କଂଗ୍ରେସ ଏବେ ଭୋଟ୍ ପାଇବା ପାଇଁ ସବୁ କିଛି କରିପାରେ

0 68

ଗୌହାଟି, ୧୮ ।୩: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିମଗଞ୍ଜ ଜିଲ୍ଲାର ଭଟଗ୍ରାମରେ ରାଲି କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆସାମରେ ଏହାଥିଲା ମୋଦିଙ୍କ ପ୍ରଥମ ରାଲି । ଆସାମର କରିମଗଞ୍ଜ ରାଲିରେ ମୋଦି କଂଗ୍ରେସ ବିରୋଧରେ ବର୍ଷିଛନ୍ତି । ଆସାମକୁ କଂଗ୍ରେସ ଡିଭାଇଡ୍ କରୁଥିଲା ବିଜେପି ଏବେ ଯୋଡ଼ୁଛି ବୋଲି ସେ କହିଛନ୍ତି । କରିମଗଞ୍ଜ ଜିଲ୍ଲାର ଭଟଗ୍ରାମରେ ଆୟୋଜିତ ଏହି ବିଶାଳ ରାଲିରେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ବାମପନ୍ଥୀ ସହିତ ମେଣ୍ଟ କରି ନିର୍ବାଚନ ଲଢ଼ୁଛି । ହେଲେ କେରଳରେ ଏହି କଂଗ୍ରେସ ବାମପନ୍ଥୀ ବିରୋଧରେ ନିର୍ବାଚନ ଲଢ଼ୁଛି । କଂଗ୍ରେସ ଏବେ ଭୋଟ୍ ପାଇବା ପାଇଁ ସବୁ କିଛି କରିପାରେ । ଦଳରେ ନେତା ନାହାନ୍ତି କି କୌଣସି ବିଚାରାଧାରା ନାହିଁ । ତୃଣମୂଳ ସ୍ତରରେ କଂଗ୍ରେସ ଆଉ ନାହିଁ । ଯେତେବେଳେ କଂଗ୍ରେସ ତୃଣମୂଳ ସ୍ତରରେ ନାହିଁ ସେତେବେଳେ ଆସାମରେ ଏହି ଦଳ କିଭଳି ସ୍ଥିର ସରକାର ଏବଂ ଆସାମକୁ ବିକଶିତ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ୨୦୧୬ରେ ଆସାମରେ ବିଜେପି ସରକାର ଆସିଛି । ଏହା ପୂର୍ବରୁ କଂଗ୍ରେସ ୧୫ ବର୍ଷ ସରକାରରେ ଥିଲା । ଏହି ସମୟରେ କଂଗ୍ରେସ ଆସାମକୁ ଦେଶରୁ ବିଭିନ୍ନ ଫୋରମରେ ଡିଭାଇଡ କରୁଥିଲା ହେଲେ ବିଜେପି ଆସିବା ପରେ ଏହାକୁ ଯୋଡ଼ୁଛି ବୋଲି ମୋଦି କହିଛନ୍ତି । କେବଳ ରାସ୍ତା ମାଧ୍ୟାମରେ ନୁହେଁ ବରଂ ସାଂସ୍କୃତିକ ଭାବରେ ଆସାମକ ବିଜେପି ସରକାର ଯୋଡ଼ୁଛି ବୋଲି ମୋଦି କହିଛନ୍ତି । ସୂଚନାଯୋଗ୍ୟ ଆସାମରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ । ମାର୍ଚ୍ଚ ୨୭ରେ ମତଦାନ ଆରମ୍ଭ ହେବାକୁ ଥିବା ବେଳେ ଏପ୍ରିଲ୬ରେ ନିର୍ବାଚନ ଶେଷ ହେବ । ମେ ୨ରେ ନିର୍ବାଚନ ଫଳାଫଳ ଘୋଷଣା ହେବ ।

Leave A Reply

Your email address will not be published.