ମହିଳାଙ୍କ ରକ୍ତହୀନତା ସମସ୍ୟା

0 83

ସୁସ୍ଥ ସମାଜ ଗଠନରେ ମହିଳାଙ୍କର ସ୍ୱାସ୍ଥ୍ୟ ଚିନ୍ତା ଆମ ସମସ୍ତଙ୍କୁ ନିହାତି କରିବାକୁ ହେବ । ଆମ ରାଜ୍ୟରେ ଏବେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ରକ୍ତହୀନତା ସମସ୍ୟା ବଢ଼ି ବଢ଼ି ଚାଲିଛି । କେନ୍ଦ୍ର ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ( ଏନ୍ଏ ଫ୍ ଏଚ୍ ଏସ୍ ) ସସ୍ଥା ନିକଟ ଅତୀତରେ ଏକ ଅନୁଶୀଳନାତ୍ମକ ରକ୍ତହୀନତାର ସ୍ଥିତି ପରୀକ୍ଷା ମୁଳକ ସର୍ବେକ୍ଷଣ ଅନୁସାରେ ଆମ ରାଜ୍ୟ ଓଡ଼ିଶାର ଉଭୟ ଗର୍ଭବତୀ ତଥା ସ୍ତନ୍ୟପାନ କରାଉଥିବା ମହିଳାମାନଙ୍ରକ୍ତହୀନତା ସ୍ଥିତି ଉଦବେଗ ଜନକ ବିଷୟ ବୋଲି ଜଣାପଡିଛି । ଏହି ଜାତୀୟ ସର୍ବେକ୍ଷଣ ଅନୁସାରେ ଓଡ଼ିଶାର ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ହାର ଶତକଡ଼ା ୬୦ ପ୍ରତିଶତରୁ ଅଧିକ ରହିଥିବା ରହିଥିବା ରିପୋର୍ଟ ପ୍ରକାଶ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଗତବର୍ଷ ନଭେମ୍ବର,୨୦୨୨ ରୁ ଚଳିତ ୨୦୨୩ ବର୍ଷର ଗତ ମେ ମାସ ମଧ୍ୟରେ ଆମ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହିପରି କରାଯାଇଥିବା ଏକ ସର୍ବେକ୍ଷଣ ଉପରୋକ୍ତ ସମସ୍ୟାର ଗମ୍ଭିରତାକୁ ମଧ୍ୟ ପ୍ରତିପାଦନ କରିଥିଲା । ଉପରୋକ୍ତ ରାଜ୍ୟ ସ୍ତରୀୟ ଏହି ସର୍ବେକ୍ଷଣ ଅନୁସାରେ ସାରା ରାଜ୍ୟରେ ମୋଟ ୭୦ ଲକ୍ଷ,୪୯ ହଜାର, ୮୨୫ ଜଣ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ରକ୍ତ ପରୀକ୍ଷା କରାଯାଇ ଏକ ଅନୁଶୀଳନ କରାଯାଇ ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ଏହି ରିପୋର୍ଟରେ ପ୍ରାୟ ମୋଟ ୩୫ ଲକ୍ଷ ୧୭ ହଜାର ୧୦୫ ଜଣଙ୍କ ଠାରେ ବିଭିନ୍ନ ସ୍ତରରେ ରକ୍ତହୀନତାର ସମସ୍ୟା ରହିଥିବା ଉକ୍ତ ରକ୍ତ ପରୀକ୍ଷଣ ରୁ ସୂଚନା ମିଳିଥିଲା । ଏହା ମୋଟ ପରୀକ୍ଷଣର ୪୯.୯ ପ୍ରତିଶତ ରକ୍ତହୀନତା ସମସ୍ୟାକୁ ସୂଚାଇ ଦେଉଛି । ଏଥିରେ ମୋଟ ୪୩ ହଜାରରୁ ଉଦ୍ଧ୍ୱର୍ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ରକ୍ତହୀନତାରେ ଗୁରୁତର ସ୍ଥିତି ରେ ରହିଥିବା ରିପୋର୍ଟରୁ ପ୍ରକାଶ । କେବଳ ସେତିକି ନୁହେଁ, ୪ର୍ଥ ଓ ୫ ମଏନ୍ଏଫ୍ ଏଚ୍ଏସ୍ର ଏହି ସର୍ବେକ୍ଷଣରେ ଏହି ହାର ଯଥାକ୍ରମେ ୪୭.୬ ଓ ୬୧.୮ ଶତକଡ଼ା ରହିଥିବା ସୂଚନା ମିଳିଛି । ଅନ୍ୟ ସ୍ତରରେ ୧୦ ବର୍ଷରୁ ୧୯ ବର୍ଷ ମଧ୍ୟରେ ୪୭.୯ ରାଜ୍ୟର ବାଳିକା ମଧ୍ୟ ଏହିପରି ରକ୍ତହୀନତାର ଶିକାର ଅଛନ୍ତି । ଏହି ପରୀକ୍ଷାରେ ସ୍କୁଲ ଛାଡ଼ିଥିବା ୧୦ ରୁ ୧୯ ବର୍ଷର ଛାତ୍ରୀଙ୍କ ସ୍ଥିତି ବିଶେଷଉଦବେଗଜନକ ବିଷୟ ବୋଲି ଜଣାପଡିଛି । ସେହିପରି ମୋଟ ୩୨ ଲକ୍ଷ ୫୯ ହଜାର ୪୩ ଛାତ୍ରୀଙ୍କ ରକ୍ତ ପରୀକ୍ଷାରୁ ଶତକଡା ପ୍ରାୟ ୫୯.୯% ରକ୍ତହୀନତାରେ ପୀଡ଼ିତ ରହିଥିବା ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ, ଆମର ସମାଜର ସହଭାଗୀ ମହିଳା ସମୂହଙ୍କ ମଧ୍ୟରୁ ଯଦି ଏତେ ସଖ୍ୟାରେ ଶିଶୁମାତ୍ତୃ ଗୋଷ୍ଠୀ ମହିଳା ସଦସ୍ୟ ରକ୍ତହୀନତାରେ ପୀଡ଼ିତ ରହିବେ, ତେବେ ସେମାନଙ୍କ ଭବିଷ୍ୟତ ଜୀବନ ରୁଗଣ ହୋଇଯିବା ଅବସ୍ୟମ୍ଭାବୀ ଅଟେ । ସେମାନଙ୍କ ବିବାହ ପୂର୍ବରୁ ଆପଣା ସ୍ୱାସ୍ଥ୍ୟ ସୁରକ୍ଷା ତଥା ବିବାହ ପରବର୍ତ୍ତୀ ନିଜର ତଥା ଭାବି ଶଧରର କିପରି ଉନ୍ନତ ସ୍ୱାସ୍ଥ୍ୟ ବଜାୟ ରଖିବାକୁ ସମର୍ଥ ହୋଇପାରିବେ ବୋଲି ଆଶଙ୍କା ପ୍ରକାଶ ପାଉଛି । ରକ୍ତହୀନତାରେ ପୀଡ଼ିତ ଅସହାୟ ମହିଳାଟିଏ ସୁସ୍ଥ ପରିବାର ଗଠନରେ କିପରି ସମର୍ଥ ହୋଇପାରିବେ ବୋଲି ସ୍ୱାସ୍ଥ୍ୟ ସଚେତନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସେହି ଅସୁସ୍ଥ ମହିଳାଟି କିପରି ସୁସ୍ଥ ଶିଶୁଟିଏ ଜନ୍ମ ଦେଇପାରିବ ? ଏକ୍ଷେତ୍ରରେ ସେହି ଜନ୍ମିତ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥାରେ କିଭଳି ରକ୍ତହୀନତା ସମସ୍ୟା ଆସି ଦେଖାନଦେବ !? ଏଠାରେ ଉଲ୍ଲେଖଯୋଗ୍ୟ, ଆମ ରାଜ୍ୟ ଓଡ଼ିଶାରେ ସରକାର ଶିଶୁ ଓ ଗର୍ଭବତୀ ମହିଳାଙ୍କ ଆବଶ୍ୟକ ପୋଷଣ ଓ ରକ୍ତହୀନତାର ଅଭାବ ଦୂର କରିବାକୁ ମମତା ଯୋଜନାରେ ଜନନୀ ସୁରକ୍ଷା ଯୋଜନା ଭଳି ବିଭିନ୍ନ ଶିଶୁ ମାତୃ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ଏହାର ସଫଳ ରୁପାୟନ ପାଇଁ କୋଟି କୋଟି ଅର୍ଥ ବିନିଯୋଗ କରୁଛନ୍ତି । ଗତବର୍ଷ ସାରା ରାଜ୍ୟରେ ରକ୍ତ ହୀନତା ଦୂର ନିମନ୍ତେ ଏନେମିଆ ମୁକ୍ତି ଲକ୍ଷ୍ୟ ଅଭିଯାନ ବା ଅମ୍ଳାନ ଯୋଜନା କାର୍ଯ୍ୟକାରୀ କରିଥିବା ପ୍ରକାଶ । ରାଜ୍ୟର ମୋଟ ୫୫ ହଜାରରୁ ଉଦ୍ଧ୍ୱର୍ ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ସ୍କୁଲ ତଥା ୭୪ ହଜାରରୁ ଉଦ୍ଧ୍ୱର୍ ଅଗନବାଡି କେନ୍ଦ୍ରରେ ଅମ୍ଳାନ ଯୋଜନା କାର୍ଯ୍ୟକାରୀ ହେଉଥିବା ପ୍ରକାଶ । ଏଥିରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ନିୟମିତ ଚିକିତ୍ସା ସହାୟତା ସହ ରକ୍ତହୀନତାର ପରୀକ୍ଷା ସମେତ ସମସ୍ୟାର ସମାଧାନ ପାଇଁ ନୈଦାନିକ ଚିକିତ୍ସା ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ହେଲେ କାହିଁକି ଆଶାନୁରୂପ ଯଥେଷ୍ଟ ସଫଳତା ହାସଲ ହୋଇପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ । ଅଣ ଆନୁଷ୍ଠାନିକ ଭାବେ ଏହି ଲେଖକଙ୍କ ପକ୍ଷରୁ ବିଭିନ୍ନ ସ୍ଥାନ କାଳ ପାତ୍ରଙ୍କ ସହିତ କଥା ବାର୍ତ୍ତାଛଳରେ ଅନେକ ତଥ୍ୟ ମିଳିଥିବାପ୍ରକାଶ । ଏକ ଅନୁଶୀଳନରୁ ଜଣାଯାଇଛି ଯେ, ସରକାରୀ ସ୍ତରରେ କାର୍ଯ୍ୟକାରୀ କରାଯାଉଥିବା ଏହି ବାବଦରେ ବିଭିତ୍ତ ଯୋଜନାର ତୃଣମୂଳ ସ୍ତରରେ ଆବଶ୍ୟକ ରୁପାୟନ ପାଇଁ ନିଯୁକ୍ତି ଉପରୁ ତଳ ଯାଏଁ ଅବସ୍ଥାପିତ ଅନେକ ବିଭାଗୀୟ କର୍ମୀ ସହାୟିକା ମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହୁଛି । ସେହିପରି ରକ୍ତହୀନତା ଦୂର ପାଇଁ ସରକାରୀ ଟେଣ୍ଡରରେ ଯୋଗାଣ ହେଉଥିବା ସାଧାରଣ କପାନୀ ପ୍ରସ୍ତୁତ (ଭିଟାମିନ, ଆଇରନ ବଟିକା) ଔଷଧର ଗୁଣବତ୍ତା ସଠିକ୍ ନୁହେଁ ତଥା ସ୍ୱାସ୍ଥ୍ୟ ଉପଯୋଗୀତାରେ ଫଳପ୍ରଦ ନୁହେଁ ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ
ସୃଷ୍ଟି ହେଉଛି । ଏହାକୁ ଉଭୟ ଶିଶୁ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ରକ୍ତହୀନତା ଦୂର କରିବା ପାଇଁ ବିଶେଷ ସହାୟକ ହେଉନଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏହାର ତନାଘନା ମଧ୍ୟ ଆବଶ୍ୟକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ମହିଳା ମାନେ ଆପଣା ତଥା ନିଜ ଶିଶୁର ସ୍ୱାସ୍ଥ୍ୟ ରକ୍ଷା କରିବା ଦିଗରେ ନିଜ ପରିବାର ମଧ୍ୟରେ ସ୍ଥାନ କାଳପାତ୍ର ବିଶେଷରେ ଅନେକାଂଶରେ ଅବହେଳିତ । ସକଳ ଖଟଣୀର ଚାପ ମଧ୍ୟରେ ମହିଳା ଟିଏ ଆପଣା ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଚିନ୍ତା କରୁଥିଲେ ମଧ୍ୟ ପରିବେଶ ଅନୁକୂଳ ସମୟ ପାଇନପାରି ଚୁପ ରହିଯାଇଥାଏ । ସେବାକାରିଣୀ, ମାତୃବ୍ରିପିଣୀ, ସହୋଦରା ରୂପୀ ମହିଳା ମନକୁ ବୁଝି ତାର ସ୍ୱାସ୍ଥ୍ୟ ସେବା ପାଇଁ ଆମେ ପରିବାରରେ ବାକି ସଦସ୍ୟ ମନପ୍ରାଣ ଲଗାଇ ଶ୍ରଦ୍ଧା ପ୍ରଦାନ କରିପାରିଲେ ମହିଳାଟିଏ ସୁସ୍ଥ ରହି ଅନ୍ୟର ସୁସ୍ଥ ତାର କାରଣ ହୋଇପାରିବ । ସାରାଦିନ ଖଟଣୀ ପରେ ମହିଳା ବିଶେଷକରି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ନିୟମିତ ସୁଷମ ଖାଦ୍ୟ ପ୍ରତିପୋଷଣ ଓ ଆବଶ୍ୟକ ବିଶ୍ରାମ ଯୋଗାଇ ଦେବାକୁ ପ୍ରତି ପରିବାରର ବରିଷ୍ଠ ତଥା ଅନ୍ୟାନ୍ୟ ସଦସ୍ୟ ସହଯୋଗର ହାତ ବଢ଼ାଇବା ଆବଶ୍ୟକ । କୁପୋଷିତ ଗର୍ଭବତୀ ମହିଳାଟିଏ କେବେ ମଧ୍ୟ ସୁସ୍ଥ ସନ୍ତାନଟିଏର ସୁସ୍ଥ ଜନନୀ ହୋଇପାରିବ ନାହିଁ । ଘରର ପୁରୁଷ ଓ ମୁରୀମାନେ ଆପଣା ସମନ୍ୱିତ ପରିଶ୍ରମ ଜରିଆରେ ନିଜ ନିଜର ବାରିରେ ଶାଗ, ମୁଗ,
ପନିପରିବା ଲଗାଇ ଆପଣା ପରିବାରରେ ପୁଷ୍ଟିସାର ଅଭାବ ମେଣ୍ଟାଇ ପାରିବେ । ଆଜିକାଲି ସବୁଜ ପନିପରିବା ଖାଇବା ଦୂରେ ଥାଉ, ସୌକିନ ଦେଖାଇ ବଜାର ଘାଟରେ ତେଲଛଣା ଜିନିଷ ସମେତ ଗୁପଚୁପ, ଦହିବରା ଆଳୁ ଦମ, ଆଧୁନିକମୋମୋ, ପିଜା, ବର୍ଗର ଆଦି ଇନଷ୍ଟାଣ୍ଟ ଫୁଡ୍ ସ୍ତରର ପାଟି ଟକଳା ତଥା ତ୍ୱରିତ ଖାଦ୍ୟକୁ ଆଜିକାଲି ର ଯୁ ସମାଜ ବିଶେଷ କରି କିଶୋରୀ, ଯୁବା, ମହିଳାଙ୍କର ଭାରି ପସନ୍ଦ କରିଥାନ୍ତି । ରାଗ ଲୁଣି କଟୁ ମିଶ୍ରିତ ଖାଦ୍ୟ ଗ୍ରହଣସମୟରେ ଜିହ୍ୱା ଲାଳସା ମେଣ୍ଟାଇ ସାମୟିକ ସନ୍ତୁଷ୍ଟି ଦେଇପାରେ, ହେଲେ ଏହା କେବେ ଶରୀର ପୁଷ୍ଟି ନିମିତ୍ତ ସୁଷମା ଖାଦ୍ୟ ପ୍ରତିପୋଷଣ ଯୁକ୍ତ ନୁହେଁ । ଆଧୁନିକ ଜୀବନ ଚର୍ଯ୍ୟା ମଧ୍ୟରେ ମହିଳା ସମାଜ କୁପୋଷଣର ଶିକାର ହୋଇରକ୍ତହୀନତାରେ ପୀଡ଼ିତ ହୋଇଥାଆନ୍ତି ।ସ୍ୱାସ୍ଥ୍ୟ ଡଉଲ ଡାଉଲ ହୋଇପାରେ, ହେଲେ ଅନେକ କିଶୋରୀ ଯୁବା, ମହିଳା ଗୋଷ୍ଠୀ ଭିତରେ ଭିତରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ଜର୍ଜରିତ ରହିଥାନ୍ତି । ଏଭଳି ପରିସ୍ଥିତିରେ ରକ୍ତହୀନତାର ଶିକାର ଝିଅଟିଏ ବା ମହିଳାଟିଏ ମାସିକ ଧର୍ମ ଅନୀୟମିତତା ତଥା ଆନୁସାଙ୍ଗିକ ଗାଇନିକ ସମସ୍ୟା ଲାଗି ନାନା ମନସ୍ତାପରେ ମଧ୍ୟ ରହିଥାନ୍ତି । ଆମକୁ ଉଭୟ ପୁରୁଷ ଓ ମହିଳା ସମନ୍ୱୟ ରକ୍ଷା କରି ସୁସ୍ଥ ସମାଜ ଗଠନ ଦିଗରେ ଅଭିପ୍ରେତ ହୋଇ ଆବଶ୍ୟକ ପଦକ୍ଷେପନେବାକୁ ପଡିବ । ଘରର ମହିଳା ସୁସ୍ଥ ସୁଖି ରହିପାରିଲେ ସପରିବାର ସୁଖି ଓ ନିରାପଦ ରହିପାରିବେ । ମହିଳା ସଶକ୍ତିକରଣ ହେବାକୁ ହେଲେ ଆପଣା ସ୍ୱାସ୍ଥ୍ୟ ସଚେତନ ହେବା ଜରୁରୀ । ନଚେତ୍ ସମାଜରେ ଦୁଃସ୍ଥିତି ଆଶଙ୍କା ଲାଗି ରହିବା ସ୍ୱଭାବିକ ।

Leave A Reply

Your email address will not be published.