଧାନସଭା ଆସନ ଅଛି । ୨୦୧୬ ନିର୍ବାଚନରେ ଏହି ଜିଲ୍ଲାରେ ତୃଣମୂଳ କଂଗ୍ରେସ ସଫା ହୋଇଯାଇଥିଲା ଓ ବିଜେପି ଖାତାକୁ ୨ ଆସନ ଆସିଥିଲା । କଂଗ୍ରେସ ସବୁଠାରୁ ଅଧିକ ୮ ଆସନ ଜିତିଥିଲେ । ଆସନ ମାମଲାରେ ବିଜେପି ଦ୍ୱିତୀୟ ସ୍ଥାନରେ ଥିଲା । ମାକପା ଓ ସ୍ୱାଧୀନ ଗୋଟିଏ ଲେଖାଏଁ ଆସନ ଜିତିଥିଲେ । ଚଳିତ ନିର୍ବାଚନରେ ଟିଏମସି ୨୯୪ ଆସନରୁ ୨୯୧ ଆସନ ପାଇଁ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଅନ୍ୟ ୩ ଆସନ ନିଜ ସହଯୋଗୀ ଦଳକୁ ଦେଇଛି । ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୨୯୪ ଆସନରୁ ୩୦ ଆସନ ପାଇଁ ମାର୍ଚ୍ଚ ୨୭ ତାରିଖରେ ମତଦାନ ହେବ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ୩୦ ଆସନ ପାଇଁ ହେବ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୬ ତାରିଖରେ ୩୧ ଆସନ ପାଇଁ ହେବ । ଏପ୍ରିଲ ୧୦ ତାରିଖରେ ୪୪ ଆସନ ପାଇଁ ଏବଂ ୧୭ ତାରିଖରେ ୪୫ ଆସନ, ୨୨ ତାରିଖରେ ଷଷ୍ଠ ପର୍ଯ୍ୟାୟରେ ୪୩ ଆସନ, ସପ୍ତମ ପର୍ଯ୍ୟାୟ ୨୬ ତାରିଖରେ ୩୬ ଆସନ, ୨୯ ତାରିଖରେ ୩୫ ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ମତଦାନ ହେବ । ମେ’୨ ତାରିଖରେ ଫଳାଫଳ ଘୋଷଣା ହେବ ।

Leave A Reply

Your email address will not be published.