ଶାହାରୁଖ ଖାନ୍ଙ୍କୁ ହତ୍ୟା ଧମକ

ମୁମ୍ବାଇ, ୯ା୧୦:ବଲିଉଡ୍ ଚଳଚ୍ଚିତ୍ରଅଭିନେତା ଶାହାରୁଖ୍ଖାନ୍ଙ୍କ ସୁରକ୍ଷା ବ୍ୟବସ୍ଥା"ୱାଇପ୍ଲସ୍' ବର୍ଗକୁ ବୃଦ୍ରିବା ପାଇଁ ସୋମବାରମହାରାଷ୍ଟ୍ର ସରକାରଆଦେଶ ଦେଇଛନ୍ତି ।ଚଳଚ୍ଚିତ୍ର "ଯବାନ୍'ରସଫଳତା ଯୋଗୁଁ ହତ୍ୟାଧମକ ଆସିଛି ବୋଲିଲିଖିତ ଅଭିଯୋଗ ହେବାପରେ ରାଜ୍ୟ ସରକାରଏଭଳି ପଦକ୍ଷେପ ଗ୍ରହଣକରିଛନ୍ତି ।

0 59

ମୁମ୍ବାଇ, ୯ା୧୦:ବଲିଉଡ୍ ଚଳଚ୍ଚିତ୍ରଅଭିନେତା ଶାହାରୁଖ୍ଖାନ୍ଙ୍କ ସୁରକ୍ଷା ବ୍ୟବସ୍ଥା”ୱାଇପ୍ଲସ୍’ ବର୍ଗକୁ ବୃଦ୍ରିବା ପାଇଁ ସୋମବାରମହାରାଷ୍ଟ୍ର ସରକାରଆଦେଶ ଦେଇଛନ୍ତି ।ଚଳଚ୍ଚିତ୍ର “ଯବାନ୍’ରସଫଳତା ଯୋଗୁଁ ହତ୍ୟାଧମକ ଆସିଛି ବୋଲିଲିଖିତ ଅଭିଯୋଗ ହେବାପରେ ରାଜ୍ୟ ସରକାରଏଭଳି ପଦକ୍ଷେପ ଗ୍ରହଣକରିଛନ୍ତି । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶକ୍ରମେ “ଭିଆଇପି ସିକ୍ୟୁରିଟି’ର”ଆଇଜି’ ଶାହାରୁଖ ଖାନ୍ଙ୍କୁ ସୁରକ୍ଷା ଉନ୍ନୀତ କରିଛନ୍ତି । ଏହି ସୁରକ୍ଷାସେବା ପାଇଁ ଘରୋଇ ଭାବେ ପାଙଋି ଯୋଗାଣର ବ୍ୟବସ୍ଥା ଥିବାରୁ ନିଜେଶାହାରୁଖ ସମସ୍ତ ଖର୍ଚ୍ଚ ବହନ କରିବେ । ଏଥିନିମନ୍ତେ ଯାହା କିଛି ଅର୍ଥଖର୍ଚ୍ଚ ହେବ, ଶାହାରୁଖ ଖାନ୍ ରାଜ୍ୟ ସରକାରଙ୍କୁ ସେ ବାବଦ ଅର୍ଥ ପୈଠକରିବେ । ଉଲ୍ଲେଖଯୋଗ୍ୟ, ହତ୍ୟା ଭଳି ଗୁରୁତର ଧମକ ପାଇଥିବାଲୋକମାନଙ୍କୁ “ୱାଇପ୍ଲସ୍’ ସୁରକ୍ଷା ମଞ୍ଜୁର କରାଯାଇଥାଏ । ଏହିବ୍ୟବସ୍ଥାରେ ୬ଜଣ “ପର୍ସନାଲ୍ ସିକ୍ୟୁରିଟି ଅଫିସର୍’ଙ୍କୁ ମୁତୟନକରାଯାଇଥାଏ । ସେମାନେ ୩ଟି ସିଫ୍ଟରେ ଦିନରାତି କାର୍ଯ୍ୟ କରନ୍ତି ।ଏହାଛଡ଼ା, ଏହି ସୁରକ୍ଷା ବ୍ୟବସ୍ଥା ମିଳିଥିବା ବ୍ୟକ୍ତିଙ୍କ ବାସଭବନରେ ୫ଜଣସଶସ୍ତ୍ର ପ୍ରହରୀଙ୍କୁ ମୁତୟନ କରାଯାଇଥାଏ । ସୂଚନାଯୋଗ୍ୟ, ଶାହାରୁଖ୍ଖାନ୍ଙ୍କ ଅଭିନୀତ ଚଳଚ୍ଚିତ୍ର “ଯବାନ୍’ ବିଶ୍ୱବ୍ୟାପୀ “ବକ୍ସ୍ଅଫିସ୍’ରେ୧୧୦୩.୨୭ କୋଟି ଟଙ୍କା ଉପାର୍ଜନ କରିସାରିଥିବା କଥା ସମ୍ପ୍ରତି “ରେଡ୍ଚିଲିଜ୍ ଏଣ୍ଟଇଣ୍ଟଟେନ୍ମେଣ୍ଟ’ ଘୋଷଣା କରିଛି ।

Leave A Reply

Your email address will not be published.