ଭାରତର ଦମ୍ଦାର ବିଜୟ; ୬ ୱିକେଟରେ ହାରିଲା ଅଷ୍ଟ୍ରେଲିଆ

ଚେନ୍ନରାଇ, ୮ା୧୦: ଦିନିକିଆକ୍ରିକେଟ୍ ମହାକୁମ୍ଭ ବିଶ୍ୱକପରେଭାରତର ଦମ୍ଦାର ବିଜୟ ହୋଇଛି ।ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୬ୱିକେଟରେ ପରାସ୍ତ କଲା ଭାରତ ।ବିଜୟରେ ପ୍ରମୁଖ ଭୂମିକା ନିର୍ବାହକରିଥିଲେ ବିରାଟ୍ କୋହଲି ଓକେ.ଏଲ୍ ରାହୁଲ୍ । ବିପର୍ଯ୍ୟୟ ପରେଉଭୟ ପାଳିକୁ ସମ୍ଭାଳିଥିଲେ ଓ ବିଜୟଦ୍ୱାରରେ ପହଞ୍ଚାଇଥିଲେ । ଚେନ୍ନାଇରଚେପକ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ୨୦୦ ରନରଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିଲାଭାରତ । ଓପ୍ନିଂ କରିବାକୁ ଆସିଥିଲେଅଧିନାୟକ ରୋହିତ ଶର୍ମା ଓ ଈଶାନକିଶନ

0 55

ଚେନ୍ନରାଇ, ୮ା୧୦: ଦିନିକିଆକ୍ରିକେଟ୍ ମହାକୁମ୍ଭ ବିଶ୍ୱକପରେଭାରତର ଦମ୍ଦାର ବିଜୟ ହୋଇଛି ।ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୬ୱିକେଟରେ ପରାସ୍ତ କଲା ଭାରତ ।ବିଜୟରେ ପ୍ରମୁଖ ଭୂମିକା ନିର୍ବାହକରିଥିଲେ ବିରାଟ୍ କୋହଲି ଓକେ.ଏଲ୍ ରାହୁଲ୍ । ବିପର୍ଯ୍ୟୟ ପରେଉଭୟ ପାଳିକୁ ସମ୍ଭାଳିଥିଲେ ଓ ବିଜୟଦ୍ୱାରରେ ପହଞ୍ଚାଇଥିଲେ । ଚେନ୍ନାଇରଚେପକ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ୨୦୦ ରନରଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିଲାଭାରତ । ଓପ୍ନିଂ କରିବାକୁ ଆସିଥିଲେଅଧିନାୟକ ରୋହିତ ଶର୍ମା ଓ ଈଶାନକିଶନ । ହେଲେ ସେ ଖାତା ଖୋଲିନପାରି ପ୍ରଥମ ଓଭରର ଚତୁର୍ଥବଲରେ ପାଭିଲିୟନ୍ଫେରିଯାଇଥିଲେ । ମିଚେଲ ଷ୍ଟାର୍କଙ୍କବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ ।ତା’ପରେ ଆସିଥିଲେ ବିରାଟ୍କୋହଲି । ଦ୍ୱିତୀୟ ଓଭରରେ ବୋଲିଂକରିବାକୁ ଆସିଥିବା ଜୋଶହାଜେଲଉଡ ଭାରତ ପାଇଁ ବିପର୍ଯ୍ୟୟସୃଷ୍ଟି କରିଥିଲେ । ନିଜର ବ୍ୟକ୍ତିଗତଭାବେ ପ୍ରଥମ ଓଭରର ତୃତୀୟବଲରେ ରୋହିତଙ୍କୁ ବଲ୍ ଏଲ୍ବିଡବ୍ଲ୍ୟକରିବା ବେଳେ ଷଷ୍ଠ ବଲରେଶ୍ରେୟସ ଆୟରଙ୍କୁ କ୍ୟାଚ୍ ଆଉଟ୍କରିଥିଲେ ଜୋଶ ହାଜେଲଉଡୟଅର୍ଥାତ ଈଶାନଙ୍କ ପରି ରୋହିତ ଓଶ୍ରେୟସ ଖାତା ଖୋଲି ନପାରି ଆଉଟ୍ହୋଇଥିଲେ । ମାତ୍ର ୨ ରନରେ ୩ଟିୱିକେଟ୍ ଯାଇଥିଲା ଭାରତ । ଶ୍ରେୟସ୍ପରେ ଆସିଥିଲେ କେ.ଏଲ୍ ରାହୁଲ୍ ।କୋହଲି ଓ ରାହୁଲ୍ ମିଶି ପାଳିକୁସମ୍ଭାଳିଥିଲେ । ଅଷ୍ଟ୍ରେଲିଆ ବୋଲରଙ୍କୁକଡ଼ ଯବାବ ଦେଇଥିଲେ । କ୍ରିଜରେସେଟ୍ ହେବା ପରେ ଉଭୟ ଧୂଆଁଧାରବ୍ୟାଟିଂ କରିଥିଲେ । କୋହଲି ୧୧୬ବଲରେ ୮୫ ରନ୍ କରି ଜୋଶହାଜେଲଉଡଙ୍କ ବଲରେ ଆଉଟ୍ହୋଇଥିଲେ । ତା’ପରେ ବ୍ୟାଟିଂକରିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ।ସେ ୮ ବଲରେ ୧୧ ରନ୍ କରିଥିବାବେଳେ ରାହୁଲ୍ ୧୧୫ ବଲରେ ୯୭ରନ୍ କରି ନଟ୍ଆଉଟ୍ ଅଛନ୍ତି । ଟସ୍ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତିନେଇଥିଲା କଙ୍ଗାରୁବାହିନୀ । କିନ୍ତୁଭାରତୀୟ ବୋଲରଙ୍କ ଘାତକ ବୋଲିଂଆଗରେ ଧରାସାୟୀ ହୋଇଛନ୍ତିଅଷ୍ଟ୍ରେଲିଆ । ୪୯.୩ ବଲରେ ସମସ୍ତୱିକେଟ୍ ହରାଇ ଦଳ ସଂଗ୍ରହ କରିଛି୧୯୯ ରନ୍ । ଭାରତ ପକ୍ଷରୁ ରବୀନ୍ଦ୍ରଜାଡେଜା ୩ଟି ୱିକେଟ୍ ନେଇଥିବାବେଳେ ଯଶପ୍ରୀତ ବୁମ୍ରା ଓକୁଲଦୀପ୍ ଦୁଇଟି ଲେଖାଏଁନେଇଥିଲେ । ସେହିପରି ମହମ୍ମଦସିରାଜ, ରବିଚନ୍ଦ୍ରନ ଅଶ୍ୱିନ ଓହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁୱିକେଟ୍ ନେଇଥିଲେ ।

Leave A Reply

Your email address will not be published.