ଫାଇଲେରିଆ ସର୍ବେକ୍ଷଣ : ୫୧ ଶିଶୁଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ

Filaria survey: collection of blood samples from 51 children

0 57

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ ଅନ୍ତର୍ଗତ ରାଣୀପେଣ୍ଠ ପଞ୍ଚାୟତର ରାଣୀପେଣ୍ଠ ଗ୍ରାମ ସ୍ଥିତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପରିସରରେ ଥିବା ମଣ୍ଡପ ଠାରେ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ଫାଇଲେରିଆ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ୫ ରୁ ୯ ବର୍ଷ ବୟସର ଶିଶୁମାନଙ୍କ ନିମନ୍ତେ ରାତ୍ରି କାଳୀନ ରକ୍ତ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଫାଇଲେରିଆ ରୋଗ ସଂକ୍ରମଣରେ ଯେଉଁ ଜୀବାଣୁ ଯୋଗୁଁ ହୋଇଥାଏ, ତାହା ସନ୍ଧ୍ୟା ଠାରୁ ରାତି ମଧ୍ୟରେ ଅଧିକ ସକ୍ରିୟ ହୋଇଥାଏ । ଅନ୍ୟପକ୍ଷରେ ସଂପୃକ୍ତ ରାଣୀପେଣ୍ଠ ଗ୍ରାମରେ ହାତ ଗଣତି ଭାବେ ଫାଇଲେରିଆ ରୋଗୀ ରହିଥିବା ଯୋଗୁଁ ତାର ସମ୍ଭାବ୍ୟ ପ୍ରଭାବ କାଳେ ରହିଥିବ, ତେଣୁ ରାଣୀପେଣ୍ଠ ଗ୍ରାମରେ ଏହି ନିର୍ଦ୍ଧାରିତ ବୟସର ଶିଶୁମାନଙ୍କ ପାଇଁ ରାତ୍ରିକାଳୀନ ରକ୍ତ ନମୁନା ସଂଗ୍ରହ ଅଭିଯାନ ପାଇଁ ଚିହ୍ନଟ କରା ଯାଇଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ୫ ରୁ ୯ ବର୍ଷ ବୟସର ଶିଶୁମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କ ଦେହରେ ଏହି ଫାଇଲେରିଆ ସଂକ୍ରମଣ ଜୀବାଣୁ ଅଛି ନା ନାହିଁ ତାହା ଜାଣିବା ପାଇଁ ଏହି ଫାଇଲେରିଆ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ରାତ୍ରି କାଳୀନ ରକ୍ତ ନମୁନା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ କରାଯାଉଛି । ଅନ୍ୟପକ୍ଷରେ ସୂଚନା ମୁତାବକ ଜଣାଯାଇଛି ଯେ, ଏଇ ନିକଟ ଭବିଷ୍ୟତରେ ଗଜପତି ଜିଲ୍ଲାରେ ଫାଇଲେରିଆ ରୋଗକୁ ସମୂର୍ଣ୍ଣ ଭାବେ ଲୋପ କରାଯାଇ ଜିଲ୍ଲାକୁ ଫାଇଲେରିଆ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯିବା କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ଏମଡିଏ ତଥା ସମୂହ ଔଷଧ ସେବନ କାର୍ଯ୍ୟକ୍ରମ ପରବର୍ତ୍ତୀ ଏହି ରାତ୍ରି କାଳୀନ ଫାଲେରିଆ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ଗ୍ରାମରେ ସଫଳତାର ସହ ଆଗେଇ •ଲିଥିବା ଜଣାଯାଇଛି । ରାଣୀପେଣ୍ଠ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏହି ରକ୍ତ ନମୂନା ସଂଗ୍ରହ କାର୍ଯ୍ୟକ୍ରମରେ ମୋଟ ୫୧ ଜଣ ଶିଶୁଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ରାଣୀପେଣ୍ଠ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏମଟିଏସ ସ୍ନେହାଶିସ ସାମଲଙ୍କ ନେତୃତ୍ୱରେ ଏଲଟି ଗୋପେଶ୍ୱର ପାଣିଗ୍ରାହୀ ୫୧ ଜଣ ଶିଶୁଙ୍କ ରକ୍ତ ନମୂନା ସଂଗ୍ରହ କରିଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ସୁବାଷ ଚନ୍ଦ୍ର ନାୟକ ଏବଂ ବିଶ୍ୱ ରଞ୍ଜନ ଘଣ୍ଟଙ୍କ ସମେତ ସିଏଚଓ ସ୍ମୃତି ରାଣୀ ସିଂ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରି·ଳନା କରିଥିବା ବେଳେ ତାଙ୍କୁ ଆଶାକର୍ମୀ କେ.ରେଣୁକା, ଆର ସାବିତ୍ରୀ ଏବଂ ଶ୍ରୀମତୀ ଶାନ୍ତିଲତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପରି·ଳନାରେସହଯୋଗ କରିଥିଲେ ।

Leave A Reply

Your email address will not be published.