ନିର୍ବାଚନ କମିଶନଙ୍କୁ ଭେଟିଲା ଟିଏମସି

0 64

ନୂଆଦିଲ୍ଲୀ, ୧୨ ।୩:ପ୍ରଚାର ବେଳେ ମମତା ବାନାର୍ଜୀ ଆହତ ହେବାକୁ ନେଇ ଟିଏମସି ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି । ମମତା ବାନାର୍ଜୀ ଦୁର୍ଘଟଣାର ଶିକାର ହୋଇ ନାହାନ୍ତି ବରଂ ଆକ୍ରମଣର ଶିକାର ହୋଇଛନ୍ତି । ତେଣୁ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ଟିଏମିସ । ନିର୍ବାଚନ କମିଶନଙ୍କୁ ଟିଏମସିର ୬ ଜଣିଆ ପ୍ରତିନିଧି ଦଳ ଭେଟିଥିଲା । ଏଥିରେ ସାଂସଦ ଡେରେକ ଓ ବ୍ରାଏନ, ସୌଗତ ରୟ, କାକୋଲି ଘୋଷ ଦସ୍ତିଦାକ, ଶତାବ୍ଦୀ ରୟ, ପ୍ରତିମା ମଣ୍ଡଳ ଏବଂ ଶାନ୍ତନ୍ତୁ ସେନ ଥିଲେ । ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ସୌଗତ ରୟ ପ୍ରତିକ୍ରିୟାରେ କହିଛନ୍ତି, “ନନ୍ଦିଗ୍ରାମରେ ମମତା ବାନାର୍ଜୀ ଦୁର୍ଘଟଣାର ଶିକାର ହୋଇନାହାନ୍ତି ବରଂ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି । ଏଭଳି କହିବାର କାରଣ ଦର୍ଶାଇବାକୁ ଯାଇ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କର ଏକ ମନ୍ତବ୍ୟକୁ ସେ ଉଦ୍ଧୃତ କରିଛନ୍ତି । ଯେଉଁଥିରେ ଦିଲ୍ଲୀପ ଘୋଷ କହିଥିଲେ ମମତା ନନ୍ଦିଗ୍ରାମକୁ ଗଲେ ପରିଣାମ ଭୋଗିବେ । ସେହିପରି ବିଜେପି ସାଂସଦ ସୌମିତ୍ର ଖାନ କହିଥିଲେ ମାର୍ଚ୍ଚ ୧୦ ଅପରାହ୍ନ ୫ ପରେ ଏ ସମସ୍ତ କଥା ବୁଝିହେବ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଦିଦିଙ୍କ ସ୍କୁଟି ନନ୍ଦିଗ୍ରାମରେ ଓଲଟି ପଡ଼ିବ । ମମତାଙ୍କ ଗାଡ଼ି ଧକ୍କା ହୋଇନାହିଁ । ବରଂ ଜୋର ଜବରଦସ୍ତି ଗାଡ଼ିକୁ ଧକ୍କା ଦିଆଯାଇଛି । ଯେଉଁ ଦୁଇ ଜଣ ପ୍ରତ୍ୟକ୍ଷଦର୍ଶୀ ମିଡିଆକୁ ପ୍ରତିକ୍ରିୟା ଦେଇଛନ୍ତି ତାହା ମିଛ ମନ୍ତବ୍ୟ । ଆମେ ଦୁଃଖିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଦିଦିଙ୍କ ସ୍କୁଟି ନନ୍ଦିଗ୍ରାମରେ ଓଲଟି ପଡ଼ିବ’ । ସେହିପରି ମମତାଙ୍କ ଉପରେ ଆକ୍ରମଣ ହୋଇଥିବା କହି ଟିଏମସି ରାଜ୍ୟରେ ପ୍ରତିବାଦ ସଭା କରିବ ବୋଲି ଏହି ଟିଏମସି ସାଂସଦ କହିଛନ୍ତି । ତେବେ ନିର୍ବାଚନ କମିଶନ ଏହି ମାମଲାରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସେଥିପାଇଁ ତାଙ୍କ ଦଳ ଅପେକ୍ଷା କରିବ ବୋଲି ସୌଗତ ରୟ କହିଛନ୍ତି । ତେବେ ମମତାଙ୍କ ଉପରେ ଯଦି ଆକ୍ରମଣ ହୋଇଥିବ ତାହେଲେ ଏହା ଚିନ୍ତାର ବିଷୟ ବୋଲି ନିର୍ବାଚନ ଅଧିକାରୀ କହିଥିବା ସାଂସଦ କହିଛନ୍ତି ।

Leave A Reply

Your email address will not be published.