ଆଇପିଏଲରେ ବଢିବ ମ୍ୟାଚ୍ ସଂଖ୍ୟା

0 72

ନୂଆଦିଲ୍ଲୀ,୧୯ା୬: ଆଗାମୀ ସଂସ୍କରଣରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ପାଞ୍ଚ ସଂଖ୍ୟା ବଢିବ । ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗଣମାଧ୍ୟମ ଅଧିକାର ପାଇଁ ୪୮,୩୯୦ କୋଟି ଟଙ୍କାର ରାଜସ୍ୱ ହାସଲ ପରେ ବିସିସିଆଇ ସଂପାଦକ ଜୟ ଶାହ ଦାବି କରିଛନ୍ତି ଯେ, ଦୁନିଆର ସବୁଠୁ ମହଙ୍ଗା କ୍ରିକେଟ୍ ଲିଗରb ସମୟ ବୃଦ୍ଧି କରାଯିବ । ଏଥିସହ ମ୍ୟାଚ୍‌ ସଂଖ୍ୟା ବଢାଯିବ । ଏହା ସ୍ପଷ୍ଟ କରି ଶାହ କହିଛନ୍ତି ଆଇପିଏଲର ସମୟ ସୀମା ବଢାଇବା ନେଇ ବିସିସିଆଇ ଲଗାତାର ଆଇସିସି ଏବଂ ଅନ୍ୟ ଦେଶ ସହିତ ଯୋଗାଯୋଗରେ ଅଛି । ସେ
କହିଛନ୍ତି କ୍ରିକେଟ୍ କ୍ୟାଲେଣ୍ଡରରେ ଆଇପିଏଲ ଏକ ବଡ ଟୁର୍ଣ୍ଣାମେଣ୍ଟରେ
ପରିଣତ ହୋଇଛି । ଶାହ କ୍ରିକବଜ ସହ ଆଲୋଚନା ବେଳେ କହିଛନ୍ତି, ଆମେ ନିଜର ସାଥୀ ସଦସ୍ୟ ବୋର୍ଡ ଏବଂ ଆଇସିସି ସହିତ ଆଇପିଏଲ ପାଇଁ ଏକ ବଡ ୱିଣ୍ଡୋ
ବିଷୟରେ ଆଲୋଚନା କରୁଛୁ । ବାର୍ଷିକ କ୍ରିକେଟ୍ କ୍ୟାଲେଣ୍ଡରରେ ଆଇପିଏଲb ଏକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପାଲଟିଛି । ଏହା ଏବେ କେବଳ ଏନଏଫଏଲଠୁ ପଛରେ ରହିଛି । ଆଇପିଏଲ ଏମିତି ଏକ ମଞ୍ଚ ଯେଉଁଠି ବିଶ୍ୱର ବଡ ବଡ ଖେଳାଳି ଅଂଶଗ୍ରହଣ କରୁଛନ୍ତି । କ୍ରିକେଟକୁ ଆଇପିଏଲ ଏକ ଭିତ୍ତ ସ୍ତରକୁ ନେଇଥିବା କହିଛନ୍ତି ଶାହ । କେବଳ କ୍ରିକେଟର ନୁହନ୍ତି ବରଂ କିଛି ଦିଗଜ ମଧ୍ୟ ଏବେ ଆଇପିଏଲରେ କୋଚ୍‌ ଭାବେ କାମ କରୁଛନ୍ତି । ଏହା ଏକ ଚମତ୍କାର ମଞ୍ଚ ଏବଂ ସଭିଙ୍କୁ ଆକର୍ଷିତ କରିଥାଏ । କାରଣ ଏଠାରୁ ମିଳୁଥିବା ଅନୁଭବ ଅମୂଲ୍ୟ ଅଟେ । ଯେମିତି ଯେମିତି ଆମେ ଆଗକୁ ବଢିବୁ ମ୍ୟାଚ୍‌ ସଂଖ୍ୟା ବଢି ଚାଲିବ ବୋଲି ବିସିସିଆଇ ସଂପାଦକ ଜୟ ଶାହ କହିଛନ୍ତି । ଆଇପିଏଲ ୨୦୨୨ ସିଜିନରେ ୧୦ ଦଳ ଅଂଶଗ୍ରହଣ
କରିଥିଲେ । ଏଥିରେ ୭୪ଟି ମ୍ୟାଚ୍‌ ଖେଳା ଯାଇଛି । ଏବେ ଆଶା କରାଯାଉଛି ଯେ, ଆଇପିଏଲରେ ଏବେ ପ୍ରତ୍ୟେକ ସିଜିନରେ ୮୪ କିମ୍ବା ୯୪ ମ୍ୟାଚ୍ ଖେଳାଯିବ ।

Leave A Reply

Your email address will not be published.