ନର୍ଗିସ୍ଙ୍କୁ ବିବାହ ନକରିବାକୁ ସୁନୀଲ୍ ଦତ୍ତଙ୍କୁ ମିଳିଥିଲା ଡନ୍ର ଧମକ

0 80

ଫିଲ୍ମ ଇଣ୍ଡଷ୍ଟ୍ରିରେ ତ ବହୁ ଅଭିନେତ୍ରୀ କାମ କରୁଛନ୍ତି, କିନ୍ତୁ ଏପରି ଜଣେ ଅଭିନେତ୍ରୀ ଯାହାଙ୍କୁ ଦର୍ଶକମାନେ ବର୍ଷ ବର୍ଷ ଧରି ମନେ ôରଖଥାନ୍ତି । ଆଜି ହେଉଛି ବଲିଉଡ୍ର ଏପରି ଜଣେ ଅଭିନେତ୍ରୀଙ୍କ ଜନ୍ମଦିନ ଯାହାଙ୍କ ବିଷୟରେ ଆମେ ଏଠାରେ କିଛି ଉପସ୍ଥାପନ କରିବାକୁ ମନେକରୁଛୁ । ଆମେ ଏଠାରେ ଯାହାଙ୍କ ବିଷୟରେ କହିବାକୁ ଚାହୁଁଛୁ ସେ ଅନ୍ୟ କେହି ନୁହଁନ୍ତି ବିଗତ ଦିନରେ ଖୁବ୍ ଚର୍ଚ୍ଚିତ ଅଭିନେତ୍ରୀ ନର୍ଗିସ୍ ଦତ୍ତଙ୍କ ବିଷୟରେ । ନର୍ଗିସ୍ ତାଙ୍କ କ୍ୟାରିୟର୍ରେ ବହୁ ହିଟ୍ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଏପରିକି ଭାରତର ପ୍ରଥମ ଚଳଚ୍ଚିତ୍ର ଯାହାକି ଓସ୍କାର ନୋମିନେସ୍ ପର୍ଯ୍ୟନ୍ତ ଯାଇଥିଲା ତାହା ହେଉଛି ‘ମଦର ଇଣ୍ଡିଆ’, ଯେଉଁଥିରେ ନର୍ଗିସ୍ଙ୍କ ଦମ୍ଦାର ଅଭିନୟକୁ ସବୁ ମହଲରୁ ଖୁବ୍ ପ୍ରଶଂସା କରାଯାଇଥିଲା । ନର୍ଗିସ୍ଙ୍କ ସହ ସୁନୀଲ୍ ଦତ୍ତ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ପରେ ଦୁଇଜଣ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ପରନ୍ତୁ ନର୍ଗିସ୍ଙ୍କୁ ବିବାହ କରିବା ସୁନୀଲ୍ ଦତ୍ତଙ୍କ ପାଇଁ ଏତେଟା ସହଜ ନଥିଲା । କାରଣ ନର୍ଗିସ୍ ମୁସଲିମ୍ ଥିବାବେଳେ ସୁନୀଲ୍ ଦତ୍ତ ହିନ୍ଦୁ ଥିଲେ । ତେବେ ଦୁଇଜଣଙ୍କ ପ୍ରେମ ସମ୍ପର୍କ ସେତେବେଳେ ଖୁବ୍ ଚର୍ଚ୍ଚାରେ ଥିଲା । ଏ ଦୁହିଁଙ୍କ ଆଫେୟାର ଖବର ସେତେବେଳର ମୁମ୍ବାଇର ଜଣେ ବହୁତ ବଡ଼ ଡନ୍ଙ୍କ କାନରେ ପଡ଼ିଥିଲା । ଡନ୍ଜଣକ ମୁସ୍ଲିମ୍ ସଂପ୍ରଦାୟର ଥିବାରୁ ସେ ସୁନୀଲ୍ ଦତ୍ତଙ୍କ ଏଥିପାଇଁ ଧମକ ଦେଇଥିଲେ । କିନ୍ତୁ ଡନ୍ଙ୍କ ଧମକକୁ ସୁନୀଲ୍ ଦତ୍ତ ଖାତିର କରିନଥିଲେ । ଫିଲ୍ମ ‘ସଞ୍ଜୁ’ର ଏକ ସିନ୍ରେ ଏଭଳି ଏକ ସିନ୍କୁ ବି ଉପସ୍ଥାପନ କରାଯାଇଛି । ସୁନୀଲ୍ ଦତ୍ତ ଓ ନର୍ଗିସ୍ଙ୍କ ପ୍ରେମରେ ଯେତେବେଳେ ଡନ୍ଙ୍କ ଦଖଲ ଅଧିକ ହେବାକୁ ଲାଗିଲା ସେତେବେଳେ ସୁନୀଲ୍ ଦତ୍ତ ସାହସ ଦେଖାଇ ତାଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଚାଲିଯାଇଥିଲେ । ଡନ୍ଙ୍କୁ ଦେଖା କରି ସୁନୀଲ ସିଧା ସିଧା କହିଥିଲେ କି ମୁଁ ନର୍ଗିସ୍ଙ୍କୁ ବହୁତ ଭଲ ପାଉଛି ଓ ବିବାହ କରିବାକୁ ଚାହୁଁଛି । ଯଦି ଆପଣଙ୍କୁ ଏହା ଭୁଲ୍ ଲାଗୁଥାଏ ତେବେେ ମୋତେ ଗୁଳି କରିଦିଅନ୍ତୁ ଓ ଯଦି ଠିକ୍ ଲାଗୁଥାଏ ତେବେ ମୋତେ ଆଲିଙ୍ଗନ କରନ୍ତୁ । ସୁନୀଲ୍ ଦତ୍ତଙ୍କ ଏକଥା ଶୁଣିବା ପରେ ଡନ୍ଜଣକ ଖୁବ୍ ଖୁସି ହୋଇ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହାପରେ ସୁନୀଲ୍ ଓ ନର୍ଗିସ୍ ୧୯୫୮ ମସିହାରେ ପରସ୍ପର ସହ ବିବାଦ ବନ୍ଧନରେ ଆବଦ୍ଧ ହୋଇଥିଲେ । ସୂଚନାଥାଉକି ୧୯୨୯ ମସିହା ଜୁନ୍ ୧ ତାରିଖରେ ନର୍ଗିସ୍ଙ୍କ ଜନ୍ମ ହୋଇଥିଲା ।

Leave A Reply

Your email address will not be published.