ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପ୍‌ଙ୍କୁ ଭେଟିବେ ନବୀନ

0 71

ଭୁବନେଶ୍ୱର, ୧୯ା୬(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ ଗସ୍ତ ଓ ପୋପ ଫ୍ରାନସିସ୍‌ଙ୍କୁ ସାକ୍ଷାତ କରିବା ନେଇ ଉତ୍କଣ୍ଠା ବଢୁଛି । ମୁଖ୍ୟମନ୍ତ୍ରୀ ଭାଟିକାନ ସିଟିରେ ପୋପଙ୍କ ସହ ଦେଖାକରିବେ । ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଏହି ସାକ୍ଷାତ କରିବାକୁ ଯାଉଥିବା ବେଳେ ରୋମରେ ପ୍ରବାସୀ ଓଡିଆଙ୍କ ସହ ମଧ୍ୟ ଆଲୋଚନା କରିବେ । ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ପୋପଙ୍କୁ ଭେଟିବାକୁ ଯାଉଛନ୍ତି ନବୀନ । ଭାଟିକାନ୍ ସିଟିରେ ହେବାକୁ ଥିବା ଏହି ସାକ୍ଷାତ ଆଲୋଚନା ଇତିହାସ ସୃଷ୍ଟି କରିବାକୁ ଯାଉଛି । ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ଷଷ୍ଠାଶଂ ଲୋକଙ୍କ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସଙ୍କ ସହ ଏହି ଆଲୋଚନାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି । ୮୫ ବର୍ଷୀୟ କ୍ୟାଥଲିକ ଚର୍ଚ୍ଚର ଏହି ଧର୍ମଗୁରୁ, ନରେନ୍ଦ୍ର ମୋଦୀ । ୧୦ ବର୍ଷ ପରେ ବିଦେଶ ଗସ୍ତରେ ଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନୂଆଦିଲ୍ଲୀରୁ ଇଟାଲୀ ଅଭିମୁଖେ ଗସ୍ତ କରିବେ । ରୋମରେ ଆୟୋଜିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା ଉପରେ ବକ୍ତବ୍ୟ ରଖିବା ସହ ୟୁରୋପରେ ପ୍ରବାସୀ ଓଡିଆଙ୍କୁଭେଟି ଓଡିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ନେଇ ଆଲୋଚନା ମଧ୍ୟ କରିବେ । ଭାରତ ଫେରିବା ବେଳେ ନବୀନ ଦୁବାଇରେ ମଧ୍ୟ ଏକ ନିବେଶକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମଧ୍ୟପ୍ରାଚ୍ୟରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ଭେଟି ବିଗତ ଦୁଇ
ଦଶନ୍ଧିରେ ରାଜ୍ୟର ରୁପାନ୍ତରଣ ବିଷୟରେ ଚର୍ଚ୍ଚା କରିବେ । ବେସରକାରୀ ସ୍ତରରେ ଯୋଗାଇ ଦିଆଯାଉଥିବା ବିଶ୍ୱରେ ସବୁଠାରୁ ବଡ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମର ମୁଖ୍ୟ । ବିଶ୍ୱର
ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ପୋପ ଫ୍ରାନ୍ସିସ୍‌ଙ୍କ ସହ କିଛିଦିନ ପୂର୍ବରୁ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ

Leave A Reply

Your email address will not be published.