ସ୍ୱର୍ଣ୍ଣ ଜିଣିଲେ ନୀରଜ ଚୋପ୍ରା

0 72

ନୂଆଦିଲ୍ଲୀ,୧୯ା୬: ବର୍ଷା ସତ୍ତ୍ୱେ ଫିନ୍‌ଲାଣ୍ଡ୍‌ରେ ଚାଲିଥିବା କୁଓର୍ତାନି ଗେମ୍‌ସ୍‌ରେ ଶନିବାର ଦିନ ପ୍ରଥମ ଉଦ୍ୟମରେ ୮୬.୬୯ ମିର୍ଟ ଦୂରକୁ ଜାଭ୍‌ଲିନ୍ ଫିଙ୍ଗି ଭାରତୀୟ ଖେଳାଳି
ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ୮୬.୬୪ ମିଟର ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ତାଙ୍କ ପଛକୁ ଅଛନ୍ତି ତ୍ରିନିଦାଦ୍‌ର କେସର୍ଣ୍ଣ ୱାଲ୍‌କୋଟ୍ । ସେହିପରି, ୮୪.୭୫ ମିର୍ଟ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ତୃତୀୟ ସ୍ଥାନରେ ଅଛନ୍ତି ଗ୍ରେନାଡାର ଅଣ୍ଡର୍ସନ୍ ପିଟର୍ସ । ନୀରଜ ଚୋପ୍ରାଙ୍କ ସହିତ ସନ୍ଦୀପ ଚୌଧୁରୀ ନାମରେ ଆଉ ଜଣେ ଭାରତୀୟ ଜାଭ୍‌ଲିନ୍ ଖେଳାଳି ମଧ୍ୟ ଭାଗ ନେଇଥିଲେ । କିନ୍ତୁ, ସେ ମାତ୍ର ୬୦.୩୫ ମିର୍ଟ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ୮ମ ସ୍ଥାନରେ ରହିଛନ୍ତି ।
ବର୍ଷା ଯୋଗୁଁ କୁଓର୍ତାନି ଗେମ୍‌ସ୍‌ ବିଶେଷ ପ୍ରଭାବିତ ହୋଇଛି । ଖେଳାଳିମାନେ ଆଶାନୁରୂପ ଖେଳ ପ୍ରଦର୍ଶନ କରି ପାରିନାହାନ୍ତି । ଶନିବାର ଦିନ ତୃତୀୟ ଥର ଜାଭ୍‌ଲିନ୍ ଫିଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ନୀରଜ ଚୋପ୍ରା ମଧ୍ୟ ଅସୁବିଧାରେ ପଡ଼ିଥିଲେ । ନୀରଜଙ୍କର ଦ୍ୱ ିତୀୟ ଉଦ୍ୟମ “ଫାଉଲ୍‌’ ହେବା ପରେ ତୃତୀୟ ଉଦ୍ୟମ ବେଳେ ଓଦା ଟ୍ରାକ୍‌ରେ ଗୋଡ଼ ଖସି ଯିବାରୁ ସେ ପଡ଼ିଯାଇଥିଲେ । ଦର୍ଶକମାନେ ଆଁ କରି ଚାହିଁଥିବା ବେଳେ ନୀରଜ ଉଠି ଠିଆ ହୋଇଥିଲେ । ସୌଭାଗ୍ୟକୁ ସେ ଆହତ ହୋଇ ନ ଥିଲେ । ତାଙ୍କର କିଛି ଅସୁବିଧା ହୋଇନାହିଁ ଏବଂ ସେ ଭଲ ଅଛନ୍ତି ବୋଲି ନୀରଜ ସୁନିଶ୍ଚିତ କରିବା ପରେ \”ଆଥ୍‌ଲେଟିକ୍ସ୍ ଫେଡେରେସନ୍ ଅଫ୍‌ ଇଣ୍ଡିଆ\’ ଟୁଇଟ୍ କରି ଘୋଷଣା କରିଛି । ଗଣ ମାଧ୍ୟମକୁ ନୀରଜ କହିଛନ୍ତି, ଟୋକିଓ ଅଲିମ୍ପିକ୍ସ୍ ପରେ ଏହା ମୋ ପାଇଁ ଥିଲା ଦ୍ୱ ିତୀୟ ପ୍ରତିଯୋଗିତା । ଏଇଟା ମଧ୍ୟ ପ୍ରଥମ ଭଳି ଭଲ ହୋଇଛି । \”କମନ୍‌ୱେଲ୍‌ଥ୍‌ ଗେମ୍‌ସ୍‌\’ରେ ଏହାଠାରୁ ବଡ଼ ବଡ଼ ପ୍ରତିଯୋଗିତା ହେବ ଏବଂ ମୁଁ ସେଥିରେ ଭାଗ ନେବାକୁ ଚାହିଁ ବସିଛି । ସେଥିରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଏହି ପ୍ରତିଯୋଗିତା ମତେ ଉତ୍ସାହ ଦେଇଛି ।

Leave A Reply

Your email address will not be published.