ଅଭିନେତ୍ରୀ ଭୈରବୀଙ୍କ ପରଲୋକ

0 70

ନୂଆଦିଲ୍ଲୀ,୧୩ା୧୦:ଟେଲିଭିଜନ ତଥା ଚଳଚ୍ଚିତ୍ରଦୁନିଆରୁ ଏକ ଦୁଃଖଦ ଖବରସାମ୍ନାକୁ ଆସିଛି । ଉଭୟଟେଲି ଓ ଚଳଚ୍ଚିତ୍ର ଜଗତରଜଣାଶୁଣା ଅଭିନେତ୍ରୀଭୈରବୀ ବୈଦ୍ୟାଙ୍କ ୬୭ବର୍ଷବୟସରେ ମୃତ୍ୟୁ ହୋଇଛି ।ଅଭିନେତ୍ରୀଙ୍କ କୋ-ଷ୍ଟାରସୁରଭି ଦାସ ଏହି ଦୁଃଖଦଖବର ବିଷୟରେ ସୂଚନାଦେଇଛନ୍ତି । ସୁରଭି ଓ ଭୈରବୀ ଏକାଠି “ନିମା ଡେନଜୋଙ୍ଗପା’ରେ କାମକରିଥିଲେ । କୁହଯାଉଛି କି ଅଭିନେତ୍ରୀ କିଛିବର୍ଷ ହେଲା କର୍କଟରେ ପୀଡ଼ିତଥିଲେ । ଏଥିପାଇଁ ତାଙ୍କ ଚିକିତ୍ସା ବି ·ଲିଥିଲା । ଚିକିତ୍ସାଧୀନ ଅବସ୍ଥାରେଭୈରବୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ । ଅଭିନେତ୍ରୀଙ୍କମୃତ୍ୟୁ ଖବର ପାଇବା ପରେ ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି । ଭୈରବୀ ବୈଦ୍ୟାଙ୍କ ସହ କାମ କରିଥିବା ଅଭିନେତା ଓଅଭିନେତ୍ରୀମାନେ ନିଜରନଜର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାରକରୁଛନ୍ତି । ଭୈରବୀ ପ୍ରାୟ ୪୫ବର୍ଷ ହେବ ଚଳଚ୍ଚିତ୍ର ଜଗତରେ କାମ କରିଛନ୍ତି ।ଭୈରବୀ ସିନେମା “ତାଲ’ ସହିତ ବଡ଼ ପରଦାରେ ଅଭିନୟ ଜୀବନ ଆରମ୍ଭକରିଥିଲେ । ଏହାପରେ ତାଙ୍କୁ ସୁପରଷ୍ଟାର ସଲମାନ ଖାନଙ୍କ ସିନେମା “ଚୋରୀଚୋରୀଚୁପକେ ଚୁପକେ’ରେ ଦେଖିବାକୁ ମିଳିଥିଲା । ଅଧିକାଂଶ ପ୍ରୋଜେକ୍ଟରେଭୈରବୀଙ୍କୁ ମା’ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିଛି । ସେତାଙ୍କ ଅଭିନୟକୁ ଖୁବ ସୁନ୍ଦର ଓ ଜୀବନ୍ତ ଭାବେ ପ୍ରଦର୍ଶନ କରିଥାଆନ୍ତି ।ଯାହାକି ଦର୍ଶକଙ୍କୁ ଦେଖିବା ପାଇଁ ବାନ୍ଧି ରଖିଥାଏ । ଭୈରବୀ ଅଭିନେତ୍ରୀହେଲେ ମଧ୍ୟ ତାଙ୍କ ଜୀବନଶେଳୀ ପୂରାପୂରି ସାଧାରଣୟ ସେ ପ୍ରତ୍ୟେକଲୋକଙ୍କୁ ସହଜରେ ବିଶ୍ୱାସ କରିବା ସହିତ ଶୀଘ୍ର ମିଶି ଯାଇଥାଆନ୍ତି ।

Leave A Reply

Your email address will not be published.