ଥରୁଛନ୍ତି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

Russian President Vladimir Putin arrives for a meeting with head of the Russian Direct Investment Fund Kirill Dmitriyev at the Novo-Ogaryovo state residence outside Moscow, Russia January 17, 2020. Sputnik/Aleksey Nikolskyi/Kremlin via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY. - RC2PHE9XVFG8
0 91

ନୂଆଦିଲ୍ଲୀ,୧୫ା୬: କ୍ରେମ୍‌ଲିନ୍‌ରେ ଏକ ପୁରସ୍କାର ପ୍ରଦାନ ଉତ୍ସବରେ ଉପସ୍ଥିତ ଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଠିଆ ହେବାକୁ ଉଦ୍ୟମ କରିବା ବେଳେ ଥରି ଯାଉଛନ୍ତି ବୋଲି ଗୋଟାଏ ନୂଆ ଭିଡିଓରେ ଦେଖି “ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି । ସାମାଜିକ
ଗଣମାଧ୍ୟମରେ ସମ୍ପ୍ରତି ଏହି ଭିଡିଓର ବହୁଳ ପ୍ରସାରଣ ହେଉଛି । ଇଂଲଣ୍ଡ୍‌ର “ଏକ୍ସପ୍ରେସ୍‌’ ରିପୋର୍ଟ କରିଛି: ରବିବାର ଦିନ ଚଳଚ୍ଚିତ୍ର ନିର୍ମାତ୍ରୀ ନିକିତା ମିଖାଇଲ୍‌କୋଭ୍‌ଙ୍କୁ “ଷ୍ଟେଟ୍‌ ପ୍ରାଇଜ୍ ଫର ରଷିଆନ୍ ଫେଡେରେସନ୍‌’ ପୁରସ୍କାର ପ୍ରଦାନ କରିବା ପରେ ୬୯ ବର୍ଷିୟ ପୁଟିନ୍ ଆଗକୁ ଓ ପଛକୁ ଝୁଙ୍କୁ ପଡୁଥିବା ଭିଡିଓରେ ଦେଖାଯାଉଛି । ପୋଡିୟମ୍ ନିକଟରେ ଠିଆ ହୋଇଥିବା ବେଳେ ପୁଟିନ୍‌ଙ୍କ ଗୋଡ଼ ମଧ୍ୟ ଥରୁଥିବା ଦେଖାଯାଉଛି । ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ଦୀର୍ଘ ସମୟ ଧରି ସର୍ବସାଧାରଣ ସ୍ଥାନରେ ନ ରହିବାକୁ ଡାକ୍ତରମାନେ
ପୁଟିନ୍‌ଙ୍କୁ ପରାମର୍ଶ ଦେଇଥିବା କଥା ଏହି ଭିଡିଓକୁ ଦେଖି ନ୍ୟୁୟର୍କ ପୋଷ୍ଟ୍‌ ରିପୋର୍ଟ କରିଛି । “ଟେଲିଗ୍ରାମ୍‌’ ଚାନେଲ୍ ଜେନେରାଲ୍ ଏସ୍‌ଭିଆଙ୍କର ଦାବି ଉପରେ ଉକ୍ତ ରିପୋର୍ଟ ଆଧାରିତ । ୟୁକ୍ରେନ୍ ଆକ୍ରମଣ ଆରମ୍ଭ କରିବା ସମୟରୁ ହିଁ ପୁଟିନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସମଗ୍ର ବିଶ୍ୱର ଧ୍ୟାନ କେନ୍ଦ୍ରୀଭୂତ ହୋଇଛି । ସେ ସାଙ୍ଘାତିକ ଅସୁସ୍ଥ ବୋଲି ଗୁଜବ ଉଠିଛି । ମଙ୍ଗଳବାର ଦିନ “ଫକ୍ସ୍ ନିଉଜ୍‌’ ରିପୋର୍ଟ କରିଥିଲା ଯେ, ପୁଟିନ୍ ବିଦେଶ ଗସ୍ତ କରିବା ବେଳେ ତାଙ୍କ ସହିତ ଯାଉଥିବା ଜଣେ ସ୍ୱତନ୍ତ୍ର ସେବକ ତାଙ୍କର ମଳମୂତ୍ର ସାଥିରେ ଆଣି ମସ୍କୋରେ ଫିଙ୍ଗନ୍ତି । ବିଦେଶରେ କେହି ମଳମୂତ୍ର ପରୀକ୍ଷା କରି ପୁଟିନ୍‌ଙ୍କ ପ୍ରକୃତ ସ୍ୱାସ୍ଥ୍ୟାବସ୍ଥା ଜାଣି ପକାଇବା ଆଶଙ୍କା ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥାଏ । ପୁଟିନ୍‌ଙ୍କ ସହିତ ଘନିଷ୍ଠତା ଥିବା ଜଣେ ରାଜନୈତିକ ପ୍ରଭାବଶାଳୀ ବ୍ୟବସାୟୀ ଗତ ମାସରେ କହିଥିଲେ କି, ରକ୍ତକର୍କଟ ରୋଗରେ ଆକ୍ରାନ୍ତ ହୋଇ ପୁଟିନ୍ ଖୁବ୍ ଅସୁସ୍ଥ ହୋଇପଡ଼ିଛନ୍ତି । କିନ୍ତୁ, ପୁଟିନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାକୁ ରୁଷୀୟ ସରକାରୀ ଅଧିକାରୀମାନେ ଅସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.