ତିରଥ ସିଂହ ରାୱତଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରିତ, ୧୧ ନୂଆ ଚେହେରା ସାମିଲ

0 71

ଡେରାଡୁନ, ୧୨ ।୩ : ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶୁକ୍ରବାର ତିରଥ ସିଂହ ରାୱତ କ୍ୟାବିନେଟ୍ ବିସ୍ତାର କରିଛନ୍ତି । ଏହି ସମୟରେ ୧୧ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିରେ ବଂଶୀଧର ଭଗତ, ସତପାଲ ମହାରାଜ, ହରକ ସିଂହ ରାୱତ, ସୁବୋଧ ଉନିୟାଲ୍, ୟଶପାଲ ଆର୍ଯ୍ୟ, ଧନ ସିଂହ ରାୱତ, ବିଶନ ସିଂହ ଚୁଫାଲ, ଅରବିନ୍ଦ ପାଣ୍ଡେୟ, ଗଣେଷ ଯୋଶୀ, ରେଖା ଆର୍ଯ୍ୟା ଏବଂ ସ୍ୱାମୀ ଯତିଶ୍ୱରାନନ୍ଦ ସାମିଲ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ପୂରୁଣା ଚେହେରା ମନ୍ତ୍ରୀ ମଣ୍ଡଳରେ ଅପରିବର୍ତ୍ତିତ ରହିଛନ୍ତି । ଅନ୍ୟପଟେ ତ୍ରିବେନ୍ଦ୍ର ରାୱତଙ୍କ ସରକାରରେ ଶକ୍ତିଶାଳୀ ମନ୍ତ୍ରୀ ଥିବା ମଦନ କୈଶିଶଙ୍କୁ ବାଦ ଦିଆଯାଇଛି । ପାର୍ଟି ତାଙ୍କୁ ରାଜ୍ୟର ଦାୟିତ୍ୱ ଅର୍ପଣ କରିଛି । ତିରଥ ସିଂହ ରାୱତଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଅରବିନ୍ଦ ପାଣ୍ଡେୟ ସଂସ୍କୃତରେ ଶପଥ ଗ୍ରହଣ କରିଛନ୍ତି । ଅରବିନ୍ଦ ପାଣ୍ଡେୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ କ୍ୟାବିନେଟରେ ଶିକ୍ଷାମନ୍ତ୍ରୀ ଥିଲେ । ତିରଥ ସିଂହ ରାୱତଙ୍କ କ୍ୟାବିନେଟ୍ରେ ଗଣେଶ ଯୋଶୀ ନୂଆ ଚେହେରା ଭାବେ ମଧ୍ୟ ସାମିଲ ହୋଇଛନ୍ତି । ଧନ ସିଂହ ରାୱତ, ରେଖା ଆର୍ଯ, ଯତୀଶ୍ୱରାନନ୍ଦ ରାଜ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

Leave A Reply

Your email address will not be published.