ପିତା-ମାତାଙ୍କ ଫଟୋ ପୋଷ୍ଟ କଲେ ଋଦ୍ଧିମା

0 76

କଥାରେ ଅଛି ମଣିଷ ଚାଲିଗଲା ପରେ ବି ତାଙ୍କର ସ୍ମୃତି କିନ୍ତୁ ଯାଏ ନାହିଁ । ସେହିପରି ଉକ୍ତ ବ୍ୟକ୍ତିଙ୍କ ସହ ଥିବା ଅନ୍ୟର ଭାବନା ବି ହଜିଯାଏ ନାହିଁ । ଯଦି ଯିବାଲୋକ ଆପଣଙ୍କ ଅତି ନିକଟତର ହୋଇଥିବେ କିମ୍ବା ଆପଣଙ୍କ ମାତା-ପିତା ହୋଇଥିବେ ତେବେ ତ ଦୁଃଖ ସମ୍ଭାଳିବା ଅତି ମୁସ୍କିଲ୍ ହୋଇପଡ଼େ । ଏଭଳି ଅତି ମର୍ମନ୍ତୁଦ ଦୁଃଖକୁ ସାମ୍ନା କରିଛନ୍ତି ଋଷି କପୁରଙ୍କ ପରିବାର । ଦୁନିଆକୁ ଅଲ୍ବିଦା କହି ଋଷିଙ୍କ ଯିବା ମାତ୍ର ୧୫ଦିନ ହୋଇଛି କିନ୍ତୁ ଏବେବି ଋଷିଙ୍କ ଝିଅ ଋଦ୍ଧିମା ଏହାକୁ ଗ୍ରହଣ କରିପାରୁନାହାନ୍ତି । ତାଙ୍କ ପିତାଙ୍କୁ ସେ ସର୍ବଦା ଝୁରିହେଉଛନ୍ତି । ସୋସିଆଲ୍ ମିଡିଆରେ ଏହାକୁ ନେଇ ସେ ପ୍ରାୟତଃ ଋଷିଙ୍କ ବହୁ ଫଟୋ ସେୟାର କରିଚାଲିଛନ୍ତି । କେତେବେଳେ ସେ ପିତାଙ୍କ ସହ ଫ୍ୟାମିଲି ଫଟୋ ତ ଆଉ କେତେବେଳେ ମା’ଙ୍କ ସହ ଋଷିଙ୍କ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି । ନିକଟରେ ସେ ଋଷି ଓ ନୀତୁଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଛାଡ଼ି ଏହାର କ୍ୟାପସନ୍ରେ ‘ପ୍ୟାର୍’ ବୋଲି ଲେଖିଛନ୍ତି । ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.