ନଭେମ୍ବର ୨୭ର ୁ ଐତହି ।ସକି ବାଲଯି ତା୍ର ଏଥର ୮ ଦନି ·ଲବି ବାଲଯି ।ତା୍ର

0 53

କଟକ, (ଡିକେ ନୁ୍ୟଜ୍): ଆସନ୍ତାନଭେମ୍ବର ୨୭ରୁ ଐତିହାସିକ କଟକବାଲିଯାତ୍ରା ଅନୁଷ୍ଠିତ ହେବ । ବାଲିଯାତ୍ରାନେଇ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତିବୈଠକରେ ଶୁକ୍ରବାର ଏହି ନିଷ୍ପତ୍ତିନିଆଯାଇଛି । ଚଳିତ ବର୍ଷ ନଭେମ୍ବର୨୭ ତାରିଖରୁ ଡିସେମ୍ବର ୪ ପର୍ଯ୍ୟନ୍ତ୮ ଦିନ ଧରି ·ଲିବ ଐତିହାସିକବାଲିଯାତ୍ରା । ବିଗତ ବର୍ଷ ତୁଳନାରେଚଳିତ ବର୍ଷର ବାଲିଯାତ୍ରାକୁ ଅଧିକଚିତାକର୍ଷକ, ସୁରକ୍ଷିତ ଓ ଜନାଦୃତକରିବା ସହ ଉତ୍ତମ ସମନ୍ୱୟ ରକ୍ଷାକରିବା ଉପରେ ଗୁରୁତ୍ୱାରୋପ ପୂର୍ବକଚଳିତ ବାଲିଯାତ୍ରାର ପ୍ରଥମ ଆଭାସୀପ୍ରସ୍ତୁତି ବୈଠକରେ ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତାକରି ଉପରୋକ୍ତ ବିଷୟ ପ୍ରକାଶକରିଛନ୍ତି । ଏସହ ସମ୍ପୃକ୍ତ ସମସ୍ତ କାର୍ଯ୍ୟସମ୍ପୃକ୍ତ ବିଭାଗ ଓ ବିଭାଗୀୟ କାଯ୍ୟାଳୟ,ରାଜ୍ୟ ସରକାରଙ୍କ ସାଧାରଣ ଆର୍ଥିକନିୟମାବଳୀ ଅନୁପାଳନ ପୂର୍ବକ
ସମ୍ପାଦନ କରିବା ସହ ପରସ୍ପର ମଧ୍ୟରେସମନ୍ୱୟ ରକ୍ଷା କରିବାକୁ ସେ ପରାମର୍ଶଦେଇଛନ୍ତି । ସେମାନଙ୍କୁ ନ୍ୟସ୍ତକରାଯାଇଥିବା ଦାୟିତ୍ୱ ସୂ·ରୁରୂପେପରି·ଳନା କଲେ ତାହା ବାଲିଯାତ୍ରାକୁଏକ ଉକ୍ରୃଷ୍ଟ ସଫଳ ଆୟୋଜନରପରିଚୟ ଦେବ । କଟକ ମହାନଗର
ନିଗମ ମେୟର ସୁବାସ ଚନ୍ଦ୍ର ସିଂହବୈଠକରେ ଯୋଗଦେଇ ଏଭଳିବୈଠକର ଯଥେଷ୍ଟ ଆବଶ୍ୟକତା ଥିଲା ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତାପ୍ରଦାନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ପତ୍ରଦ୍ୱରା ଅନୁରୋଧ କରିଥିଲେ । ବିଗତବାଲିଯାତ୍ରା ସମୟରେ ଇଣ୍ଡୋନେସିଆରବାଲିଦ୍ୱୀପରେ ଉପସ୍ଥିତଥିବା ପ୍ରଧାନମନ୍ତ୍ରୀକଟକ ବାଲିଯାତ୍ରାର ଅବତାରଣା କରିଭୂୟସୀ ପ୍ରଶଂସା କରିଥିଲେ । କଟକମହାନଗର ନିଗମ ପକ୍ଷରୁଛାତ୍ରଛାତ୍ରୀମାନଙ୍କ ଦ୍ୱାରା “କାଗଜ ଡଙ୍ଗାତିଆରି କାଯ୍ୟକ୍ରମ’ ଗିନିଜ୍ ବୁକ୍ ଅଫୱାଲ୍ଡ ରେକର୍ଡରେ ସ୍ଥାନୀତ ହୋଇଥିବାଏବଂ କଟକ ମହାନଗର ନିଗମରଆୟୁକ୍ତ ନିଖିଲ ପୱନ କଲ୍ୟାଣବାଲିଯାତ୍ରା ସମ୍ବନ୍ଧିତ ସମସ୍ତ କାର୍ଯ୍ୟକୁସୁ·ରୂରୂପେ ପରି·ଳନା କରିବା, ଏକଆନନ୍ଦର ବିଷୟ । ଚଳିତ ବାଲିଯାତ୍ରାକୁଅଧିକରୁ ଅଧିକ ଆକର୍ଷଣୀୟ କରିବା
ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବବୋଲି ସେ ମତବ୍ୟକ୍ତ କରିଥିଲେ ।ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡଃଭବାନୀ ଶଙ୍କର ଚୟନୀଙ୍କ ଦ୍ୱାରା ଆହୂତଏହି ବୈଠକରେ ଅଧ୍ୟକ୍ଷ କଟକଉତ୍ତୟନ କର୍ତ୍ତୃପକ୍ଷ ଅନୀଲ କୁମାରସାମଲ ବିଗତ ବର୍ଷର ଅନୁଭବକୁପାଥେୟ କରି ଚଳିତ ବର୍ଷ ବାଲିଯାତ୍ରାକୁଅଧିକ ସରସ ସୁନ୍ଦର ଭାବରେ ସଂଗଠିତକରିବା ନିମନ୍ତେ ସମ୍ପୃକ୍ତ ସମସ୍ତ ବିଭାଗତତ୍ପରତାର ସହିତ କାର୍ଯ୍ୟ ସମ୍ପାଦନକରିବେ ବୋଲି ଦୃଢ ଆଶା ପୋଷଣକରିଥିଲେ । ନିରବଚ୍ଛିନ୍ନ, ସୁରକ୍ଷିତ ଓଦେୟମୁକ୍ତ ବିଦ୍ୟୁତ ଯୋଗାଣ ଦିଗରେଟିପିସିଓଡିଏଲ କର୍ତ୍ତୃପକ୍ଷ ପଦକ୍ଷେପଗ୍ରହଣ କରିବାକୁ ସେ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ସାହୁଙ୍କର ଦୃଷ୍ଟିଆକର୍ଷଣ କରିଥିଲେ । ବୈଠକରେକେନ୍ଦ୍ରାଞ୍ଚଳ ଆରଡିସି ଡକ୍ଟର ସୁରେଶଚନ୍ଦ୍ର ଦଳାଇ ଯୋଗଦେଇ ବିଗତ ବର୍ଷଭଳି ଚଳିତ ବର୍ଷ ସମ୍ପୃକ୍ତ ସମସ୍ତେ ନିଜନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁ·ରୁରୂପେସମ୍ପାଦନ କରିବା ସହ ବାଲିଯାତ୍ରାକୁନୂତନ ଢଙ୍ଗରେ, ଶୃଙ୍ଖଳିତ ଭାବରେସଂଗଠିତ କରି ଏକ ନୂତନ ଅଧ୍ୟାୟ ସୃଷ୍ଟିକରିବା ସଙ୍ଗେ ସଙ୍ଗେ ବାଲିଯାତ୍ରାରଐତିହ୍ୟକୁ ଉଦଭାସିତ କରିବେବୋଲି ଆଶା ପ୍ରକାଶ କରିଥିଲେ ।ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲାମାଜିଷ୍ଟ୍ରେଟ ଡଃ ଭବାନୀ ଶଙ୍କରଚୟନୀ ରାସ୍ତାଘାଟ ମରାମତି,ବାଲିଯାତ୍ରା ପଡ଼ିଆର ଭିତିଭୂମି,ୱାଟକୋ ଦ୍ୱାରା ପାନୀୟଜଳଯୋଗାଣ, ଟିପିସିଓଡିଏଲ ଦ୍ୱାରାଆଲୋକିକରଣ, ଓରମାସଆନୁକୂଲ୍ୟରେ ପଲ୍ଲିଶ୍ରୀ ମେଳାଆୟୋଜନ ଓ ଷ୍ଟଲ ସଂଖ୍ୟା ୪୦୦କୁବୃଦ୍ଧି କରିବା, ପର୍ଯ୍ୟଟନ ବିଭାଗ ପକ୍ଷରୁବାଲିଯାତ୍ରକୁ ପର୍ଯ୍ୟଟନ ପଞ୍ଜିକାରେସ୍ଥାନୀତ କରିବା ଓ ସୂଚନା ଓଲୋକସଂପର୍କ ବିଭାଗ ଦ୍ୱାରା ମୁଦ୍ରିତଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେବିଜ୍ଞାପନ ମାଧ୍ୟମରେ ଏହାର ବ୍ୟାପକପ୍ର·ର ପ୍ରସାର ଏବଂ ଏହି ଉତ୍ସବକୁଜାତୀୟସ୍ତରୀୟ ମାନ୍ୟତା ପ୍ରଦାନନିମନ୍ତେ ହେଉଥିବା ଉଦ୍ୟମକୁ ଦୃଷ୍ଟିରେରଖ୍ ଲୋକସଂପର୍କ ବିଭାଗ ପକ୍ଷରୁରାଜ୍ୟସ୍ତରୀୟ ଗଣମାଧ୍ୟମପ୍ରତିନିଧୁମାନଙ୍କୁ ନେଇ ଏକ ସଞ୍ଚାଳିତଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରିବାନିମନ୍ତେ ସେ ଅତିରିକ୍ତ ମୁଖ୍ୟ ଶାସନସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନରଶ୍ରୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ତେବେ ବିଶାଳ ଆୟୋଜନକୁ ଦୃଷ୍ଟିରେରଖୁ ଆର୍ଥିକ ଅନୁଦାନକୁ ଏଥି ନିମନ୍ତେବୃଦ୍ଧି କରିବା ଲାଗି ସେ ଅନୁରୋଧକରିଥିଲେ । ସଂଗଠିତ କ୍ଷେତ୍ରରୁ ଅଧିକଯୋଗଦାନକୁ ପ୍ରୋତ୍ସାହିତ କରିବାରଆବଶ୍ୟକତା ରହିଛି ବୋଲି ଡଃ ଚୟନୀପ୍ରକାଶ କରିଥିଲେ । ଡିସିପି ପିନାକ ମିଶ୍ରବୈଠକରେ ଯୋଗଦେଇ କହିଲେଯେ, ଲକ୍ଷ ଲକ୍ଷ ଦର୍ଶକ ଏହି ବାଲିଯାତ୍ରାକୁଆଗମନ କରୁଥିବା ହେତୁ ଏହାକୁଦୃଷ୍ଟିରେ ରଖ୍ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢକରାଯିବା ସହ ଘଟଣାମୁକ୍ତ ବାଲିଯାତ୍ରାସଂଗଠିତ କରାଇବା ପାଇଁ ସମସ୍ତପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ।ଗାଡିରହଣୀସ୍ଥଳ ଚିହ୍ନଟ, ଯାନବାହାନନିୟନ୍ତ୍ରଣ ଓ ୱାଚ ଟାୱାର ନିର୍ମାଣକୁପ୍ରାଧାନ୍ୟ ଦିଆଯିବା ସହଆବଶ୍ୟକସ୍ଥଳେ ଅତିରିକ୍ତ ଫୋର୍ସନିୟୋଜନ କରିବାକୁ ଲକ୍ଷ୍ୟରଖାଯାଇଛି ଓ ବିଗତ ବର୍ଷର ଅଭିଜ୍ଞତାଏ ଦିଗରେ ସହାୟକ ହେବ ବୋଲି ସେକହିଥିଲେ । ଅନ୍ୟମାନଙ୍କ ମଧ୍ୟରେଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଏବଂରାଜସ୍ ଉମାକାନ୍ତ ରାଜ୍, ମୁଖ୍ୟ ଉନ୍ନୟନଅଧିକାରୀ ତଥା ନିର୍ବାହୀ ଅଧିକାରୀଜିଲ୍ଲା ପରିଷଦ କଟକ ସୁବାସ ଚନ୍ଦ୍ରରାୟ, ଉପନିଦେ୍ର୍ଦଶକ ତଥା ଜିଲ୍ଲାସୂଚନା ଓ ଲୋକସଂପର୍କ ଅଧିକାରୀଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଡାକ୍ତର ମକରନ୍ଦ ବେଉରା,ତହସିଲଦାର ବାରଙ୍ଗ ସଙ୍କଳ୍ପ ସ୍ୱସ୍ତିକସାହୁ, ତହସିଲଦାର କଟକ ସଦରସୁଜୟ କୁମାର ପତି ଓ ଜିଲ୍ଲାସଂସ୍କୃତି ଅଧ୍ୱକାରୀ ନଳିନୀକାନ୍ତସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.