‘ଯେଉଁ ଦିନ ଭାରତ ଟେଷ୍ଟ କ୍ରିକେଟକୁ ଛାଡିଦେବ ସେହି ଦିନ ଟେଷ୍ଟ୍ କ୍ରିକେଟ୍ ମରିଯିବ’

0 81

ନୂଆଦିଲ୍ଲୀ : ଯେଉଁ ଦିନ ଭାରତ ଟେଷ୍ଟ କ୍ରିକେଟକୁ ଛାଡିଦେବ ସେହି ଦିନ ଟେଷ୍ଟ୍ କ୍ରିକେଟ୍ ମରିଯିବ ବୋଲି ଅଷ୍ଟ୍ରେଲୀୟ ଅଧିନାୟକ ତଥା ପୂର୍ବତନ ଭାରତୀୟ ପ୍ରଶିକ୍ଷକ ଗ୍ରେଗ୍ ଚାପେଲ୍ କହିଛନ୍ତି । ମୁଁ ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବ୍ୟତୀତ ଅନ୍ୟ ଦେଶଗୁଡ଼ିକରେ ଯୁବ ଖେଳାଳିମାନେ ଟେଷ୍ଟ୍ କ୍ରିକେଟ୍ ପ୍ରତି ଆଗ୍ରହ ଦେଖାଉନାହାନ୍ତି ।ଟେଷ୍ଟ୍ କ୍ରିକେଟ୍ ପ୍ରତି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରେମ ସଙ୍କେତ ଦେଉଛି ଯେ ଏହି ଫର୍ମାଟ୍ ବଞ୍ଚିରହିବ ବୋଲି ପ୍ଲେ ରାଇଟ୍ ଫାଉଣ୍ଡେସନ୍ ସହିତ ଏକ ଅନଲାଇନ୍ ଚାଟ୍ ବେଳେ ଚାପେଲ୍ କହିଛନ୍ତି । ଟ୍ୱେଣ୍ଟି-୨୦ କ୍ରିକେଟ୍ ବିପକ୍ଷରେ ମୋର କିଛି କହିବାର ନାହିଁ । ଲୋକଙ୍କୁ ଏହା ସହଜରେ ଆକୃଷ୍ଟ କରିଥାଏ ବୋଲି ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ଭାରତର ପ୍ରଶିକ୍ଷକ ଥିବା ଚାପେଲ୍ କହିଛନ୍ତି । ପୁଣି ସେ କହିଛନ୍ତି ଯେ ଭାରତର ପ୍ରଶିକ୍ଷକ ହେବା ପୂର୍ବରୁ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ପ୍ରସ୍ତାବ ମିଳିଥିଲା । ହେଲେ ମୁଁ ଏହି ସବୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲି । କାରଣ ମୋ ଇଛା ଥିଲା ଅଷ୍ଟ୍ରେଲିଆ କିମ୍ବା ଭାରତର ପ୍ରଶିକ୍ଷକ ହେବା । ଭାରତର ପ୍ରଶିକ୍ଷକ ଦାୟିତ୍ୱ ନେବା ମୋ ପାଇଁ ଏକ ଅଦ୍ଭୁତ ସୁଯୋଗ ଥିଲା । ମୁଁ ଯେତିକି ଭାବିଥିଲି ତା\’ଠୁ ଅଧିକ ଉପଭୋଗ କରିଥିଲି ବୋଲି ୨୦୦୭ ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରୁ ଭାରତର ବିଦାୟ ପରେ ପ୍ରଶିକ୍ଷକ ପଦ ଛାଡ଼ିଥିବା ଚାପେଲ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.