ଇସିସି ବିଶ୍ୱକପରସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚରେପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛିଟିମ ଇଣ୍ଡିଆ

0 88

ଅହମଦାବାଦ,୧୪ା୧୦ : ଆଇସିସି ବିଶ୍ୱକପରସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚରେପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛିଟିମ ଇଣ୍ଡିଆ । ଏହା ସହିତ ବିଶ୍ୱକପରେପାକିସ୍ତାନ ବିରୋଧରେ ଭାରତର ଅଜେୟରେକର୍ଡ ବଜାୟ ରହିଛି । ଦିନିକିଆବିଶ୍ୱକପରେ ଭାରତ ଓ ପାକିସ୍ତାନମଧ୍ୟରେ ୮ ଥର ମୁକାବିଲାହୋଇଥିବାବେଳେ ଭାରତ ୮ଟି ଯାକମ୍ୟାଚରେ ବିଜୟ ହାସଲ କରିଛି । ଏହିମ୍ୟାଚରେ ପାକିସ୍ତାନ ଭାରତ ଆଗରେ୧୯୨ ରନର ଲକ୍ଷ୍ୟ ରଖିଥିଲା । ଏହିଲକ୍ଷ୍ୟକୁ ଭାରତ ୪୩ ତମ ଓଭରରେ ୩ଟିୱିକେଟ ହରାଇ ହାସଲ କରି ନେଇଥିଲା ।ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣକରିଥିଲେ ଅଧିନାୟକ ରୋହିତ ଶର୍ମା । ସେ ୬୩ଟିବଲରୁ ୬ ଛକା, ୬ ଚୌକା ସହ ୮୬ ରନକରିଥିଲେ । ଶ୍ରେୟସ ଆୟର ଅପରାଜିତ ଅର୍ଦ୍ଧଶତକ୫୩ ରନ ହାସଲ କରି ଦଳ ପାଇଁ ବିଜୟଆଣିଦେଇଥିଲେ । ଏହି ମ୍ୟାଚରେ ଭାରତ ଟସ ଜିତିପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତିକୁ ଅନେକବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ ବି ଭାରତୀୟବୋଲରମାନେ ତାହାକୁ ଠିକ ବୋଲି ପ୍ରମାଣିତ କରିଗୋଟିକ ପରେ ଗୋଟିଏ ୱିକେଟ ନେଇ·ଲିଥିଲେ ।ପାକିସ୍ତାନର ଆଗଧାଡ଼ିର ୪ ଜଣ ବ୍ୟାଟ୍ସମ୍ୟାନ ଭଲବ୍ୟାଟିଂ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ ।ବିଶେଷକରି ବାବର ଆଜମ୍ ଓ ମହମ୍ମଦ ରିଜୱାନଲଢୁଆ ବ୍ୟାଟିଂ କରି ଏକ ଭଲ ପାର୍ଟନରସିପ କରିଭାରତୀୟ ଶିବିରରେ ଚିନ୍ତା ଉଦ୍ରେକ କରାଇଥିଲେ ।ବାବର ୫୦ ରନ କରିଥିବାବେଳେ ରିଜୱାନ ୪୯ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟହେବା ପରେ ସ୍ଥିତି ବଦଳିଯାଇଥିଲା । ଭାରତୀୟବୋଲରମାନେ ଘାତକ ବୋଲିଂ ଫଳରେ ପାକିସ୍ତାନରମଧ୍ୟକ୍ରମ ଓ ନିମ୍ନକ୍ରମ ଭୁସୁଡ଼ି ପଡ଼ିଥିଲା ଓ ପାକିସ୍ତାନ୧୯୧ରନରେ ଅଲଆଉଟ ହୋଇଯାଇଥିଲା ।ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ,କୁଳଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ରଜାଦେଜା ୨ଟି ଲେଖାଏଁ ୱିକେଟ ନେଇଥିଲେ ।

Leave A Reply

Your email address will not be published.