କରନ ଜୋହରଙ୍କ ୪୮ତମ ଜନ୍ମଦିନରେ ଛୁଟିଲା ଶୁଭେଚ୍ଛାର ସୁଅ

0 78

ବଲିଉଡ୍ ପ୍ରଖ୍ୟାତ ନିର୍ଦ୍ଦେଶକ କରନ ଜୋହରଙ୍କ ଆଜି ହେଉଛି ୪୮ତମ ଜନ୍ମଦିନ । ସାରା ବଲିଉଡ୍୍ ତାଙ୍କର ଏହି ଶୁଭ ଦିନରେ ଶୁଭେଚ୍ଛାର ସୁଅ ଛୁଟାଇଛନ୍ତି । ପ୍ରତିବର୍ଷ କରନ ଜୋହର ତାଙ୍କ ଜନ୍ମଦିନକୁ ଧୂମ୍ଧାମ୍ରେ ପାଳନ କରୁଥିବାବେଳେ ଚଳିତବର୍ଷ କିନ୍ତୁ ସେ ସେଭଳି କରିପାରି ନାହାନ୍ତି । କରୋନା ଭାଇରସ୍ କାରଣରୁ କରନ ଜୋହର ଏବର୍ଷ କୌଣସି ପାର୍ଟିର ଆୟୋଜନ କରିନାହାନ୍ତି । କିନ୍ତୁ ବଲିଉଡ୍ ଷ୍ଟାରମାନେ ତାଙ୍କୁ ଶୁଭେଚ୍ଛା ଜଣାଇ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଜଣାଉଛନ୍ତି । ସେମାନଙ୍କ ମଧ୍ୟରେ ଭୂମି ପେଡନକର, ସୋନମ୍ କପୁର, ଅନନ୍ୟା ପାଣ୍ଡେ, ଅମଜଦ ଅଲ୍ଲୀ ଖାନ୍ ଓ ମନୀଷ ମାଲହୋତ୍ରାଙ୍କ ସମେତ ବହୁ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ, ଡିଜାଇନ୍ର ଓ ଅନ୍ୟମାନେ ତାଙ୍କୁ ଏହି ଶୁଭ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.