ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌: ଆର୍ଜେଣ୍ଟିନାକୁ ହରାଇଲେ ଭାରତୀୟ ମହିଳା

0 69

ରୋଟରଡାମ (ନେଦରଲାଣ୍ଡ୍ସ): ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ର ଶନିବାର ମୁକାବିଲାରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଆର୍ଜେଣ୍ଟିନାକୁ ସ୍ତବ୍ଧ କରିଛି ଭାରତୀୟ ମହିଳା ହକି ଦଳ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ନିର୍ଦ୍ଧାରିତ ସମୟରେ ଉଭୟ ଦଳ ତିନିଟି ଲେଖାଏଁ ଗୋଲ୍ ଦେଇ ବରାବର ସ୍ଥିତିରେb ରହିଥିଲେ । ଏହା ପରେ ଅନୁଷ୍ଠିତ ସୁଟ୍‌ଆଉଟ୍‌ରେ ରୋମାଞ୍ଚକର ଭାବେ
୨-୧ ଗୋଲ୍‌ରେ ଅଲିମ୍ପିକ୍ ରୌପ୍ୟ ବିଜୟିନୀ ଶକ୍‌ତିଶାଳୀ ଆର୍ଜେଣ୍ଟିନାକୁ ହରାଇ ଭାରତ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା । ଶନିବାର ନିର୍ଦ୍ଧାରିତ ସମୟରେ ଭାରତ ପାଇଁ ଗୁରଜିତ କୌର (୩୭ ଓ ୫୧ ମିନିଟ୍‌) ଦୁଇଟି ଗୋଲ୍ ଦେଇଥିଲା ବେଳେ ଲାଲରେମସିଆମୀ (୪ ମିନିଟ୍‌) ଗୋଟିଏ ଗୋଲ୍ କରିଥିଲେ । ଅନ୍ୟପକ୍ଷରେ ଆର୍ଜେଣ୍ଟିନା ପକ୍ଷରୁ ତିନିଟି ଯାକ ଗୋଲ୍ ଅଗସ୍ତିନା
ଗର୍ଜେଲାନି (୨୨, ୪୭, ୪୫ ମିନିଟ୍‌) ଅର୍ଜନ କରିଥିଲେ । ସୁଟଆଉଟ୍‌ରେ ଭାରତ ପାଇଁ ନେହା
ଓ ସୋନିକା ସଫଳ ହୋଇଥିଲେ । ସେପଟେ ଆର୍ଜେଣ୍ଟିନାର ମାତ୍ର ଜଣେ ଖେଳାଳି ଭାରତୀୟ ଗୋଲ୍ ପୋଷ୍ଟ ଭେଦ କରିବାକୁ ସକ୍ଷମ ହୋଇଥିଲେ । ନେହା ଆଜି ତାଙ୍କ ଖେଳ ଜୀବନର ଶତକୀୟ ମ୍ୟାଚ୍ ଖେଳିଥିଲେ । ନିର୍ଣ୍ଣାୟକ ଗୋଲ୍ ଦେଇ ଏହାକୁ ମଧ୍ୟ ସ୍ମରଣୀୟ କରିଥିଲେ ।
ଭାରତୀୟ ପୁରୁଷ ଦଳ ଶନିବାର ନେଦରଲାଣ୍ଡ୍ସ ବିପକ୍ଷ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍‌କୁ ସୁଟଆଉଟ୍ ୪-୧ (୨- ୨) ଗୋଲ୍‌ରେ ହାରିଥିଲା । ତେବେ ଲଢ଼ୁଆ ଖେଳ ଖେଳି ସମସ୍ତଙ୍କ ମନ ଜିତି ନେଇଥିଲା । ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାର ନିର୍ଦ୍ଧାରିତ ସମୟରେ ଉଭୟ ଭାରତ ଏବଂ ନେଦରଲାଣ୍ଡ୍ସ ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ । ତେବେ ସୁଟଆଉଟ୍‌ରେ ନେଦରଲାଣ୍ଡ୍ସ ବାଜି ମାରି ନେଇଥିଲା । ନିର୍ଦ୍ଧାରିତ ସମୟର ଶେଷ ମିନିଟ୍‌ ପର୍ଯ୍ୟନ୍ତ କିନ୍ତୁ ଭାରତ ୧-୨ରେ ପଛୁଆ ରହିଥିଲା । ତେବେ ୨୩ ସେକେଣ୍ଡ୍‌ରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି ଭାରତ ନେଦରଲାଣ୍ଡ୍ସ ବିଜୟକୁ ସାମୟିକ ଭାବେ ରୋକି ଦେଇଥିଲା । ଭାରତ ପାଇଁ ଏହି ଗୋଲ୍‌ଟି ହରମନପ୍ରୀତ ସିଂହ ଦେଇଥିଲେ । ଭାରତ ପାଇଁ ପ୍ରଥମ ଗୋଲ୍‌ଟି ଦୀଲପ୍ରୀତ ସିଂହ ୨୧ ମିନିଟ୍‌ରେ ଦେଇଥିଲେ ।

Leave A Reply

Your email address will not be published.