ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା

Drawing competition on Swami Vivekananda

0 71

ପାରଳାଖେମୁଣ୍ଡି, :ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଶନିବାର ଅପରାହ୍ନରେ ଅନୁଷ୍ଠାନର ସଭାପତି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇସାରିଛି । ସମ୍ପାଦିକା ଅଧ୍ୟାପିକା ସସ୍ମିତା ଦାଶ ପ୍ରାକ୍‌ ସୂଚନା ଦେବାପରେ ଏହି ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗତା କେବଳ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ, ସର୍ବ କନିଷ୍ଠ, କନିଷ୍ଠ, ଏବଂ ବରିଷ୍ଠ ଭିତ୍ତିରେ ଚୟନ କରାଯିବ । ଚଳିତ ମାସ ୧୯ତାରିଖ ରବିବାର ପୂର୍ବାହ୍ନରେ ୧୦ ଘଣ୍ଟାରେ, ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଡ କଲ୍ୟାଣୀ ମିଶ୍ର, ଅରୁପାଞ୍ଜଳି ମହାନ୍ତି, ଅଧ୍ୟକ୍ଷ ମନୋଜ ପଟ୍ଟନାୟକ, ଶ୍ରୀରାମା ରାଓ, ବିଚିତ୍ରାନନ୍ଦ ବେବର୍ତ୍ତା, ଅଧ୍ୟାପକ
ଅର୍ଜୁନ ଜେନା, ଅଧ୍ୟାପକ ସୀତାରାମ ପ୍ରଧାନ ପ୍ରଭୃତି ସଭ୍ୟ ସଭ୍ୟାମାନେ ଉପସ୍ଥିତ ଥିଲେ । ଶେଷରେ ଅରୁପାଞ୍ଜଳି ମହାନ୍ତି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.