ଗୋଟିଏ ଗୋଡ଼ରେ ବିଜେପିକୁ କ୍ଲିନ୍ ବୋଲ୍ଡ କରିବି

0 64

କୋଲକାତା, ୨୧ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ଏବେ ଜୋରସୋରରେ ଚାଲିଛି । ଯଦିଓ ଟିଏମସି-ବିଜେପି ମୁହାଁମୁହିଁ ହୋଇଛନ୍ତି କିନ୍ତୁ ଅସଲରେ ମୋଦି ଏବଂ ମମତାଙ୍କ ମଧ୍ୟରେ ଲଢ଼େଇ ଚାଲିଛି । ଗଳି ଗଳିରେ ଲୋକମାନେ ଦଳ ଅପେକ୍ଷା ଏହି ଦୁଇ ନେତାଙ୍କ ବାକ୍ୟୁଦ୍ଧକୁ ନେଇ ଚର୍ଚ୍ଚା ଜୋର । ଆଜି କାନ୍ଥିରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ରାଲି କରି ନନ୍ଦିଗ୍ରାମରେ ତାଙ୍କର ପ୍ରତିପକ୍ଷ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ବର୍ଷିଛନ୍ତି । ଏଥିସହ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁଣ୍ଡା ବୋଲି କହିବାକୁ ପଛାଇ ନାହାନ୍ତି ଦିଦି । ସେ କହିଛନ୍ତି “ଖେଲୋ ହୋବେ’ ଅର୍ଥାତ ଖେଳ ହେବ । ସେ ଗୋଟିଏ ଗୋଡ଼ରେ ବିଜେପିକୁ କ୍ଲିନ ବୋଲ୍ଡ କରିବେ ବୋଲି ହୁଙ୍କାର ଭରିଛନ୍ତି । ପଶ୍ଚିମବଙ୍ଗକୁ ସୁରକ୍ଷା କରିବାକୁ ହେଲେ ବାହାର ଗୁଣ୍ଡାଙ୍କୁ ହଟାଇବାକୁ ହେବ ବୋଲି ସେ କହିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଯେ ସେମାନେ (ବିଜେପି) ଭାବୁଛି ଯେ ଯଦି ମୁଁ ମୋର ଗୋଡ଼ ଭାଙ୍ଗିଯାଏ, ତାହେଲେ ଆଉ ସଭା ଆୟୋଜନ କରିପାରିବି ନାହିଁ । ସେମାନେ ପ୍ରଥମେ ମୋ ମୁଣ୍ଡ, ଦୁଇ ହାତ, ଅଣ୍ଟା, ଆଖିକୁ ଆଘାତ ଦେଇଛ ଏବେ ଗୋଡ଼ ବାକି ଥିଲା ତାକୁ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କରାଯାଇଛି ବୋଲି ମମତା ଅଭିଯୋଗ କରିଛନ୍ତି । ମମତାଙ୍କ ଏହି ଅଭିଭାଷଣ ଉଭୟ ବିଜେପି ଏବଂ ବାମପନ୍ଥୀ ଦଳ ପାଇଁ ଥିଲା । କାରଣ ରାଜ୍ୟରେ ବାମପନ୍ଥୀ ସରକାର ଥିବା ବେଳେ ମମତା ଅନେକ ଥର ଆକ୍ରମଣର ଶିକାର ହୋଇଛନ୍ତି । ସେ ଆହୁରି କହିଛନ୍ତି, ମୁଁ ଗୋଟିଏ ଗୋଡରେ ଏପରି ଗୋଲ୍ କରିବି ଯେ ସମସ୍ତେ ପଡ଼ିଆ ବାହାରକୁ ଯିବେ । ଦେଶକୁ ବଞ୍ଚାଇବା ପାଇଁ ହେଲେ ବିଜେପିକୁ ହଟାଇବାକୁ ହେବ ଆଉ ବଙ୍ଗଳାକୁ ବଞ୍ଚାଇବାକୁ ହେବ ବୋଲି ମମତା କହିଛନ୍ତି । ନନ୍ଦିଗ୍ରାମରେ ମମତା ଆହତ ହେବା ପରେ କ୍ରମାଗତ ଭାବରେ ହ୍ୱିଲ ଚେୟାରରେ ଯାଇ ସଭା କରୁଛନ୍ତି । ବିଜେପିର ଶୀର୍ଷନେତା ନରେନ୍ଦ୍ର ମୋଦି, ଅମିତ ଶାହ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ପରିବାରକୁ ମୁଖ୍ୟତଃ ମମତା ଟାର୍ଗେଟ କରୁଛନ୍ତି । ଅନ୍ୟପଟେ ଆଜି ଶୁଭେନ୍ଦୁ ଅଧିକାରୀଙ୍କ ବାପା ତଥା ଟିଏମସି ସାଂସଦ ଶିଶିର ଅଧିକାରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି ।

Leave A Reply

Your email address will not be published.