ପୁଣି ପ୍ରେମରେ ହ୍ରିତିକଙ୍କ ପୂର୍ବତନ ପତ୍ନୀ ସୁଜେନ୍

0 71

ମୁମ୍ବାଇ: ପୁଣି ପ୍ରେମରେ ପଡିଲେ ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋସନଙ୍କ ପୂର୍ବତନ ପତ୍ନୀ ସୁଜେନ୍ ଖାନ୍ । ହ୍ରିତିକଙ୍କ ଠାରୁ ଛାଡପତ୍ର ପରେ ଏବେ ସେ ଆଉ ଜଣଙ୍କ ପ୍ରେମରେ ଉବୁଟୁବୁ । ଏନେଇ ସେ ନିଜେ ମୋହର ମାରିଛନ୍ତି । ପ୍ରେମରେ ଥିବା ନେଇ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ସୁଜେନ୍ ଗ୍ରୀନ ସିଗ୍‌ନାଲ ଦେଇଛନ୍ତି । ପୂର୍ବରୁ ସୁଜେନ୍ କୁଆଡେ ଅଭିନେତା ଅର୍ଜୁନ ରାମପାଲଙ୍କୁ ଡେଟ୍ କରୁଥିବା ନେଇ ଖବର ଆସିଥିଲା କିନ୍ତୁ ପରେ ସେ ଅଭିନେତା ଅରସଲାନ ଗୋନିଙ୍କୁ ଡେଟ୍ କରୁଥିବା ଶୁଣିବାକୁ ମିଳିଥିଲା । ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ସୁଜେନ୍ । ସେ ଅରସଲାନ ଗୋନିଙ୍କୁ ପ୍ରେମରେ ଥିବା ନେଇ ସ୍ପଷ୍ଟ କରିଛନ୍ତି । ସେ ଅରସଲାନଙ୍କ ସହ ସମ୍ପର୍କରେ ଥିବା ନେଇ ନିଜ ଇନଷ୍ଟାଗ୍ରାମରେ ଅଫିସିଆଲ ରୂପେ ଘୋଷଣା କରିଛନ୍ତି । ଅରସଲାନ ଗୋନିଙ୍କ ଜନ୍ମ ଦିନ ଅବସରରେ ସୁଜେନ ନିଜ ଫ୍ୟାନ୍‌ମାନଙ୍କୁ ଏହି ଗୁଡ୍ ନ୍ୟୁଜ ଦେଇଛନ୍ତି ।ଆରସଲାନ୍ ଏବଂ ସୁଜେନଙ୍କୁ ପ୍ରାୟତଃ ଅନେକ ପାର୍ଟିରେ ଏକାଠି ଦେଖୁବାକୁ ମିଳିଛି । କେବଳ ସେତିନୁହେଁ ଦୁହେଁ ଏକାଠି ହ୍ୟାଙ୍ଗ ଆଉଟ୍ କରୁଥିବା ମଧ୍ୟ ନଜର ଆସିଛନ୍ତି । ଆରସଲାନଙ୍କ ଜନ୍ମଦିନରେ ସୁଜେନ ତାଙ୍କ ସହ ଏକ ଫଟୋ ଶେଆର କରିଛନ୍ତି । ଏହି ଫଟୋରେ ଉଭୟ ପରସ୍ପରଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି ।ସୁଜେନ ଏହି ଫଟୋରେ କ୍ୟାପସନ୍ ଦେଇ ଲେଖିଛନ୍ତି, \”ହାପି ବାର୍ଥ ଡେ\’ । ମୁଁ ତୁମ ପାଇଁ ଏକ ଏଭଳି ଦୁନିଆ ଚାହୁଁଛି ଯେଉଁଠାରେ ସବୁକିଛି ତୁମ ପାଇଁ ସର୍ବୋତ୍ତମ ଥିବ, ତୁମେ ଯାହା ଚାହୁଁଛ ତାହା ତୁମେ ପାଇବ । ତୁମ ଚାରିପାଖରେ ଖୁସି ଆଉ ପ୍ରକୃତ ପ୍ରେମ ରହୁ । ତୁମେ ସବୁଠାରୁ ସୁନ୍ଦର ଶକ୍‌ତି ଯାହା ସହ ମୋର ସାକ୍ଷାତ ହୋଇଛି ।\’ଅରସଲାନ ଗୋନି ସୁଜେନ୍‌ଙ୍କ ଏହି ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଶେଆର କରିଛନ୍ତି । ଏଥିରେ ସେ ହାର୍ଟ ଇମୋଜି ଶେଆର କରିଛନ୍ତି । ବିଗତ ଦିନରେ ଅରସଲାନ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମରେ ସୁଜେନ୍‌ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ । ଯେଉଁଭଳି ଭାବରେ ସୁଜାନେ ଏବଂ ଆର୍ସଲାନ୍ ଗୋନି ସୋସିଆଲ ମିଡିଆରେ ପରସ୍ପରକୁ ପ୍ରଶଂସା କରିବାରେ ଥକୁ ନାହଁନ୍ତି, ଏହା ସ୍ପଷ୍ଟ ଭାବେ ଦେଖାଯାଏ ଯେ ଉଭୟ ପରସ୍ପରର ପ୍ରେମରେ କେତେ ବୁଡି ରହିଛନ୍ତି । ଏକ ଗେଟ୍‌ଟୁଗେଦର ପାର୍ଟିରେ ସୁଜେନ ଖାନ୍‌ଙ୍କ ସହ ଅରସଲାନ ସାକ୍ଷାତ ହୋଇଥିଲା । ଏଠାରେ ଦୁହେଁ ପରସ୍ପର ସହ କଥାବାର୍ତ୍ତା କରିଥିଲେ ଏବଂ ଉଭୟ ଡେଟିଂ କରିବା ଆରମ୍ଭ କରିଥିଲେ ।

Leave A Reply

Your email address will not be published.