କୋଲକାତା ମ୍ୟୁନିସିପାଲଟି ନିର୍ବାଚନରେ ୧୩୪ ସିଟ୍ ଜିତିଲା ଟିଏମସି, ବିଜେପି ୩ରେ ସୀମିତ

0 67

କୋଲକାତା ୨୧ ।୧୨: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଜଲୱା ଜାରି ରହିଛି । କୋଲକାତା ମ୍ୟୁନିସିପାଲଟିର ୧୪୪ ୱାର୍ଡରେ ଅନୁଷ୍ଠିତ ନିର୍ବାଚନରେ ତୃଣମୂଳ କଂଗ୍ରେସ କ୍ଲିନ ସୁଇପ୍ କରି ୧୩୪ ୱାର୍ଡରେ ବିଜୟୀ ହୋଇଛି । କେବଳ ଏତିକି ନୁହେଁ ତିନି ୱାର୍ଡ ଜିତିଥିବା ସ୍ୱାଧୀନ ପ୍ରାର୍ଥୀ ଟିଏମସିରେ ମିଶିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହାକୁ ମିଶାଇ କୋଲକାତା ନଗର ନିଗମ ନିର୍ବାଚନର ୧୩୭ ଆସନ କବଜା କରିଛି ଟିଏମସି । ଅନ୍ୟପଟେ ବିଜେପିକୁ ଲାଗିଛି ଶକ୍‌ତ ଝଟକା । ଦଳ ମାତ୍ର ତିନୋଟି ଆସନ ଜିତିବାକୁ ସକ୍ଷମ ହୋଇଛି । କଂଗ୍ରେସ ଓ ସିପିଏମର ଅବସ୍ଥା ନିର୍ଦ୍ଦଳୀୟଙ୍କଠୁ ଆହୁରି ଶୋଚନୀୟ ରହିଛି । ଦୁଇ ଦଳ ୨-୨ ୱାର୍ଡ ଜିତିଛନ୍ତି । କୋଲକାତା ନଗର ନିଗମ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ପରିବର୍ତ୍ତେ ଆହୁରି ନିମ୍ନାଗାମୀ ହୋଇଛି । ୫ ବର୍ଷ ପୂର୍ବେ ଦଳ ଏଠାରେ ୫ଟି ୱାର୍ଡ ଜିତିଥିବା ବେଳେ ଏଥର ଦୁଇଟି ୱାର୍ଡ ହରାଇଛି । ଏହା ମଧ୍ୟରେ ୱାର୍ଡ ନମ୍ବର ୧୩୫ରୁ ବିଜୟ ହାସଲ କରିଥିବା ରୁବିନା ନାଜ ଆଜି ହିଁ ଟିଏମସିରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ସ୍ୱାମୀ ଟିଏମସିର ନେତା । ଅନ୍ୟ ଦୁଇ ନିର୍ଦ୍ଦଳୀୟ ବିଜେତା ପୁରବାସା ନାସ୍କର ଓ ଆଏସା କନିଜ ମଧ୍ୟ ଟିଏମସିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି । ଗୋଆ ଓ ୟୁପି ବିଧାନସଭା ନିର୍ବାଚନ ଲଢିବାକୁ ପ୍ରସ୍ତୁତି ଚଳାଇଥିବା ମମତା ବାନାର୍ଜୀ ଏହି ଫଳାଫଳକୁ ବିରୋଧୀଙ୍କ ପାଇଁ ଉଚିତ୍ ଶିକ୍ଷା ବୋଲି କହିଛନ୍ତି । ମମତା କହିଛନ୍ତି, କୋଲକାତାବାସୀ ବିଜେପି ଓ ଲେଫ୍ଟକୁ ଧୂଳି ଚଟାଇଛନ୍ତି । ଏହି ଦୁଇ ପରାଜିତଙ୍କ ମଧ୍ୟରେ କଂଗ୍ରେସ ମଧ୍ୟ ଦବି କି ରହିଗଲା । ଏହା ଜାତୀୟ ରାଜନୀତିରେ ମଧ୍ୟ ଦେଖିବାକୁ ମିଳିଛି । ମୋତେ ପୂରା ବିଶ୍ୱାସ ଯେ ପଶ୍ଚିମବଙ୍ଗ ଓ କୋଲକାତା ଲୋକେ ସମଗ୍ର ଦେଶକୁ ସଠିକ୍ ରାସ୍ତା ଦେଖାଇବେ ।

Leave A Reply

Your email address will not be published.