ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଏନରିକ ନୋର୍ତୋଜେ ଆହତ କାରଣରୁ ଟେଷ୍ଟ ସିରିଜ୍‌ରୁ ବାଦ୍‌

0 71

ନୂଆଦିଲ୍ଲୀ, ୨୧ ।୧୨: ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ଜୋରଦାର ଝଟକା । ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଏନରିକ ନୋର୍ତୋଜେ ଆହତ କାରଣରୁ ଟେଷ୍ଟ ସିରିଜ୍‌ରୁ ବାଦ୍ ପଡିଛନ୍ତି । କ୍ରିକେଟ୍ ଦକ୍ଷିଣ ଆଫ୍ରିକା ମଙ୍ଗଳବାର ପ୍ରେସ ବିଜ୍ଞପ୍ତି ଜାରି କରି ଏହାର ସୂଚନା ଦେଇଛି । ତେବେ ତାଙ୍କ ସ୍ଥାନରେ କାହାକୁ ଦଳରେ ସାମିଲ୍ କରାଯିବ ସେ ନେଇ ଦକ୍ଷିଣ ଆଫ୍ରିକା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇ ନାହିଁ । ପ୍ରୋଟିଆଜର ଦ୍ରୁତ ବୋଲର ଏନରିକ ନୋର୍ତଜେ କ୍ରମାଗତ ଆହତ କାରଣରୁ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍ ପଡିଛନ୍ତି । ସେ ଏ ପର୍ଯ୍ୟନ୍ତ ଶତ ପ୍ରତିଶତ ସୁସ୍ଥ ହୋଇ ପାରି ନାହାନ୍ତି । ଆହତଜନିତ ସମସ୍ୟାରୁ ମୁକୁଳିବା ପାଇଁ ସେ ବିଶେଷଜ୍ଞଙ୍କ ପରାମର୍ଶ ଲୋଡୁଛନ୍ତି । ବର୍ତ୍ତମାନ ତାଙ୍କ ସ୍ଥାନରେ ଅନ୍ୟ କୌଣସି ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇ ନାହିଁ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ୱର ୨୬ରୁ ପ୍ରଥମ ଟେଷ୍ଟ ସେଞ୍ଚୁରିୟାନର ସୁପରସ୍ପୋର୍ଟ୍ସ ପାର୍କରେ ଖେଳାଯିବ । ନୋର୍ତଜେଙ୍କ ଅନୁପସ୍ଥିତି ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂ ଆକ୍ରମଣକୁ ଜୋରଦାର ଝଟକା ଦେଇଛି । ସେ ବାଦ୍ ପଡିବାରୁ କାଗିସୋ ରାବଡା ଓ ଲୁଙ୍ଗି ଏନଗିଡିଙ୍କ ଉପରେ ଦାୟିତ୍ୱ ଅଧିକ ବଢି ଯାଇଛି । ନୋର୍ତଜେ ୨୦୨୧ ଆଇପିଏଲ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ମେଗା ନିଲାମ ପୂର୍ବରୁ ତାଙ୍କୁ ଦଳ ରିଟେନ୍ କରିବାକୁ ନିଷ୍ପତ୍ତି ନେଇଥିଲା । ୨୮ ବର୍ଷୀୟ ଏହି ଦ୍ରୁତ ବୋଲର ୨୦୨୧ରେ ଚମତ୍କାର ଫର୍ମରେ ଅଛନ୍ତୁି । ସେ ଚଳିତ ବର୍ଷ ୫ଟି ଟେଷ୍ଟରେ ୨୦.୭୬ ହାରରେ ୨୫ ୱିକେଟ୍ ନେଇଛନ୍ତି । ଏଥିରେ ଦୁଇ ଥର ୫ ୱିକେଟ୍ ସାମିଲ । ୬୬ ରନ ଦେଇ ୫ ୱିକେଟ୍ ନେବା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ନୋର୍ତ୍ତଜେ ଘଣ୍ଟା ପ୍ରତି ୧୫୦ କିମି ମେଗରେ ବୋଲିଂ କରନ୍ତି । ସେ ସିରିଜରୁ ବାଦ୍ ପଡବି ବା ପରେ ଭାରତୀୟ ବ୍ୟାଟସମ୍ୟାନ ପାଇଁ ଆଶ୍ୱସ୍ତିକର ଖବର ଆଣି ଦେଦଇଛି ।

Leave A Reply

Your email address will not be published.